09 JULY 2026

Welcome!

Unlock your personalized experience.
Sign Up

Illegal Drone: ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ; ପୁରୀ ପୁଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

Jul 09, 2026 - 09:40
Illegal Drone: ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ; ପୁରୀ ପୁଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

ପୁରୀ,୦୯/୦୭:  ଆଉ କିଛି ଦିନ ପରେ ରଥଯାତ୍ରା । ବଡ଼ଦାଣ୍ଡ ସମେତ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହି ଭିତରେ ଶ୍ରକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଏକ ଡ୍ରୋନ୍ ଉଡୁଥିବା ନଜରକୁ ଆସିଥିଲା। ଏହି ଖବରପାଇ ତୁରନ୍ତ ପୁଲିସ ଡ୍ରୋନକୁ ଧରିବା ପାଇଁ ଉଦ୍ୟମ କରି ସେଥିରେ ସଫଳ ହୋଇଥିଲା। ଡ୍ରୋନ୍ ଉଡ଼ାଉ ଥିବା ଯୁବକ ମଧ୍ୟ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବା ପୁରୀ ଏସ୍‌ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୁଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ସ୍ବତନ୍ତ୍ର ଟିମ୍ ତୁରନ୍ତ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ ସଫଳତାର ସହ ଜବତ କରିଥିଲା।  ଏହାକୁ ଉଡାଊଥିବା ଯୁବକ‌ଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ତେବେ ଡ୍ରୋନ୍ ଉଡାଉଥିବା ଯୁବକ ଜଣକ କୋଲକାତାର ଜୟକୃଷ୍ଣ ମଣ୍ଡଳ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସମ୍ପୃକ୍ତ ଯୁବକକୁ ସିଂହଦ୍ୱାର ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସୂଚୀତ କରାଯାଇଛି ଯେ ଶ୍ରୀମନ୍ଦିର ଓ ଏହାର ସୁରକ୍ଷିତ ପରିସରରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ । ହେଲେ କିଛି ଅମାନିଆ ଏଭଳି କାର୍ଯ୍ୟ ବାରମ୍ବାର ଘଟାଉଛନ୍ତି ।

ଅଧିକ ପଢନ୍ତୁ- Anavasara Ritual : ଅଣସରରେ ଦାରୁବ୍ରହ୍ମ, ଆଜି ସରିବ ଶ୍ରୀଅଙ୍ଗରେ ଓଷ ଲାଗି, କାଲି ଚକା ବିଜେ ନୀତି​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।