New Zealand: ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଲାଥମ, ବ୍ଲଣ୍ଡେଲଙ୍କ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୪୬/୫

Nov 27, 2026 - 14:00
New Zealand: ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଲାଥମ, ବ୍ଲଣ୍ଡେଲଙ୍କ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୪୬/୫

ଖ୍ରୀଷ୍ଟଚର୍ଚ୍ଚ: ସ୍ଥାନୀୟ ହାଗ୍‌ଲେ ଓଭାଲରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଭ୍ରମଣକାରୀ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଛି।

ପ୍ରଥମ ଦିନର ଷ୍ଟମ୍ପସ ବେଳକୁ ଘରୋଇ ଦଳ ୫ ୱିକେଟ୍‌ ହରାଇ ୨୪୬ ରନ୍‌ କରିଛି।

ଟମ୍‌ ବ୍ଲଣ୍ଡେଲ (୫୩*) ଓ ଗ୍ଲେନ୍‌ ଫିଲିପ୍ସ (୩୬*) ଷଷ୍ଠ ୱିକେଟ୍‌ରେ ୬୨ ରନ୍‌ ଯୋଡ଼ି ବ୍ୟାଟିଂ ଜାରି ରଖିଛନ୍ତି।

ଖ୍ରୀଷ୍ଟଚର୍ଚ୍ଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ।

ଗତ ଦୁଇଟି ପାଳିରେ ଖାତା ଖୋଲିପାରି ନଥିବା ଅଧିନାୟକ ଟମ୍‌ ଲାଥମ ଚମତ୍କାର ଆରମ୍ଭ କରିଥିଲେ।

ସେ ଓ ଡେଭନ କନୱେ (୩୧) ପ୍ରଥମ ୱିକେଟ୍‌ରେ ୭୭ ରନ୍‌ ଯୋଡ଼ିଥିଲେ।

Advertisment ମଧ୍ୟାହ୍ନ ଭୋଜନ ବିରତି ପୂର୍ବର ଠିକ୍‌ ଶେଷ ବଲ୍‌ରେ କନୱେଙ୍କୁ ପଦାର୍ପଣକାରୀ ଗୁରନୂର ବ୍ରାର ଏଲ୍‌ବିଡବ୍‌ଲ୍ୟୁ କରି ଏହି ଯୋଡ଼ି ଭାଙ୍ଗିବା ସହ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଲାଥମ (୫୯) ନିଜର ଅର୍ଦ୍ଧଶତକ ଅର୍ଜନ ପରେ ଆକାଶ ଦୀପଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହା ପର ଦୁଇ ଓଭରରେ ଗତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହେନରି ନିକୋଲ୍ସ (୧୬) ଓ ରାଚିନ ରବୀନ୍ଦ୍ର (୦)ଙ୍କୁ ଯଥାକ୍ରମେ ଅଂଶୁଲ କମ୍ବୋଜ ଓ ଆକାଶ ଦୀପ ଆଉଟ୍‌ କରି ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ।

ଏପରିକି ଘରୋଇ ଦଳର ସ୍କୋର୍‌ ୧୧୦/୨ରୁ ୧୧୦/୪ ହୋଇଥିଲା।

ଡାରିଲ ମିଚେଲ (୩୧) ଓ ବ୍ଲଣ୍ଡେଲ ପଞ୍ଚମ ୱିକେଟ୍‌ରେ ୭୪ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ।

ହେଲେ ମିଚଲଙ୍କୁ ଆଉଟ୍‌ କରି ୱାସିଂଟନ୍‌ ସୁନ୍ଦର ଏହି ଯୋଡ଼ି ଭାଙ୍ଗିଥିଲେ।

ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୱିକେଟ୍‌ଶୂନ୍ୟ ରହିଛନ୍ତି ଏହାପରେ ବ୍ଲଣ୍ଡେଲ ଓ ଫିଲିପ୍ସ ବ୍ୟାଟିଂ ଜାରି ରଖି ଭାରତୀୟ ବୋଲରଙ୍କୁ ପ୍ରଥମ ଦିନର ତୃତୀୟ ଅଧିବେଶନରେ ନିରାଶ କରିଛନ୍ତି।

ଭାରତ ପକ୍ଷରୁ ଆକାଶ ଦୀପ ୨ ଏବଂ ଗୁରନୂର ବ୍ରାର, ଅଂଶୁଲ କମ୍ବୋଜ ଓ ୱାସିଂଟନ୍‌ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୱିକେଟ୍‌ଶୂନ୍ୟ ରହିଛନ୍ତି।

ଏହି ଟେଷ୍ଟ୍‌ରେ ଭାରତ ଚୂଡ଼ାନ୍ତ ଏକାଦଶରେ କେବଳ ଗୋଟିଏ ପରିବର୍ତ୍ତନ କରିଥିଲା ବେଳେ ନ୍ୟୁଜିଲାଣ୍ଡ ଦଳ ଅପରିବର୍ତ୍ତତ ରହିଥିଲା।

ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଗୁରନୂରଙ୍କୁ ପଦାର୍ପଣ ସୁଯୋଗ ଦେଇଥିଲା ଭାରତ।

ବରିଷ୍ଠ କଂଗ୍ରେସ ନେତା ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)