Samay Raina Creates History: ୟୁଟ୍ୟୁବ୍‌ରେ ବିଶ୍ୱ ରେକର୍ଡ କଲେ ସମୟ ରାଇନା! ୧୦ ଲକ୍ଷ ଲୋକ ଟଙ୍କା ଦେଇ ଦେଖୁଛନ୍ତି କଣ୍ଟେଣ୍ଟ

Nov 27, 2026 - 14:13
Samay Raina Creates History: ୟୁଟ୍ୟୁବ୍‌ରେ ବିଶ୍ୱ ରେକର୍ଡ କଲେ ସମୟ ରାଇନା! ୧୦ ଲକ୍ଷ ଲୋକ ଟଙ୍କା ଦେଇ ଦେଖୁଛନ୍ତି କଣ୍ଟେଣ୍ଟ

ଭାରତୀୟ ଷ୍ଟାଣ୍ଡ ଅପ କମେଡିଆନ୍ ତଥା ୟୁଟ୍ୟୁବର୍ ସମୟ ରାଇନାଙ୍କ ଡିଜିଟାଲ୍ ଦୁନିଆରେ ଏକ ନୂଆ ଇତିହାସ ରଚିଛନ୍ତି।

ୟୁଟ୍ୟୁବ୍‌ରେ ୧୦ ଲକ୍ଷ ପେଡ୍ ଚ୍ୟାନେଲ୍ ମେମ୍ବର ହାସଲ କରି ସେ ବିଶ୍ୱର ପ୍ରଥମ କ୍ରିଏଟର ହେବାର ଗୌରବ ଅର୍ଜନ କରିଛନ୍ତି।

ଏହି ସଫଳତାକୁ ନିଜେ ୟୁଟ୍ୟୁବ୍ ଗୁଗଲ୍ ଇଣ୍ଡିଆ ବ୍ଲଗ୍ ମାଧ୍ୟମରେ ସ୍ୱୀକୃତି ଦେଇଛି।

Advertisment ସମୟ ରାଇନାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ୧.୨୪ କୋଟିରୁ ଅଧିକ ସାଧାରଣ ସବସ୍କ୍ରାଇବର୍ ରହିଛନ୍ତି।

ଏହା ସହିତ ୧୦ ଲକ୍ଷ ପେଡ୍ ମେମ୍ବର ହାସଲ କରିବା ତାଙ୍କୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେଇଛି।

କ'ଣ ଏହି ପେଡ୍ ଚ୍ୟାନେଲ୍ ମେମ୍ବର ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟରମାନେ ଭିଡିଓ ଅପଲୋଡ କଲେ, ଭ୍ୟୁୟର୍ସମାନଙ୍କ ପାଖକୁ ଯିବା ପାଇଁ ଭ୍ୟୁୟର୍ସମାଦନଙ୍କୁ ସବସ୍କ୍ରାଇବ କରିବାକୁ ପଡେ।

ଯାହା ଦ୍ୱାରା ଭିଡିଓ ଅପଲୋଡ ହେବା ପରେ ତୁରନ୍ତ ସବସ୍କ୍ରାଇବରଙ୍କୁ ଏକ ନୋଟିଫିକେସନ ଯାଏ।

ଫଳରେ ସବସ୍କ୍ରାଇବର୍ସମାନେ ବିଳମ୍ବ ନ କରି ସେହି ଭିଡିଓ ଦେଖିପାରନ୍ତି।

ସବସ୍କ୍ରାଇବର୍ ଅର୍ଥ ଯେଉଁମାନେ ମାଗଣାରେ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତି।

Advertisment କିନ୍ତୁ ପେଡ୍ ଚ୍ୟାନେଲ୍ ମେମ୍ବର ହେଉଛି ଯେଉଁମାନେ ପ୍ରତି ମାସରେ ଟଙ୍କା ଦେଇ ଚ୍ୟାନେଲ୍‌ର ସଦସ୍ୟ ହୁଅନ୍ତି ଏବଂ ଅତିରିକ୍ତ ସୁବିଧା ପାଆନ୍ତି।

ସମୟ ରାଇନା ନିଜ ଚ୍ୟାନେଲ୍‌ରେ ଦର୍ଶକଙ୍କ ପାଇଁ ତିନୋଟି ପେଡ୍ ମେମ୍ବରସିପ୍ ବିକଳ୍ପ ରଖିଛନ୍ତି।

ସମୟ କେ ଦୋସ୍ତ ପାଇଁ ୫୯ ଟଙ୍କା ରହିଛି ଶୁଳ୍କ।

ସମୟ କେ ଖାସ୍ ପାଇଁ ୫୯୯ ଟଙ୍କା ଓ ସାଇଲେଣ୍ଟ ସପୋର୍ଟର ପାଇଁ ୧,୯୯୯ ଟଙ୍କା ଦେୟ ପୈଠ କରି ଚ୍ୟାନେଲର ସଦସ୍ୟ ହେବାକୁ ପଡିବ।

ଏହି ମେମ୍ବରସିପ୍ ବ୍ୟବସ୍ଥା ମାଧ୍ୟମରେ ପ୍ରଶଂସକମାନେ ନିଜ ପସନ୍ଦର କ୍ରିଏଟରଙ୍କୁ ଆର୍ଥିକ ସହଯୋଗ କରିବା ସହ ଅତିରିକ୍ତ କଣ୍ଟେଣ୍ଟ ଓ ସୁବିଧା ପାଇପାରୁଛନ୍ତି।

ସମୟ ରାଇନା କେବଳ ଜଣେ ଷ୍ଟାଣ୍ଡ୍‌ଅପ୍ କମେଡିଆନ୍ ନୁହନ୍ତି।

ସେ ୟୁଟ୍ୟୁବ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସେ ଭିନ୍ନ ଧରଣର କଣ୍ଟେଣ୍ଟ ପ୍ରସ୍ତୁତ କରି ଭ୍ୟୁଅର୍ସଙ୍କୁ ଭେଟି ଦେଉଥିବାରୁ ଦର୍ଶକଙ୍କ ନିକଟରେ ଆଦୃତ ଲାଭ କରିପାରିଛନ୍ତି।

ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ସହ ମଜାଦାର ଆଲୋଚନା ଓ ଚେସ୍ ଖେଳିଥାନ୍ତି।

ବିଭିନ୍ନ ସେଲିବ୍ରିଟିଙ୍କ ସହ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ କରିଥାନ୍ତି।

ଇଣ୍ଡିଆସ୍ ଗଟ ଲ୍ୟାଟେଣ୍ଟ ମାଧ୍ୟମରେ ପାରମ୍ପରିକ ଟ୍ୟାଲେଣ୍ଟ ଶୋ'ଠାରୁ ଭିନ୍ନ ଏକ ଅନନ୍ୟ କମେଡି ଓ ଟ୍ୟାଲେଣ୍ଟ ଶୋ କରିଥାନ୍ତି।

ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ଏକ ବଡ଼ ଫ୍ୟାନ୍ କମ୍ୟୁନିଟି ତିଆରି କରିପାରିଛନ୍ତି।

ୟୁଟ୍ୟୁବ୍ ମଧ୍ୟ ତାଙ୍କର ଏହି ନିଆରା ଶୈଳୀକୁ ପ୍ରଶଂସା କରିଛି।

ସମୟ ରାଇନାଙ୍କ ଏହି ସଫଳତା ପଛରେ ରହିଛି ଏକ ସଂଘର୍ଷର କାହାଣୀ।

୨୦୨୫ ଫେବୃଆରୀରେ ତାଙ୍କର ଶୋ' ଇଣ୍ଡିଆସ୍ ଗଟ ଲ୍ୟାଟେଣ୍ଟ ଏକ ବଡ଼ ବିବାଦରେ ଫସିଥିଲା।

ଏହି ଶୋ'ର ଏକ ଏପିସୋଡ୍‌ରେ ୟୁଟ୍ୟୁବର୍ ତଥା ପଡ୍‌କାଷ୍ଟର ରଣବୀର ଆଲ୍ଲାହବାଦିଆଙ୍କ ଏକ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ବିରୋଧ ଆରମ୍ଭ ହୋଇଥିଲା।

ସୋସିଆଲ୍ ମିଡିଆରେ ତୀବ୍ର ସମାଲୋଚନା ସହ ସମୟ ରାଇନା, ରଣବୀର ଏବଂ ଶୋ' ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ଏକାଧିକ ପୋଲିସ ଅଭିଯୋଗ ଓ ଏଫଆଇଆର ରୁଜୁ ହୋଇଥିଲା।

ପରିସ୍ଥିତି ଗମ୍ଭୀର ହେବା ପରେ ସମୟ ରାଇନା ସର୍ବସାଧାରଣରେ କ୍ଷମା ମାଗିଥିଲେ।

ଏହା ସହିତ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରୁ ପ୍ରଥମ ସିଜିନ୍‌ର ସମସ୍ତ ଏପିସୋଡ୍ ହଟାଇ ଦେଇଥିଲେ।

ଲମ୍ବା ବିରତି ଓ ବିବାଦ ପରେ ୨୦୨୬ରେ ସମୟ ରାଇନା ଷ୍ଟିଲ ଆଲାଇଭ' ନାମକ ନିଜର ଷ୍ଟାଣ୍ଡଅପ୍ କମେଡି ସ୍ପେଶାଲ୍ ମାଧ୍ୟମରେ ପୁଣି ଫେରିଥିଲେ।

ଏଥିରେ ସେ ବିବାଦ ପରବର୍ତ୍ତୀ ନିଜ ଅନୁଭୂତି ଓ କଠିନ ସମୟ ବିଷୟରେ କହିଥିଲେ।

ଏହାପରେ ସେ ଇଣ୍ଡିଆସ୍ ଗଟ ଲ୍ୟାଟେଣ୍ଟର ଦ୍ୱିତୀୟ ସିଜିନ୍ ନେଇ ଫେରିଥିଲେ।

ଏଥର ଏହି ଶୋ' ୟୁଟ୍ୟୁବ୍ ସହିତ ନେଟଫ୍ଲିକ୍ସରେ ମଧ୍ୟ ପ୍ରସାରିତ ହୋଇଥିଲା।

ଆଲିଆ ଭଟ୍ଟ, ବରୁଣ ଧୱନ, ହୁମା କୁରେଶୀ ଓ କରଣ ଔଜଲାଙ୍କ ଭଳି ସେଲିବ୍ରିଟି ଏଥିରେ ସାମିଲ ହୋଇଥିଲେ।

ସମୟ ରାଇନାଙ୍କ ଏହି ରେକର୍ଡ କେବଳ ଜଣେ କ୍ରିଏଟରଙ୍କ ସଫଳତା ନୁହେଁ, ବରଂ ଭାରତରେ ଡିଜିଟାଲ୍ କଣ୍ଟେଣ୍ଟ ଓ ପେଡ୍ ମେମ୍ବରସିପ୍‌ର ବଢ଼ୁଥିବା ଲୋକପ୍ରିୟତାକୁ ମଧ୍ୟ ଦର୍ଶାଉଛି।

୨୦୨୬ ଜୁନ୍ ମାସରେ ଭାରତର ୧୨ ଲକ୍ଷରୁ ଅଧିକ ଦର୍ଶକ ଅତି କମ୍‌ରେ ଥରେ ୟୁଟ୍ୟୁବ୍ ଚ୍ୟାନେଲ୍ ମେମ୍ବରସିପ୍ କିଣିଥିଲେ।

ଭାରତୀୟ କ୍ରିଏଟରଙ୍କ ମେମ୍ବରସିପ୍ ଆୟରେ ବର୍ଷକ ମଧ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା।

ଅର୍ଥାତ୍ ଦର୍ଶକମାନେ କେବଳ ମାଗଣା ଭିଡିଓ ଦେଖିବାରେ ସୀମିତ ନାହାନ୍ତି।

ନିଜ ପସନ୍ଦର କ୍ରିଏଟରଙ୍କୁ ଟଙ୍କା ଦେଇ ସମର୍ଥନ କରିବାକୁ ମଧ୍ୟ ଆଗ୍ରହ ଦେଖାଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)