ଦୁଇ ଭିଣୋଇଙ୍କ ସହ ଥିବା ଅବୈଧ ସମ୍ପର୍କ କଥା ଜାଣିଦେଲା ସ୍ବାମୀ, ବିଷ ଦେଇଦେଲା ସ୍ତ୍ରୀ
ନୂଆଦିଲ୍ଲୀ: ନୂଆ କରି ବିବାହ କରିଥିଲେ ହେଲେ ମନ ଥିଲା ଭିଣୋଇଙ୍କ ପାଖରେ । ଜଣେ ନୁହେଁ ବରଂ ଦୁଇ ଭିଣୋଇଙ୍କ ସହ ରଖୁଥିଲେ ଅବୈଧ ସମ୍ପର୍କ । ଯେତେବେଳେ ଏ କଥା ଜାଣିଦେଲେ ସ୍ବାମୀ, ସେତେବେଳେ ଜୀବନ ନେବାକୁ ଚେଷ୍ଟା କଲା ସ୍ତ୍ରୀ । ଭଗବାନଙ୍କ କୃପାରୁ ଅଳ୍ପେକ ବଞ୍ଚିଯାଇଛନ୍ତି । ଉତ୍ତରପ୍ରଦେଶର ହରଦୋଇ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଅଭିଯୁକ୍ତ ମହିଳାଙ୍କ ସହ ତାଙ୍କ ଦୁଇ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଙ୍ଗମ କୁମାର ନାମକ ଯୁବକ ନଭେମ୍ବର ୨୪, ୨୦୨୫ ମସିହାରେ କାନପୁରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ମାତ୍ର ୭ ମାସରେ ଜୀବନ ନେବାକୁ ଚେଷ୍ଟା କରିଥିଲେ ପତ୍ନୀ । ତାଙ୍କ ପତ୍ନୀ ଦୁଇ ଭିଣୋଇ ମନୋଜ କୁମାର ଏବଂ ଉମାଶଙ୍କରଙ୍କ ସହ ଅବୈଧ ସମ୍ପର୍କ ରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସଙ୍ଗମ ଜାଣିବା ପରେ ମଧ୍ୟ ସ୍ତ୍ରୀଙ୍କୁ ବୁଝାଇଥିଲେ । ମାତ୍ର ସେ ବୁଝିବା ବଦଳରେ ଅଧିକ ଭୁଲ୍ କରିଥିଲେ । ବଉ ସେ ଶେଷରେ ଏହାକୁ ବିରୋଧ କରିଥିଲେ ଏବଂ ତାଙ୍କ ସହ ସମ୍ପର୍କ କାଟିବାକୁ କହିଥିଲେ ।
ହେଲେ ମହିଳାଙ୍କ ମନରେ ଭିଣୋଇଙ୍କ ପାଇଁ ଏତେ ପ୍ରେମ ଥିଲା କି, ସେ ଗତ ଜୁଲାଇ ୭ ତାରିଖରେ ରାତିରେ ଖାଇବାରେ ବିଷ ମିଶାଇ ଦେଇଥିଲେ । କେବଳ ଏତିକି ନୁହେଁ ବିଷ ଦେବା ପରେ ମଧ୍ୟ ମନ ବୁଝିନଥିଲା ଯେ, ଦୁଇ ଭିଣୋଇଙ୍କ ସହ ମିଶି ଆକ୍ରମଣ କରିଥିଲେ । ଯଦିଓ ପରିବାର ଲୋକେ ଜାଣିବା ପରେ ସେମାନେ ସଙ୍ଗମକୁ ମେଡିକାଲରେ ଭର୍ତ୍ତି କରିଥିଲେ । ସୌଭାଗ୍ୟ ବଶତଃ ସେ ନିଜର ଜୀବନ ଫେରିପାଇଛନ୍ତି । ଏନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୋ ଦୁଇ ଶଢ଼ୁ ଏବଂ ସ୍ତ୍ରୀଙ୍କୁ ଉଚିତ୍ ଦଣ୍ଡ ଦିଆଯାଉ ।
ଏହାସହ ପଢ଼ନ୍ତୁ : ବାହାହେବାକୁ କହିବାରୁ ପ୍ରେମିକାକୁ ମାରିଦେଲା, ପ୍ରେମିକର ଷଡ଼ଯନ୍ତ୍ର ଶୁଣିଲେ ଉଡ଼ିଯିବ ହୋସ୍...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।