30 JUNE 2026

Welcome!

Unlock your personalized experience.
Sign Up

‘ତାଙ୍କୁ ମୋ ପାଖକୁ ଟାଣିକି ଆଣ, ପଚାରିବି’... ସିନ୍ଦେ ଗୋଷ୍ଠୀକୁ ଯାଇଥିବା ଘନିଷ୍ଠ ଏମ୍ଏଲସିଙ୍କୁ କହିଲେ ଆଦିତ୍ୟ ଠାକରେ

Jun 30, 2026 - 20:50
‘ତାଙ୍କୁ ମୋ ପାଖକୁ ଟାଣିକି ଆଣ, ପଚାରିବି’... ସିନ୍ଦେ ଗୋଷ୍ଠୀକୁ ଯାଇଥିବା ଘନିଷ୍ଠ ଏମ୍ଏଲସିଙ୍କୁ କହିଲେ ଆଦିତ୍ୟ ଠାକରେ

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକ ମିଳିଛି। ଶିବସେନା (ୟୁବିଟି)ର ବରିଷ୍ଠ ନେତା ଓ ଆଦିତ୍ୟ ଠାକରେଙ୍କ ସବୁଠାରୁ ଭରସାଯୋଗ୍ୟ ସଚିନ ଅହିର ଦଳ ବଦଳାଇ ଏକନାଥ ସିନ୍ଦେଙ୍କ ନେତୃତ୍ବାଧିନ ଶିବସେନାର ହାତ ଧରିଛନ୍ତି। ଏହି ପଦ​‌କ୍ଷେପ ଦ୍ବାରା ରାଜ୍ୟ ରାଜନୀତିରେ ‘ଅପରେସନ୍ ଟାଇଗର-୩’ ରୂପରେ ଦେଖାଯାଉଛି। କେବଳ ସେତିକି ନୁହେଁ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାମାତ୍ରେ ସଚିନ ଅହିରଙ୍କୁ ଏହାର ବଡ଼ ପୁରସ୍କାର ମିଳିଯାଇଛି। ସେ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସବୁଠାରୁ ବଡ କଥା ହେଲା ସିନ୍ଦେ ଏହି ପଦପାଇଁ ନିଜ ଦଳର ଅନ୍ୟ ଦାବିଦାରଭ୍କୁ ଅଳଗା କରି ବିରୋଧି ନେତାଙ୍କୁ ପ୍ରାଥମିକତା ଦେଇଛନ୍ତି।

ସଚିନ ଅହିରଙ୍କୁ ଉଦ୍ଧବ ଗୋଷ୍ଠୀ ଛାଡିବା ଓ ସିନ୍ଦେ ଗୋ​ଷ୍ଠୀରେ ସାମିଲ ହେବା ଆଦିତ୍ୟ ଠାକରେଙ୍କ ପାଇଁ ଏକ ବ୍ୟକ୍ତିଗତ ଓ ରାଜନୈତିକ ଆଘାତ ବୋଲି କୁହାଯାଉଛି। ଅହିର ନା କେବଳ ତାଙ୍କ ଘନିଷ୍ଠ ଥିଲେ, ବଂର ଓ୍ବାର୍ଲି ନିର୍ବାଚନ କ୍ଷେତ୍ରରେ ତାଙ୍କର ମୁଖ୍ୟ ରଣନୀତିଜ୍ଞ ମଧ୍ୟ ଥିଲେ। ୨୦୧୯ ରେ ଯେତେବେଳେ ଆଦିତ୍ୟ ଠାକରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିଥିଲେ, ସେତେବେଳେ ସଚିନ ଅହିର ତାଙ୍କର ନିର୍ବାଚନ ପରିଚାଳନାକୁ ଦେଖୁଥିଲେ। ଅହିର ସେହି ସମୟରେ ଏନ୍‌ସିପିରେ ଥିଲେ। ସେତେବେଳେ ତାଙ୍କୁ ଶିବସେନାରେ ଅଣାଯାଇଥିଲା ଓ ଓ୍ବର୍ଲିର ପୁରା ଦାୟିତ୍ବ ତାଙ୍କୁ ଦିଆଯାଇଥିଲା।

ଉଲ୍ଲେଖନୀୟ ଯେ, ଆଦିତ୍ୟ ଠାକରେଙ୍କର ସବୁଠାରୁ ଘନିଷ୍ଠ ସହଯୋଗୀ ଓ ମୁମ୍ବାଇ ପାଇଁ ଗୁରୁତ୍ବପୂର୍ଣ୍ଣ ରଣନୀତିଜ୍ଞଙ୍କୁ ନିଜ ଗୋଷ୍ଠୀକୁ ଆଣି ଏକନାଥ ସିନ୍ଦେ ମାତେଶ୍ରୀର ନିର୍ବାଚନୀ ରଣନୀତିକୁ ଭାଙ୍ଗିବାକୁ ଚେଷ୍ଟା କରିଥି​‌ଲେ। ଏହି ଘଟଣାକ୍ରମରୁ ଆଦିତ୍ୟ ଠାକରେଙ୍କ ରାଜନୀତି ବୁଝିବା ଉପରେ ମଧ୍ୟ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ଠାକରେଙ୍କ ସଂଗଠନକୁ ମଜବୁତ କରିବାର ଦାବି ଉପରେ ମଧ୍ୟ ପ୍ରଭାବ ପଡିଛି। ଅନ୍ୟପକ୍ଷେ ନିଜର ଘନିଷ୍ଠ ସହଯୋଗୀଙ୍କ ଦଳ ବଦଳାଇବା ଉପରେ ପ୍ରତିକ୍ରିୟା ଦେଇ ଆଦିତ୍ୟ ଠାକରେ କହିଛନ୍ତି, ପାର୍ଟି ଅହିରଙ୍କୁ ସବୁକିଛି ଦେଇଛି, ତଥାପି ମଧ୍ୟ ସେ ଦଳ ଛାଡି ଦେଲେ।

ଅହିରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କିଛି ନେତା, ଯାହାଙ୍କୁ ସବୁକିଛି ମିଳେ, ତଥାପି ମେସାନେ ନିଜ ସ୍ବାର୍ଥ ପାଇଁ ଦଳ ଛାଡି ଦିଅନ୍ତି। ଏଥିରେ କିଛି ନୂଆ ନାହିଁ। ଓ୍ବର୍ଲ୍ଡି ଓ ଶିଭଡି ହେଉଛି ଆମର ଗଡ ଏବଂ ଆଗକୁ ବି ରହିବ।  ଏହାର ଅର୍ଥ ତାହା ନୁହେଁ ଯେ ଆମକୁ କୌଣସି ବଡ଼ ଝଟକା ଲାଗିଛି। ତେବେ ଏହା ଦ୍ବାରା ତାଙ୍କ ସିଦ୍ଧାନ୍ତର ଅଭାବ ବିଷୟରେ ଜଣାପଡିଛି। ଜୀବନରେ କିଛି ସିଦ୍ଧାନ୍ତ ରହିବା ଦରକାର।’ ଆଦିତ୍ୟ କହିଛନ୍ତି, ତାଙ୍କୁ  ମୋ ପାଖକୁ ଟାଣିକି ଆଣ, ମୁଁ ତାଙ୍କୁ ପଚାରିବି ପାର୍ଟି ତାଙ୍କୁ କ’ଣ ନଦେଇଛି।  ଏହା ଅପରେସନ୍ ଟାଇଗର ନୁହେଁ ବଂର ‘‘ଅପରେସନ୍ ଦେବେନ୍ଦ୍ର ଫଡନାଭିସ୍’। ଯେଉଁ ଲୋକ ଜାଣନ୍ତି ତାଙ୍କୁ ଏ ବିଷୟରେ ସବୁ ଜଣା।