30 JUNE 2026

Welcome!

Unlock your personalized experience.
Sign Up

Hardik Pandya shifts to Bengaluru : ବେଙ୍ଗାଲୁରୁକୁ ଶିଫ୍ଟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏଠାରେ କରିବେ ତାଙ୍କର ସ୍ଥାୟୀ ଟ୍ରେନିଂ କେନ୍ଦ୍ର

Jun 30, 2026 - 19:46
Hardik Pandya shifts to Bengaluru : ବେଙ୍ଗାଲୁରୁକୁ ଶିଫ୍ଟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏଠାରେ କରିବେ ତାଙ୍କର ସ୍ଥାୟୀ ଟ୍ରେନିଂ କେନ୍ଦ୍ର

ନୂଆଦିଲ୍ଲୀ : ଏହି ସମୟରେ ଅନେକ ସମସ୍ୟା ଦେଇ ଗତି କରୁଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଛାଡ଼ିବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ହାର୍ଦ୍ଦିକ ତାଙ୍କ କ୍ୟାରିୟରର ଅବଶିଷ୍ଟ ସମୟ ପାଇଁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସକୁ ନିଜର ସ୍ଥାୟୀ ଟ୍ରେନିଂ କେନ୍ଦ୍ର କରିବା ପାଇଁ ବେଙ୍ଗାଲୁରୁରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେ ଏମିତି କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି।

ପାଣ୍ଡ୍ୟାଙ୍କର ଏହି ପଦକ୍ଷେପ ଏଥିପାଇଁ ସ୍ୱତନ୍ତ୍ର, କାରଣ ସାଧାରଣତଃ ଭାରତର କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିମାନେ ସାଧାରଣତଃ କେବଳ ଆଘାତରୁ ସୁସ୍ଥ ହେବା ପାଇଁ, ଫିଟନେସ୍ ପରୀକ୍ଷା ପାଇଁ କିମ୍ବା ଜାତୀୟ ଶିବିର ପାଇଁ COE ଯାଆନ୍ତି। ପାଣ୍ଡ୍ୟା ମୂଳତଃ ଗୁଜୁରାଟର ବରୋଦା ନିବାସୀ, କିନ୍ତୁ ଗତ ଦଶନ୍ଧିର ଅଧିକାଂଶ ସମୟ ମୁମ୍ବାଇରେ ବିତାଇଛନ୍ତି, ତାଙ୍କ IPL ଦଳ, ମୁମ୍ବାଇ ଇଣ୍ଡିଆନ୍ସର ସୁବିଧାରେ ତାଲିମ ନେଉଛନ୍ତି। ପାଣ୍ଡ୍ୟା ବର୍ତ୍ତମାନ ଜଙ୍ଘ ଆଘାତରୁ ସୁସ୍ଥ ହେଉଛନ୍ତି ଏବଂ ବ୍ରିଟେନର ସୀମିତ ଓଭର ଗସ୍ତରୁ ବାହାର ହୋଇ ଥିଲେ। ସେ ଗତ ଛଅ ମାସ ଧରି COEରେ ଖୁବ୍ ସମୟ ବିତାଇଛନ୍ତି।

ବିସିସିଆଇର ଏକ ସୂତ୍ରାନୁସାରେ, ହାର୍ଦ୍ଦିକ ପୂର୍ବରୁ ସ୍ଥାୟୀ ଭାବେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇ ସାରିଛନ୍ତି ଏବଂ ସେ ସିଓଇ ନିକଟରେ ଏକ  ଭଡା ନେଇଛନ୍ତି। ସେ ତାଙ୍କ କ୍ୟାରିୟରର ଅବଶିଷ୍ଟ ସମୟ ପାଇଁ ସିଓଇକୁ ନିଜର ସ୍ଥାୟୀ ଟ୍ରେନିଂ କେନ୍ଦ୍ର କରିବାର ପ୍ରଥମ ପ୍ରଥମ ଭାରତୀୟ କ୍ରିକେଟର ହେବେ। ସୂତ୍ରରୁ ପ୍ରକାଶ ଯେ, ହାର୍ଦ୍ଦିକ ମୁମ୍ବାଇରୁ ବାହାରୁ ଯିବାକୁ ଚାହୁଁ ଥିଲେ , କାରଣ ପ୍ରତିଦିନ ଟ୍ରେନିଂ ପାଇଁ ନିଜ ଘରୁ ଯାତାୟାତ କରିବା କଷ୍ଟକର ହୋଇ ଯାଇ ଥିଲା।

କେନ୍ଦ୍ରୀୟ ଚୁକ୍ତିବଦ୍ଧ କ୍ରିକେଟର ଭାବରେ, ତାଙ୍କୁ COEରେ ଆଘାତର ଚିକିତ୍ସା ଠାରୁ ନେଇ ସ୍କିଲ୍ ଟ୍ରେନିଂ ପର୍ଯ୍ୟନ୍ତ ସମସ୍ତ ସୁବିଧା ମିଳିବ। ଏଥିପାଇଁ ଯେବେ ବି ସେ IPL, ରାଜ୍ୟ କିମ୍ବା ଜାତୀୟ ଦଳ ସହିତ ନଥିବେ ତ , ସେ COEକୁ ତାଙ୍କର ସ୍ଥାୟୀ ଆଧାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱାସ କରାଯାଏ ଯେ, ହାର୍ଦ୍ଦିକଙ୍କ ପାଖରେ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଫିଜିଓଥେରାପିଷ୍ଟ ଓ ବ୍ୟକ୍ତିଗତ କୋଚ୍ ମଧ୍ୟ ରହିବେ।

ଏହାସହ ମଧ୍ୟ ପଢନ୍ତୁ :  Movie War Wequence : ଭାରତୀୟ ସେନାର ସାହାଯ୍ୟରେ ସୁଟ୍‌ ହୋଇଥିଲା ଏହି ସିନ୍‌ , ୧୯୬୦ରେ ଏହା କରିବା ନଥିଲା ସମ୍ଭବ