BJP vs Cong on Textbook Errors କଂଗ୍ରେସକର୍ମୀ ଗର୍ଜିଲେ, ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଜଗିଲେ ବିଜେପି କର୍ମୀ

Jun 30, 2026 - 20:32
BJP vs Cong on Textbook Errors କଂଗ୍ରେସକର୍ମୀ ଗର୍ଜିଲେ, ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଜଗିଲେ ବିଜେପି କର୍ମୀ

"ଉମରକୋଟ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଥିବା ବ୍ୟାପକ ତ୍ରୁଟିବିଚ୍ୟୁତି ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉମରକୋଟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କରିବାକୁ ଚେତାବନୀ ଦେଇଥିଲେ।

ଏହି ଚେତାବନୀକୁ ନେଇ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟରେ ଏକ ରୋଚକ ମୁହାଁମୁହିଁ ଦେଖିବାକୁ ମିଳିଛି।

କଂଗ୍ରେସର ଗର୍ଜନ ଦେଖି ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ବିଜେପିକର୍ମୀମାନେ ଅଣ୍ଟାଭିଡ଼ିଛନ୍ତି।Advertisment ଗତକାଲି (ସୋମବାର) ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ଉମରକୋଟ ସହରର ଭାଲୁଗୁଡ଼ା ସାହି ଠାରେ ଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟକ୍ତିଗତ ବାସ ଭବନକୁ ମଙ୍ଗଳବାର ସନ୍ଧ୍ୟା ୪ ଟାରେ ଘେରାଉ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଲିପିକା ମାଝୀ ଘୋଷଣା କରିଥିଲେ।

ଏହାକୁ ନେଇ ଆଜି ଉମରକୋଟ ଠାରେ ପୂର୍ବାହ୍‌ଣରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିଲା।

ମନ୍ତ୍ରୀ ବର୍ତ୍ତମାନ ଭୁବନେଶ୍ୱର ରେ ଥିବା ବେଳେ ମଙ୍ଗଳବାର ଅପରାହ୍ନ ୩ଟା ରୁ ଉମରକୋଟ ସହର, ବ୍ଲକ୍ ଓ ରାଇଘର ବ୍ଲକ ଓ ମହିଳା ମୋର୍ଚ୍ଚାର ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ବିଜେପିକର୍ମୀ ମାନେ ମନ୍ତ୍ରୀଙ୍କ ବାସଭବନକୁ ସମ୍ମୁଖରେ ଏକତ୍ରିତ ହେଇଥିଲେ।

ଲିପିକା ମାଝୀ ହାଏ ହାଏ କଂଗ୍ରେସ ଦଳ ହାଏ ହାଏ ବୋଲି ନାରା ଦେଇ ଶତାଧିକ ବିଜେପି ମହିଳା ନେତ୍ରୀ ମାନେ ଝାଡୁ ଧରି ନାରାବାଜି କରିଥିଲେ।

ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ କହିଛନ୍ତି, ଏହି ପୁସ୍ତକ ତ୍ରୁଟିରେ ମନ୍ତ୍ରୀଙ୍କ କୌଣସି ହାତ ନଥିବା କହି ବିରୋଧୀ ମନ୍ତ୍ରୀଙ୍କୁ ଅଯଥାରେ  ବଦନାମ କରୁଛନ୍ତି।

ମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସ ଭବନକୁ ଘେରାଉ କରିବା ହାସ୍ୟାସ୍ପଦ ଓ ହତାଶର ପରିଚୟ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାମ ନାୟକ, ସାଂସଦଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ, ବେହେଡ଼ା ମଣ୍ଡଳ ସଭାପତି ବୈକୁଣ୍ଠ ଭତ୍ରା, ବୁର୍ଜା ମଣ୍ଡଳ ସଭାପତି ବନ ସିଂ ମାଝୀ, ଚନ୍ଦ୍ର ଭାନୁ ମାଝୀ, ନଗର ସଭାପତି ସନ୍ତୋଷ ଶର୍ମା, ମିଲୁ ପଣ୍ଡା, ଅଶୋକ ସାହୁ, ଦିଲୀପ ବିଶ୍ୱାସ, ଗୋପୀନାଥ ସାହୁ , ସନତ ଠାକୁର, ସୀମା ସ୍ୱାଇଁ, ମାନସିକ ଦାସ, ବାବୁଲା ପାଣିଗ୍ରାହୀ, ଏସ୍‌ଡିସି ଅଧ୍ୟକ୍ଷା ବାସନ୍ତୀ ମାଝୀ , ସନ୍ତୋଷ ସରକାର, ବାଦଲ ପଟ୍ଟନାୟକ, ଆଶିଷ ରାଓ, ମନ୍ଦିରା ନାୟକ, ରମେଶ ଦାସ ,ରାମ ଗଣ୍ଡ, ନିତୁ ଗଣ୍ଡ ଓ ମିନତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା।

ଏଭଳି ସ୍ଥିତିରେ, ଗତକାଲି ଗର୍ଜନ କରୁଥିବା କଂଗ୍ରେସ ଦଳ ମନ୍ତ୍ରୀଙ୍କ ବାସଭବନକୁ ଘେରାଉ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ।

ଉମରକୋଟ କଣ୍ଡାଗା ରୋଡ ଠାରେ ଥିବା ଦଳୀୟ କାର୍ଯ୍ୟଳୟ ଠାରେ ଦଳୀୟ କର୍ମୀଙ୍କୁ ନେଇ ସଭା କରିଥିଲେ।

ପରେ ଏକ ବିଶାଳ ର।ଲି ବାହାର କରି ମେଡିକାଲ ଛକ ଠାରେ ପହଞ୍ଚିଥିଲେ।

ମନ୍ତ୍ରୀଙ୍କ ବିରୋଧ ରେ ବିଭିନ୍ନ ସ୍ଲୋଗାନ ପ୍ରଦାନ କରିବା ସହ ଇସ୍ତଫା ଦାବି କରିବା ସହ ସେଠାରେ ଏକ ପଥ ପ୍ରାନ୍ତ ସଭାର ଆୟୋଜନ କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ ଲିପିକା ମାଝୀ, ବରିଷ୍ଟ କଂଗ୍ରେସ ନେତା ମୁନା ତ୍ରିପାଠୀ, ହାରାବତୀ ଗଣ୍ଡ, ସୋନର।ଜ ଗଣ୍ଡ, ଖେମରାଜ ବାଘ, ଶଙ୍କର ଦେ, ଅମୂଲ୍ୟ ପଟ୍ଟନାୟକ, କପୁର ନାୟକ ପର୍ଶୁରାମ ନାୟକ, କୃଷ୍ଣ ମାଝୀ, ଗୌତମ ପଟ୍ଟନାୟକ, ବାବୁଲା ପଟ୍ଟନାୟକ, ବୃନ୍ଦାବନ ତ୍ରିପାଠୀ , ଅଖିଳ ଭତ୍ରା , ଅନାମ ଦିଅ।ନ , ଉଷମ।ନ ଲାଠିଆ ପ୍ରମୁଖ ଉପସ୍ଥିତ ଥିଲେ।"