07 JULY 2026

Welcome!

Unlock your personalized experience.
Sign Up

E20 petrol implementation review: ଗ୍ରାହକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଡିଲର, ଇ-୨୦ ପେଟ୍ରୋଲ କାର୍ଯ୍ୟକାରିତାର ପୁନର୍ବିଚାର ଦାବି

Jul 07, 2026 - 10:12
E20 petrol implementation review: ଗ୍ରାହକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଡିଲର, ଇ-୨୦ ପେଟ୍ରୋଲ କାର୍ଯ୍ୟକାରିତାର ପୁନର୍ବିଚାର ଦାବି

ନୂଆଦିଲ୍ଲୀ, ୦୭/୦୭: ଏବେ ଇଥାନଲ  ମିଶ୍ରିତ ଇ-୨୦ ପେଟ୍ରୋଲକୁ ନେଇ ସାରା ଦେଶରେ  ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ ସାରା ଦେଶରେ ଏହାର କାର୍ଯ୍ୟକାରୀ  ହେବା ପୂର୍ବରୁ ପୁଣି ଥରେ ବିଚାର କରିବାକୁ ଅନୁରୋଧ କରାଯାଇଛି । ସଂଘ ଦାବି କରିଛି  ଯେ, ଉଚ୍ଚ ପରିମାଣର ଇଥାନଲ ମିଶ୍ରଣ ଯୋଗୁ ତେଲ ଟାଙ୍କିଗୁଡିକରେ ପରିଚାଳନାଗତ ସମସ୍ୟା ଦେଖାଯାଇଛି । ଦେଶବ୍ୟାପୀ ଗାଡ଼ିଗୁଡିକରେ ସମସ୍ୟା ଦେଖାଯାଉଥିବାରୁ ଗାଡି ମାଲିକମାନେ ତେଲ ଟାଙ୍କିରେ ଆସି ହଙ୍ଗାମା କରୁଛନ୍ତି ।

୨ ଦିନ ଆଗରୁ ବିଭିନ୍ନ ଅଟୋ କମ୍ପାନି ଏବଂ ଶିଳ୍ପ ବିଶେଷଜ୍ଞମାନେ ଇ-୨୦ ପେଟ୍ରୋଲ  ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଇ-୨୦ ଅନୁପାଳନ  କରୁଥିବା ଯାନଗୁଡିକ ଏକାଧିକ ପର୍ଯ୍ୟାୟରେ  ପରୀକ୍ଷଣ କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ  ସୁରକ୍ଷିତ ବୋଲି କହିଥିଲେ । ପେଟ୍ରୋଲିୟମ ଡିଲର  ଆସୋସିଏସନର ସଭାପତି ଶଶାଙ୍କ ଶେଖର  ସାହୁ କହିଛନ୍ତି, ଇ-୨୦ ପେଟ୍ରୋଲ ପକାଉଥିବା  ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଏଥିଯୋଗୁ  ପେଟ୍ରୋଲ ପମ୍ପଗୁଡିକ ଚଳାଇବାରେ ସମସ୍ୟା  ହେଉଛି । ଦେଶର ଇନ୍ଧନ ନୀତି ଡିଲରମାନେ  ନିର୍ଦ୍ଧାରଣ କରୁନାହାନ୍ତି ହେଲେ ତୃଣମୂଳ ସ୍ତରରେ  ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି । ଏଭଳି  ସ୍ଥିତିରେ ଇ-୨୦ ଇନ୍ଧନକୁ ନେଇ ପୁଣି ଥରେ  ବିଚାର କରାଯିବାର ଆବଶ୍ୟକତା ରହିଛି ।  

ସେ ପୁଣି କହିଛନ୍ତି, ଏବେ ମଧ୍ୟ ଅନେକ  ଦେଶରେ ଇଥାନଲ ମିଶ୍ରଣ ପ୍ରାୟ ୧୦% ସ୍ତରରେ  ସୀମିତ ରହିଛି । ଭାରତ ୨୦% ଇଥାନଲ ମିଶ୍ରଣ  ନେଇ ନିଷ୍ପତ୍ତି ନେଇଛି । ବିଏସ୍‌ ସହ ବଜାରରେ  ରହିଥିବା ଅଧିକାଂଶ ଗାଡି ଇ-୨୦ ଇନ୍ଧନରେ  ଗଡ଼ିବା ଭଳି  ଡିଜାଇନ ହୋଇନାହିଁ । ଇ-୨୦ ଇନ୍ଧନ  ଯୋଗୁ କାର୍ବୋରେଟର ଏବଂ ଅନ୍ୟ ଯାନ୍ତ୍ରିକ ସମସ୍ୟା  ରହିଥିବା ଅଭିଯୋଗ ହେଉଛି । ଏଭଳି ସମସ୍ୟାକୁ  ନେଇ ଲୋକମାନେ ପେଟ୍ରୋଲ ପମ୍ପ ମାଲିକ  ଏବଂ କର୍ମଚାରୀଙ୍କ ଉପରେ ଉତ୍ୟକ୍ତ ହେଉଛନ୍ତି ।  ସରକାର ଏଭଳି ତେଲ ଆଣିଥିବା ବେଳେ  ଡିଲରମାନେ କେବଳ ଏହାର ବିକ୍ରି କରୁଛନ୍ତି ।  

ନୀତିଗତ ନିଷ୍ପତ୍ତିରେ କୌଣସି ଭୂମିକା ନ ଥାଇ ମଧ୍ୟ  ଡିଲରମାନେ ଲୋକଙ୍କ ଦ୍ୱାରା ଟାର୍ଗେଟ ହେଉଥିବା  ସେ କହିଛନ୍ତି । ସରକାର ଇନ୍ଧନ ଆମଦାନି ନିର୍ଭରତା  କମାଇବା ଲାଗି ଇ-୨୦ ବ୍ୟବହାରକୁ ସାରା ଦେଶରେ ଉତ୍ସାହିତ କରୁଛନ୍ତି । ଗାଡ଼ି କମ୍ପାନିଗୁଡିକୁ  ମଧ୍ୟ ଏହାର ଉତ୍ପାଦନ ଲାଗି ଉତ୍ସାହିତ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।