Newlywed Woman: ନବବିବାହିତା ମହିଳା ୧୦ ମହଲାରୁ ଡେଇଁ ପଡ଼ି ଗଛରେ ଅଟକି ଗଲେ: ଉଦ୍ଧାର କଲା ଅଗ୍ନିଶମ ବାହିନୀ

Aug 27, 2026 - 12:56
Newlywed Woman: ନବବିବାହିତା ମହିଳା ୧୦ ମହଲାରୁ ଡେଇଁ ପଡ଼ି ଗଛରେ ଅଟକି ଗଲେ: ଉଦ୍ଧାର କଲା ଅଗ୍ନିଶମ ବାହିନୀ

"ମୁମ୍ବାଇ: ମୁମ୍ବାଇ ଅଗ୍ନିଶମ ବାହିନୀ ବୁଧବାର ସକାଳେ ନାଟକୀୟ ଭାବରେ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି।

ମୁମ୍ବାଇ ସବ୍‌ଅର୍ବାନ୍‌ ଭାଣ୍ଡୁପ୍‌ଠାରେ ମହିଳା ଜଣକ ଏକ କୋଠାର ୧୦ମ ମହଲାରୁ ଡେଇଁ ପଡ଼ି ତଳେ ପଡ଼ିବା ପରିବର୍ତ୍ତେ ପାଖରେ ଥିବା ଗଛ ଉପରେ ପଡ଼ି ଯାଇଥିଲେ।

ଲେକ୍ ରୋଡ୍‌ର ସନ୍‌ସାଇନ୍ ବିଲ୍ଡିଂରେ ଥିବା ଏକ ଫ୍ଲାଟର ଝରକାରୁ ପ୍ରତୀକ୍ଷା ହିୱରାଲେ ନାମକ ମହିଳା ଜଣକ ଡେଇଁ ପଡ଼ିଥିଲେ।

ସେ ତଳେ ନ ପଡ଼ି ଏକ ଗଛ ଉପରେ ପଡ଼ିଥିଲେ ଓ ଭୂମିରୁ ପ୍ରାୟ ୨୦-୨୫ ଫୁଟ ଉପରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।Advertisment ଚାରି ମାସ ପୂର୍ବରୁ ବିବାହ କରିଥିଲେ ହିୱରାଲେ ଘଟଣାଟି ଭାଣ୍ଡୁପ୍ ପଶ୍ଚିମର ତୁଲସେଟପଡ଼ାରେ ଥିବା ସନସାଇନ୍ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଘଟିଛି।

ସକାଳ ପ୍ରାୟ ୯ଟା ୩୨ମିନିଟ ସମୟରେ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା, ଯାହା ପରେ କର୍ମଚାରୀମାନେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀମାନେ ହିୱରାଲେଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ହୁକ୍ ସିଡି ବ୍ୟବହାର କରିଥିଲେ ଓ ତାଙ୍କୁ ଗଛରୁ ସୁରକ୍ଷିତ ଭାବରେ ତଳକୁ ଆଣିଥିଲେ।

ତା"ପରେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତରମାନେ କହିଛନ୍ତି ଯେ, ହିୱରାଲେଙ୍କ ବାମ ଗୋଡରେ ଆଘାତ ଲାଗିଛି।

ପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ସିଓନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ସୂଚନା ଅନୁସାରେ ହିୱରାଲେ ମାତ୍ର ଚାରି ମାସ ପୂର୍ବରୁ ବିବାହ କରିଥିଲେ।

ସେ ବର୍ତ୍ତମାନ ସିଓନ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ଅଛନ୍ତି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ହିୱରାଲେଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିପାରି ନାହିଁ।

ଘଟଣା ବିଷୟରେ ତାଙ୍କ ପୈତୃକ ପରିବାରକୁ ସୂଚନା ଦିଆଯାଇଛି।

ପୁଲିସ କହିଛି ଯେ, ହିୱରାଲେଙ୍କ ଚେତା ଫେରିବା ପରେ ସେମାନେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ତାଙ୍କ ବୟାନ ରେକର୍ଡ କରିପାରିବେ।

ନେପାଳ ଫ୍ଲାସ୍ ଫ୍ଲଡ୍: ୩୦୦ ଭାରତୀୟ ନିଖୋଜ, ମୃତ୍ୟୁ ସଂଖ୍ୟା ୧୬୦ ପାର୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)