New Playground Inaugurated ଛତ୍ରପୁରରେ ରାଇଜିଙ୍ଗ ଷ୍ଟାର ସ୍ପୋର୍ଟ୍ସ କ୍ଲବ୍ର ନୂତନ ଖେଳ ପଡ଼ିଆ ଉଦ୍ଘାଟିତ
"ଛତ୍ରପୁର (ବସନ୍ତ କୁମାର ମହାରଣା): ଛତ୍ରପୁର ଜେଲ୍ ରୋଡ୍ ନିକଟରେ ରାଇଜିଙ୍ଗ ଷ୍ଟାର ସ୍ପୋର୍ଟ୍ସ କ୍ଲବର ନୂତନ ଖେଳ ପଡ଼ିଆ ସୋମବାର ଉଦ୍ଘାଟିତ ହୋଇଯାଇଛି।
ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଖେଳ ପଡ଼ିଆକୁ ଉଦ୍ଘାଟନ କରିଥିଲେ।Advertisment Home Guard Assault Allegation ଗୃହରକ୍ଷୀଙ୍କୁ ମାଡ଼, ଚନ୍ଦକା ଥାନାଧିକାରୀ ବିରୋଧରେ ମାନବାଧିକାର କମିସନରେ ଅଭିଯୋଗ, ଡିସିପିଙ୍କ ତଦନ୍ତ ନିର୍ଦ୍ଦେଶ ଏହି ଅବସରରେ "କାଳିଆ ସ୍ମୃତି" ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା।
ପ୍ରତିଯୋଗିତାରେ ୪ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମୁକାବିଲାରେ ବ୍ରହ୍ମପୁର ହିଟ ସିକ୍ସ ଦଳ ବିଜୟୀ ହୋଇଥିଲା।
Cricket: ମୋର ବିଦାୟ ଖୁବ୍ "ନିନ୍ଦନୀୟ" ଥିଲା: ୱକ୍ସ କାର୍ଯ୍ୟକ୍ରମରେ ୟୁରୋ ସ୍କୁଲର ମୁଖ୍ୟ ତଥା ଆଇନଜୀବୀ ରଞ୍ଜନ ମହାପାତ୍ର,ଯୁବ ସମାଜ ସେବୀ ଦୀପକ କୁମାର ମୁଦୁଲି,ଛତ୍ରପୁର ସବ୍ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ କୁମାର ସାହୁ, ହାଇକୋର୍ଟ ଆଡ୍ଭୋକେଟ୍ ପଦ୍ମଚରଣ ସାହୁ, ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଛତ୍ରପୁର ପ୍ରେସ୍ କ୍ଲବ ସଭାପତି ସରୋଜ କୁମାର ସାମଲ, ଓଜେୟୁ ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ବିଜେପି ଜିଲ୍ଲା ସମ୍ପାଦକ ଏନ ଦୁର୍ଯ୍ୟୋଧନ ରେଡ୍ଡୀ,ଯୁବନେତା ବି.
ଶଙ୍କର ରେଡ୍ଡୀ, ଯୁବ ମୋର୍ଚ୍ଚା ରାଜ୍ୟ ନେତା ଡି ସୁରେଶ ରେଡ୍ଡୀ, ଛତ୍ରପୁର ମଣ୍ଡଳ ସଭାପତି ଗୌରୀ ଶଙ୍କର ନାହାକ, କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ଦାଶ ଓ ସେକ୍ରେଟାରି ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
Cricket: ୧୯ ରନ୍ରେ ୪ ୱିକେଟ ହରାଇ ଥିଲା ଭାରତ; ଜିମ୍ବାୱେଠାରୁ ବିଜୟ ଛଡ଼ାଇ ଆଣିଲେ ଭାରତୀୟ ଝିଅ ଛତ୍ରପୁର ରାଇଜିଙ୍ଗ ଷ୍ଟାର ଭଲିବଲ ଆସୋସିଏସନର ମ୍ୟାନେଜର ବିପ୍ର ଚରଣ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
କୋଷାଧ୍ୟକ୍ଷ ରଘୁନାଥ ସାହୁ, ଅର୍ଗାନାଇଜର ତ୍ରିଲୋଚନ ବେହେରା, ରଂଜିତ ବେହେରା ଓ ସରୋଜ ବେହେରା, ବିନୋଦ ବେହେରା ଓ ମଣ୍ଟୁବେହେରା ଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।
ଗୋବିନ୍ଦ ନାୟକ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
