ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ, ୫ କିଲୋରୁ ଅଧିକ ସୁନା-ରୁପା ଜବତ

Aug 27, 2026 - 12:40
ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ, ୫ କିଲୋରୁ ଅଧିକ ସୁନା-ରୁପା ଜବତ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୋଲିସର ବଡ଼ ଚଢ଼ାଉ। ବିଭିନ୍ନ ଜିଲ୍ଲାରେ ଘଟିଥିବା ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି। ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନେକ ସନ୍ଦିଗ୍ଧ ଫେରାର ଥିବା ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ କରୁଥିବା ବଲାଙ୍ଗୀର ପୋଲିସ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପହଞ୍ଚି ଚଢ଼ାଉ କରିଛି। କାଶୀପୁର ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ପୋଲିସ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ପୁଳା ପୁଳା ସୁନା ଓ ରୁପା ସାମଗ୍ରୀ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ଜବତ ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)