କ୍ରୁଡ୍ ଅଏଲ୍ ଉପରେ ସାଉଦିର ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ! ଭାଙ୍ଗିଲା ୨୬ ବର୍ଷର ରେକର୍ଡ; ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?
ନୂଆଦିଲ୍ଲୀ, ୭।୭: ଅନ୍ତର୍ଜାତୀୟ ବଜାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତେଲ ଉତ୍ପାଦନକାରୀ ଦେଶଗୁଡ଼ିକ ମଧ୍ୟରେ ଜାରି ରହିଥିବା ପ୍ରତିଯୋଗିତା ଯୋଗୁଁ ସାଉଦି ଆରବ ଅଶୋଧିତ ତେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ କରିଛି । ଅଗଷ୍ଟ ମାସ ପାଇଁ ସାଉଦି ଆରବ କ୍ରୁଡ୍ ଅଏଲ୍ ଦରରେ ବ୍ୟାରେଲ୍ ପିଛା ୧୧ ଡଲାର କମାଇ ଦେଇଛି, ଯାହା ଗତ ୨୬ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି । ଏହାପୂର୍ବରୁ ଜୁଲାଇ ମାସରେ ମଧ୍ୟ ‘ଆରବ ଲାଇଟ୍ କ୍ରୁଡ୍’ ଉପରେ ବ୍ୟାରେଲ୍ ପିଛା ୬ ଡଲାର ରିହାତି ଦିଆଯାଇଥିଲା । ହୋର୍ମୁଜ୍ ଖୋଲିବା ପରେ ଜୁଲାଇରେ ଏହି ସଂଶୋଧନ କରାଯାଇଥିଲା, ଯାହାଫଳରେ ତେଲ ଦର ଫେବ୍ରୁଆରୀ ୨୮ ପୂର୍ବ ସ୍ଥିତିକୁ ଫେରିଆସିଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏସିଆ ପାଇଁ ସାଉଦି ଆରବର ଅଶୋଧିତ ତେଲ ମୂଲ୍ୟ ଓମାନ ଦୁବାଇ ହାରାହାରି ମୂଲ୍ୟଠାରୁ ବ୍ୟାରେଲ୍ ପିଛା ୧.୫୦ ଡଲାର କମ୍ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।