30 JUNE 2026

Welcome!

Unlock your personalized experience.
Sign Up

Crime : ଏକତରଫା ପ୍ରେମ : ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳି ଦେବାକୁ ବିବାହିତ ପୁରୁଷର ଉଦ୍ୟମ

Jun 30, 2026 - 20:29
Crime :  ଏକତରଫା ପ୍ରେମ : ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳି ଦେବାକୁ ବିବାହିତ ପୁରୁଷର ଉଦ୍ୟମ

ଭଦ୍ରକ, ୩୦।୬ : ଏକତରଫା ପ୍ରେମ କରି ବିବାହିତ ପୁରଷର ଉନ୍ମତକାଣ୍ଡ। ଦଶମ ଶ୍ରେଣୀ ଛାତ୍ରୀ ପ୍ରେମ ନିବେଦନକୁ ମନା କରିବାକୁ ବିଚ ରାସ୍ତାରେ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେବାକୁ ଉଦ୍ୟମ। ଛାତ୍ରୀ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଭିଯୁକ୍ତକୁ କାବୁ କରି ପୋକିସ ଜିମା ସ୍ଥାନୀୟ ଅଂଚଳବାସୀ ଦେଇଛନ୍ତି। ଏଭଳି ଅମାନବୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ।

ଧୂଷୁରୀ ଥାନା ଅଧୀନ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଉଥିବା ସମୟରେ ସ୍ଥାନୀୟ ବନ୍ଧମୁଣ୍ଡ ଗାଁର ଦିଲ୍ଲୀପ ଜେନା ଓରଫ ରାଜୁ ଅଟକାଇ ଥିଲା। ଛାତ୍ରୀଙ୍କୁ ରାଜ ପ୍ରେମ ନିବେଦନ କରିଥିଲା। ତେବେ ଛାତ୍ରୀ ମନା କରିବାରୁ ହଠାତ ସାଙ୍ଗରେ ଆଣିଥିବା ପେଟ୍ରୋଲ କାଢି ଛାତ୍ରୀଙ୍କ ଉପରେ ଢାଳି ଥିଲା। ପରେ ଦିଆସିଲ କାଢି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ପରେ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିଛି। ତେବେ ଅଭିଯୁକ୍ତ ରାଜୁ ପୂର୍ବରୁ ତିନି ଜଣଙ୍କୁ ବିବାହ କରିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏକ ତରଫା ପ୍ରେମରୁ ସେ ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ଅଟୋକୁ ପିଟିଲା ଟ୍ରକ : ମହିଳାଙ୍କ କଟିଲା ହାତ , ୬ ଗୁରୁତର