Homemade Neem Face Wash : ବିନା ଖର୍ଚ୍ଚରେ ବି ଚମକିବ ଚେହେରା , ଜାଣନ୍ତୁ ଏହାର ଉପାୟ
ନୂଆଦିଲ୍ଲୀ : ସ୍କିନ କେୟାରର ପ୍ରଥମ ଓ ସବୁଠୁ ଆବଶ୍ୟକୀୟ ଷ୍ଟେପ୍ କ୍ଲିଞ୍ଜିଂ ହୋଇ ଥାଏ। ଏଥିପାଇଁ ବଜାରରେ ଅନେକ ପ୍ରକାରର କ୍ଲିଞ୍ଜର ଓ ଫେସ୍ ୱାଶ୍ ସହଜରେ ମିଳି ଯାଏ। ହେଲେ ଏହା କେବଳ ଯେ, ମହଙ୍ଗା ହୋଇ ଥାଏ , ତାନୁହେଁ ଏହା ସହ ଏଥିରେ ଅନେକ ପ୍ରକାରର କେମିକାଲ ମଧ୍ୟ ଥାଏ। ଭଲ କଥା ଏହା ଯେ, ଆମର ରୋଷେଇରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି, ଯାହା ସାହାଯ୍ୟରେ ଘରେ ସହଜରେ ଫେସ ୱାଶ୍ ପ୍ରସ୍ତୁତ କରାଯାଇ ପାରେ। ଏହି ଘରୋଇ ଫେସ ୱାସ୍ ତ୍ୱଚାକୁ ଭଲଭାବେ ସଫା କରିବା ସହ ପିମ୍ପଲ୍ସ , ଏକଷ୍ଟ୍ରା ଅଏଲ ଓ ଡଲନେସର ସମସ୍ୟାକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଘରେ କେମିତି ଆପଣ ସହଜ ଉପାୟରେ ନିମ୍ୱରେ ଫେସ୍ ୱାଶ୍ ପ୍ରସ୍ତୁତି କରିବେ , ଆସନ୍ତୁ ଏହାର ଉପାୟ ଜାଣିବା।
ପ୍ରାଚୀନ କାଳରୁ ତ୍ବଚାର ଯତ୍ନ ପାଇଁ ନିମ୍ୱର ବ୍ୟବହାର ହୋଇ ଆସୁଛି। ବିଶେଷକରି ନିମ୍ୱ ପତ୍ରକୁ ବ୍ରଣ, ବ୍ରଣ ଦାଗ, ଦାଗ ଏବଂ କଳାଦାଗ ଭଳି ସମସ୍ୟା ଦୂର କରିବାରେ ସହାୟକ ବୋଲି କୁହାଯାଏ। ଯଦି ଆପଣ କେମିକାଲ-ଫ୍ରି ଫେସୱାସ୍ ବଦଳରେ କିଛି ପ୍ରାକୃତିକ ବ୍ୟବହାର କରିବାକୁ ଚାହାଁନ୍ତି, ତ ଆପଣ ଘରେ ନିମ୍ୱର ଫେସୱାସ୍ ତିଆରି କରି ବ୍ୟବହାର କରି ପାରିବେ।
ଏଲୋଭେରା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଭାବେ ମନେକରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍- ସି ଭରପୂର ମାତ୍ରାରେ ରହିଛିI ଯେବେ ନିମ୍ୱ ପାଉଡର ଏବଂ ଏଲୋଭେରା ଜେଲର ମିଶ୍ରଣ ମୁହଁରେ ଲଗା ଯାଏ,ତ ଏହା ବ୍ରଣ ଦାଗ, ଦାଗ ଏବଂ ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରି ପାରେ।
ନିମ୍ୱ ଓ ଏଲୋଭେରା ଫେସ୍ ୱାଶ୍ -
ନିମ୍ୱ ଏବଂ ଏଲୋଭେରା ଫେସ୍ ୱାଶ୍ ପ୍ରସ୍ତୁତ କରିବାକୁ ହେଲେ ୧ ଚାମଚ ନିମ୍ ପାଉଡର ଏବଂ ୨ ଚାମଚ ଏଲୋଭେରା ଜେଲ୍ ନିଅନ୍ତୁ। ଉଭୟକୁ ଭଲଭାବେ ମିଶାଇ ଏକ ମସୃଣ ପେଷ୍ଟ ତିଆରି କରନ୍ତୁ। ଉଷୁମ ପାଣିରେ ଆପଣଙ୍କ ମୁହଁକୁ ଭଲରେ ଧୋଇ ଦିଅନ୍ତୁ। ଏହାପରେ, ପ୍ରସ୍ତୁତ ମିଶ୍ରଣକୁ ଆପଣଙ୍କ ମୁହଁରେ ଧୀରେ ଧୀରେ ମାଲିସ୍ କରି ଲଗାନ୍ତି। ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ଉଷୁମ ପାଣିରେ ମୁହଁକୁ ଧୋଇ ଏକ ସଫା ତଉଲିଆରେ ପୋଛି ଦିଅନ୍ତୁ।
ନିମ୍ୱ ଓ ହଳଦୀ ଫେସ୍ ୱାଶ୍ -
ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳେ। ନିମ୍ୱ ସହ ହଳଦୀର ବ୍ୟବହାର ମୁହଁର ଲାଲପଣ ଏବଂ ପ୍ରଦାହକୁ ହ୍ରାସ କରାଇବାରେ ସାହାଯ୍ୟ କରେ। ଏହାସହ ଏହା ମୁହଁରେ ପ୍ରାକୃତିକ ଚମକ ଆଣିବାରେ ମଧ୍ୟ ସାହାଯ୍ୟ କରି ପାରେ।
ନମ୍ୱ ଓ ହଳଦୀ ଫେସ୍ ୱାଶ୍ ତିଆରି କରିବା ପାଇଁ ୨ ଚାମଚ ନିମ୍ୱ ପାଉଡର, ୧/୪ ଚାମଚ ହଳଦୀ ପାଉଡର ଏବଂ ୧ ଚାମଚ ଗୋଲାପ ଜଳ ନିଅନ୍ତୁ । ସର୍ବ ପ୍ରଥମେ, ନିମ୍ୱ ପାଉଡର ଓ ହଳଦୀକୁ ଭଲ ଭାବରେ ମିଶାନ୍ତୁ। ତାପରେ, ଏକ ମସୃଣ ପେଷ୍ଟ ତିଆରି କରିବା ପାଇଁ ଅଳ୍ପ ପାଣି ମିଶାନ୍ତୁ। ଏବେ ଉଷୁମ ପାଣିରେ ଆପଣଙ୍କ ମୁହଁକୁ ସଫା କରିବା ସହ ପ୍ରସ୍ତୁତ କରିଥିବା ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ହାତରେ ହାଲୁକା ଭାବେ ଧୀରେ ଧୀରେ ମାଲିସ୍ କରନ୍ତୁ । ଏହି ପେଷ୍ଟକୁ ୫ ରୁ ୬ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତି। ଏହାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଶେଷରେ, ଏକ ସଫା ତଉଲିଆରେ ମୁହଁକୁ ପୋଛି ଶୁଖାନ୍ତୁ।
ଯଦି ଆପଣଙ୍କର ଚର୍ମ ସମ୍ବେଦନଶୀଳ, ତେବେ କୌଣସି ଘରୋଇ ଉପଚାର ବ୍ୟବହାର କରିବା ପୂର୍ବରୁ ଏକ ପ୍ୟାଚ୍ ପରୀକ୍ଷା କରନ୍ତୁ। ଯଦି ଆପଣ କୌଣସି ପ୍ରକାରର ଜ୍ୱଳନ କିମ୍ବା ଆଲର୍ଜି ଅନୁଭବ କରୁଛନ୍ତି ,ତ ଏହାକୁ ବ୍ୟବହାର ବନ୍ଦ କରି ଦିଅନ୍ତୁ।
ଏହା ମଧ୍ୟ ପଢନ୍ତୁ : Cancer Symptoms and causes : ଶରୀରରେ ଏହି ସବୁ ସମସ୍ୟା ବାରମ୍ୱାର ହେବା କ୍ୟାନସରର ଲକ୍ଷଣ, ସତର୍କ କରାଇଲେ ବିଶେଷଜ୍ଞ