09 JULY 2026

Welcome!

Unlock your personalized experience.
Sign Up

America attack Iran : ଇରାନ ଉପରେ ଟ୍ରମ୍ପଙ୍କ ପ୍ରଚଣ୍ଡ ପ୍ରହାର, ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି କରିବାକୁ ୨ଟି ବ୍ରିଜ୍ ଉଡାଇଲା ଆମେରିକା

Jul 09, 2026 - 12:02
America attack Iran : ଇରାନ ଉପରେ ଟ୍ରମ୍ପଙ୍କ ପ୍ରଚଣ୍ଡ ପ୍ରହାର, ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି କରିବାକୁ ୨ଟି ବ୍ରିଜ୍ ଉଡାଇଲା ଆମେରିକା

ନୂଆଦିଲ୍ଲୀ, ୯/୭ : ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ମହାଯୁଦ୍ଧ ଆରମ୍ଭ ହୋଇଛି। ଇରାନ ଏହାର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଉଥିବା ବେଳେ ଏହା ଉପରେ ଆମେରିକା କରିଛି ପ୍ରଚଣ୍ଡ ଆକ୍ରମଣ । ପ୍ରାୟ ୮୦ଟି ସାମରିକ ସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଖାମେନେଇଙ୍କ ପାର୍ଥୀବ ଶରୀର ଯିବା ରାସ୍ତାରେ ପଡୁଥିବା ଦୁଇଟି ବ୍ରିଜ୍ କୁ ଆମେରିକା ଉଡାଇ ଦେଇଛି। IRGC ଅଭିଯୋଗ କରିଛି ଯେ, ଆମେରିକା ଦକ୍ଷିଣ ଇରାନର ଅନେକ ଅଞ୍ଚଳକୁ ଟାର୍ଗେଟ କରିବା ସହ ଦେଶର ପୂର୍ବ ଭାଗରେ ଦୁଇଟି ସେତୁକୁ ମଧ୍ୟ ଟାର୍ଗେଟ କରିଛି। ଯାହା ପବିତ୍ର ସହର ମଶାଦକୁ ଯିବା ପାଇଁ ପ୍ରମୁଖ ମାର୍ଗ। ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି କରିବାକୁ ୱାଶିଂଟନ୍ ଏଭଳି କରିଛି। 

IRGC କହିଛି ଯେ, ଆମେରିକା ବିଶ୍ଵାସଘାତକୱ ଇରାନର ଜନତା ଏହି ଆକ୍ରମଣକୁ ଭୁଲିବେ ନାହିଁ, ବରଂ ଆହୁରି ଶକ୍ତିଶାଳୀ ହେବେ। ଆମେରିକାକୁ କଡ଼ା ଜବାବ ଦିଆଯିବ। ଇସଲାମର ଯୋଦ୍ଧାମାନେ ଆକ୍ରମକତାକୁ ଜବାବ ନଦେଇ ଛାଡ଼ିବେନି। ସେପଟେ ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡର କହିଛି ଯେ, ଇରାନର ସୈନ୍ୟ କ୍ଷମତା ଏବଂ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ବିପଦ ସୃଷ୍ଟି କରୁଥିବା କ୍ଷମତାକୁ ଦୁର୍ବଳ କରିବାକୁ ଏହି ଆକ୍ରମଣ କରାଯାଇଛି। 

ଇରାନୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ଗୋଲିସ୍ତାନର ଆକ୍ ତେକେହ ଖାନ ରେଲୱେ ବ୍ରିଜ ଉପରେ ଭୋର ସମୟରେ ଆକ୍ରମଣ କରାଯାଇଥିଲା। ବ୍ରିଜ୍ ଉପରେ ଏକ ଆମେରିକୀୟ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ତଥାପି, କୌଣସି କ୍ଷତି ହୋଇନାହିଁ। ତେବେ ଜବାବରେ ଇରାନ କୁଏତ ଓ ବାହାରିନରେ ଆମେରିକାର ୮୫ ସେନା ଘାଟି ଉପରେ ମିସାଇଲ୍‌ ଓ ଡ୍ରୋନ ମାଡ଼ କରିଛି। ଦୁଇ ଦେଶ ଏଭଳି ମୁହାଁମୁହିଁ ହେବା ପରେ ହୋର୍ମୁଜ ପ୍ରଣାଳୀ ଉପରେ ବିପଦ ବଢ଼ିଛି। ଏହାଯୋଗୁ ବିଶ୍ୱବ୍ୟାପୀ ପୁଣି ତୈଳ ଓ ଗ୍ୟାସ ସଙ୍କଟ ଘନେଇବା ଆଶଙ୍କା ଉପୁଜିଛି । ଇରାନ ଉପରେ ଆହୁରି ଭୟଙ୍କର ଆକ୍ରମଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି । 

ଆହୁରି ପଢନ୍ତୁ-Iran-America War: ଆମେରିକା ଉପରେ ଇରାନର ଭୟାବହ ପ୍ରତିଶୋଧ; କୁଏତ୍, କତାର ଓ ବାହରିନ ସେନାଘାଟି ଉପରେ ମିସାଇଲ୍ ମାଡ଼

ପାନ ପାଇଁ ବନ୍ଧା ରହିଥିଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ!, କିଏ ବାକିରେ କାଳିଆକୁ ଦେଉଥିଲା ବିଡିଆ ପାନ ? ​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।