09 JULY 2026

Welcome!

Unlock your personalized experience.
Sign Up

Girlfriend on Rent : ଭଡ଼ାରେ ମିଳୁଛନ୍ତି 'ଗାର୍ଲଫ୍ରେଣ୍ଡ' ! ଦିଲ୍ଲୀରେ ଭାଇରାଲ 'Rent Me for a Day', ସାମ୍ନାକୁ ଆସିଲା ରେଟ୍ କାର୍ଡ

Jul 09, 2026 - 09:40
Girlfriend on Rent : ଭଡ଼ାରେ ମିଳୁଛନ୍ତି 'ଗାର୍ଲଫ୍ରେଣ୍ଡ' ! ଦିଲ୍ଲୀରେ ଭାଇରାଲ 'Rent Me for a Day', ସାମ୍ନାକୁ ଆସିଲା ରେଟ୍ କାର୍ଡ

ନୂଆଦିଲ୍ଲୀ ୦୯/୦୭ ; ଭଡାରେ ମିଳୁଛନ୍ତି ଗାର୍ଲଫ୍ରେଣ୍ଡ। ଯଦି ଆପଣ ସିଙ୍ଗଲ୍ ଅଛନ୍ତି ଏବଂ ଗାର୍ଲଫ୍ରେଣ୍ଡର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। କିଛିଦିନ ହେବ ସୋସିଆଲ ମିଡିଆରେ ଏବେ ଏକ ଅଜବ ଏବଂ ବିବାଦୀୟ ଟ୍ରେଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି। ଦାବି କରାଯାଉଛି ଯେ ରାଜଧାନୀ ଦିଲ୍ଲୀରେ "Rent Me for a Day" ନାମରେ ଦିବ୍ୟା ନାମକ ଯୁବତୀ ନିଜକୁ ଡେଟ୍ ପାର୍ଟନର ଭାବେ ଭଡ଼ାରେ ଦେଉଛନ୍ତି । ଏହା ସହ ତାଙ୍କର ଏକ ରେଟ୍ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଯୁବକମାନେ ଅଧିକ ଆକର୍ଷିତ ହେଉଛନ୍ତି।

ଭାଇରାଲ ରେଟ୍ କାର୍ଡରେ କ'ଣ ରହିଛି ?

ଭାଇରାଲରେ ଦିବ୍ୟା ନାମକ ଜଣେ ଯୁବତୀ ବିଭିନ୍ନ ପ୍ରକାର ଡେଟ୍ ଏବଂ ସମୟ ଦେବା ପାଇଁ ଅଲଗା ଅଲଗା ପ୍ୟାକେଜ୍ ରଖିଛନ୍ତି। ଯେମିତିକି ...

Chill Coffee Date – ୧୫୦୦

Dinner & Movie Date – ୨୦୦୦

Family Meeting – ୩୦୦୦

Event Partner – ୩୫୦୦

Bike Ride – ୪୦୦୦

Shopping Spree – ୪୫୦୦

Adventure Day – ୫୦୦୦

Weekend (2 Days) – ୧୦୦୦୦

Social Media Post – ୬୦୦୦

Customised Plans – ଉପଲବ୍ଧ

ଏହି ରେଟ୍ କାର୍ଡ ଭାଇରାଲ ହେବା ପରେ ନେଟିଜେନମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କେହି ପଚାରିଛନ୍ତି, "EMIରେ ପେମେଣ୍ଟ କରିହେବ କି?", ଆଉ କେହି ଏହାକୁ "ନୂଆ ବ୍ୟବସାୟ " ବୋଲି କହୁଛନ୍ତି ।

ଅଧିକ ପଢ଼ନ୍ତୁ :- Anavasara Ritual : ଅଣସରରେ ଦାରୁବ୍ରହ୍ମ, ଆଜି ସରିବ ଶ୍ରୀଅଙ୍ଗରେ ଓଷ ଲାଗି, କାଲି ଚକା ବିଜେ ନୀତି

କେମିତି ଭାଇରାଲ ହେଲା ?

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନଳିନୀ ଉନାଗର ନାମକ ଜଣେ ୟୁଜର ଏହି ରେଟ୍ କାର୍ଡ ସେୟାର କରିଥିବା ପରେ ପୋଷ୍ଟଟି ଦ୍ରୁତ ଗତିରେ ଭାଇରାଲ ହୋଇଥିଲା। ପରେ ଅନେକ ୟୁଜର ଦାବି କରିଥିଲେ ଯେ ଦିଲ୍ଲୀରେ ଏଭଳି ସେବା ମାଧ୍ୟମରେ କିଛି ଯୁବତୀ ଭଲ ରୋଜଗାର କରୁଛନ୍ତି।

KoPartner.in ପ୍ଲାଟଫର୍ମକୁ ନେଇ ଦାବି

ଭାଇରାଲ ଭିଡିଓରେ ଯୁବତୀ ଜଣକ ନିଜକୁ KoPartner ପ୍ଲାଟଫର୍ମରେ ପଞ୍ଜୀକୃତ ବୋଲି ଦାବି କରିଛନ୍ତି । ତାଙ୍କ କହିବାନୁସାରେ ଏହି ପ୍ଲାଟଫର୍ମରେ ସିନେମା, ସପିଂ, ଭ୍ରମଣ କିମ୍ବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ସାଥୀ ବୁକ୍ କରାଯାଇପାରେ।

ସୋସିଆଲ ମିଡିଆରେ ତର୍କ

ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତଭେଦ ଦେଖାଦେଇଛି। କେହି ଏହାକୁ ଆଧୁନିକ ଜୀବନଶୈଳୀ ଓ ବ୍ୟକ୍ତିଗତ ସ୍ୱାଧୀନତାର ଉଦାହରଣ ବୋଲି କହୁଥିବାବେଳେ, ଅନ୍ୟପଟେ କିଛି ୟୁଜର ଏହାକୁ ସାମାଜିକ ଓ ନୈତିକ ଦୃଷ୍ଟିକୋଣରୁ ପ୍ରଶ୍ନ କରିଛନ୍ତି।

ବିଦେଶରେ ପୂର୍ବରୁ ଲୋକପ୍ରିୟ'Rent a Girlfriend', 'Rent a Boyfriend' ଓ 'Rent a Family' ଭଳି ସେବା ଜାପାନ, ଚୀନ୍ ସମେତ କିଛି ଦେଶରେ ପୂର୍ବରୁ ପରିଚିତ। ଭାରତରେ ମଧ୍ୟ ଏଭଳି ସେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ୁଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।