09 JULY 2026

Welcome!

Unlock your personalized experience.
Sign Up

Why Is the Sea Salty ? ନଦୀ ପାଣି ମିଠା ଲାଗୁଥିବା ବେଳେ ସମୁଦ୍ର ପାଣି କାହିଁକି ଲୁଣିଆ ? ଜାଣନ୍ତୁ ଇତିହାସ …

Jul 09, 2026 - 11:20
Why Is the Sea Salty ? ନଦୀ ପାଣି ମିଠା ଲାଗୁଥିବା ବେଳେ ସମୁଦ୍ର ପାଣି କାହିଁକି ଲୁଣିଆ ? ଜାଣନ୍ତୁ ଇତିହାସ …

ବ୍ୟୁରୋ ୦୯/୦୭ : ସମୁଦ୍ର ପାଣିକୁ ଲୁଣିଆ କରିଛି କିଏ ? ଉତ୍ତର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ହଜାର ହଜାର ବର୍ଷ ଧରି ଚାଲିଛି ଏହି ପ୍ରକ୍ରିୟା... "ପ୍ରତ୍ୟେକ ପାଣି ବୁନ୍ଦର ରହିଛି ଏକ କାହାଣୀ - ନଦୀରୁ ସମୁଦ୍ର ପର୍ଯ୍ୟନ୍ତ, ଆଉ ସେହି କାହାଣୀ ହିଁ ସମୁଦ୍ରକୁ କରିଛି ଲୁଣିଆ!" ଆଜ୍ଞା ହଁ ପ୍ରକୃତିର ଏମିତି ରହସ୍ୟ ଯାହାର ଉତ୍ତର ସେହି ନଦୀରେ ହିଁ ଲୁଚିଛି। ଆପଣ ପିଉଥିବା ମିଠା ପାଣି ହିଁ ଶେଷରେ ସମୁଦ୍ରକୁ କରିଦିଏ ଲୁଣିଆ ! ଆମେ ପ୍ରତିଦିନ ନଦୀର ପାଣିକୁ ମିଠା ଏବଂ ସ୍ୱଚ୍ଛ ଭାବେ ଦେଖୁଥାଉ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ସେହି ପାଣି ସମୁଦ୍ରରେ ପହଞ୍ଚିବା ପରେ କାହିଁକି ଲୁଣିଆ ହୋଇଯାଏ? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ କେବେ ନା କେବେ ଆସିଥାଏ। ପ୍ରକୃତରେ ଏହା ପଛରେ ରହିଛି ପ୍ରକୃତିର ଏକ ଦୀର୍ଘ ଏବଂ ଅଦ୍ଭୁତ ବୈଜ୍ଞାନିକ ପ୍ରକ୍ରିୟା, ଯାହା ହଜାର ନୁହେଁ, ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଆସୁଛି।

ଯେତେବେଳେ ବର୍ଷାର ପାଣି ମେଘରୁ ବାଷ୍ପ ଆକାରରେ ସୃଷ୍ଟି ହୋଇଥାଏ। ସେଥିପାଇଁ ଆରମ୍ଭରେ ଏହା ସ୍ୱଚ୍ଛ ଓ ମିଠା ହୋଇଥାଏ। ପରେ ଏହି ପାଣି ପର୍ବତ, ଜଙ୍ଗଲ ଓ ସମତଳ ଅଞ୍ଚଳ ଦେଇ ପ୍ରବାହିତ ହେବା ସମୟରେ ପଥର ଓ ମାଟିକୁ ଧୀରେ ଧୀରେ କ୍ଷୟ କରିଥାଏ । ଏହି କ୍ଷୟ ପ୍ରକ୍ରିୟାରେ ପଥରରେ ଥିବା ସୋଡିୟମ୍, କ୍ଲୋରାଇଡ୍ ସମେତ ବିଭିନ୍ନ ଖଣିଜ ଲବଣର ସୂକ୍ଷ୍ମ କଣିକା ପାଣିରେ ମିଶିଯାଏ। ତଥାପି ନଦୀରେ ନିରନ୍ତର ନୂଆ ବର୍ଷା ପାଣି ମିଶୁଥିବାରୁ ଏହି ଲବଣର ଘନତା ବହୁତ କମ୍ ରହେ। ସେଥିପାଇଁ ନଦୀ ପାଣିର ସ୍ୱାଦ ମିଠା ହୋଇଥାଏ।

Iran-America War: ଆମେରିକା ଉପରେ ଇରାନର ଭୟାବହ ପ୍ରତିଶୋଧ; କୁଏତ୍, କତାର ଓ ବାହରିନ ସେନାଘାଟି ଉପରେ ମିସାଇଲ୍ ମାଡ଼

ସମୁଦ୍ରରେ କାହିଁକି ଜମା ହୁଏ ଲୁଣ ?

ନଦୀର ପାଣି ସବୁବେଳେ ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ମିଶିଯାଏ। ପ୍ରତିବର୍ଷ କୋଟି କୋଟି ଟନ୍ ଲୁଣ ସମୁଦ୍ରକୁ ପହଞ୍ଚେ। ଏହା ସହିତ ନଦୀ ବହନ କରୁଥିବା ସମସ୍ତ ଦ୍ରବୀଭୂତ ଲବଣ ମଧ୍ୟ ସମୁଦ୍ରରେ ପହଞ୍ଚିଥାଏ । ବୈଜ୍ଞାନିକମାନଙ୍କ ଅନୁସାରେ, ବିଶ୍ୱର ନଦୀଗୁଡ଼ିକ ପ୍ରତିବର୍ଷ ପ୍ରାୟ ୪ ବିଲିୟନ ଟନ୍ ଦ୍ରବୀଭୂତ ଲବଣ ସମୁଦ୍ରକୁ ନେଇଯାଆନ୍ତି। ସମୁଦ୍ରରୁ ଏହି ଲୁଣ ବାହାରିବାର କୌଣସି ସ୍ୱାଭାବିକ ବ୍ୟବସ୍ଥା ନଥିବାରୁ ଲକ୍ଷ ଲକ୍ଷ ବର୍ଷ ଧରି ଏହା ଜମା ହୋଇଆସୁଛି। ଫଳରେ ସମୁଦ୍ର ପାଣି ଲୁଣିଆ ହୋଇଯାଇଛି।

ସୂର୍ଯ୍ୟର ଉତ୍ତାପ ମଧ୍ୟ ବଢ଼ାଏ ଲୁଣର ଘନତା

ସମୁଦ୍ରକୁ ଲୁଣିଆ କରିବାରେ ସୂର୍ଯ୍ୟଙ୍କ ଉତ୍ତାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସୂର୍ଯ୍ୟକିରଣ ପଡ଼ିବା ପରେ ସମୁଦ୍ରର ପାଣି ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଚାଲିଯାଏ। କିନ୍ତୁ ପାଣିରେ ଥିବା ଲୁଣ ବାଷ୍ପୀଭୂତ ହୁଏନାହିଁ, ସେହିଠାରେ ରହିଯାଏ।ହଜାର ହଜାର ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଆସୁଥିବାରୁ ସମୁଦ୍ରରେ ଲୁଣର ପରିମାଣ କ୍ରମାଗତ ଭାବେ ବଢ଼ିଛି। ଏହି କାରଣରୁ ନଦୀ ପାଣି ମିଠା ଥିବାବେଳେ ସମୁଦ୍ର ପାଣି ଲୁଣିଆ ହୋଇଥାଏ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।