CVoter: ସି-ଭୋଟର ସର୍ଭେ: ଏନ୍‌ଡିଏର ୫୩% ଭୋଟର ଇ-୨୦ ପେଟ୍ରୋଲକୁ ପସନ୍ଦ କରୁନାହାନ୍ତି

Jul 13, 2026 - 22:25
CVoter: ସି-ଭୋଟର ସର୍ଭେ: ଏନ୍‌ଡିଏର ୫୩% ଭୋଟର ଇ-୨୦ ପେଟ୍ରୋଲକୁ ପସନ୍ଦ କରୁନାହାନ୍ତି

"ନୂଆଦିଲ୍ଲୀ: କେନ୍ଦ୍ରର ଏନ୍‌ଡିଏ ସରକାର ଇ୨୦ ପେଟ୍ରୋଲ ବ୍ୟବହାର ଉପରେ ଜୋର୍‌ ଦେଉଥିବାବେଳେ ଏହାର ଅଧାରୁ ଅଧିକ ସମର୍ଥକ କିନ୍ତୁ ଏହା ସପକ୍ଷରେ ନାହାନ୍ତି।

ସି-ଭୋଟର ସର୍ଭେରୁ ଜଣାପଡିଛି ଯେ, ଅଧାରୁ ଅଧିକ ଏନ୍‌ଡିଏ ଭୋଟର ସେମାନଙ୍କ ଗାଡ଼ି ଖରାପ ହେବା ଓ ଗାଡ଼ିର ମାଇଲେଜ କମିଯିବା ଆଶଙ୍କା‌ରେ ଇ୨୦ ପେଟ୍ରୋଲ ବ୍ୟବହାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।Advertisment ସର୍ଭେରୁ ଜଣାପଡ଼ିଛି ୫୨.୫ ପ୍ରତିଶତ ଏନ୍‌ଡିଏ ଭୋଟର ସେମାନଙ୍କ ଗାଡ଼ିରେ ଇ୨୦ ପେଟ୍ରୋଲ ବ୍ୟବହାର କରିବାକୁ ଆଗ୍ରହୀ ନୁହନ୍ତି।

ମାତ୍ର ୧୮.୧ ପ୍ରତିଶତ ଲୋକ ଇ୨୦ ପେଟ୍ରୋଲ ବ୍ୟବହାର କରିବାକୁ ଇଚ୍ଛୁକ ଓ ୨୯.୫ ପ୍ରତିଶତ ଭୋଟର କିଛି ସ୍ଥିର କରିନଥିବା କହିଛନ୍ତି।

ବିରୋଧୀ ଭୋଟରଙ୍କ ମଧ୍ୟରେ ୫୭.୯ ପ୍ରତିଶତ ଭୋଟର କହିଛନ୍ତି ସେମାନେ ଇ୨୦ ପେଟ୍ରୋଲ ବ୍ୟବହାର କରିବେ ନାହିଁ।

ଅନ୍ୟ ରାଜନୈତିକ ଦଳ ସହିତ ମିଳିତ ମତଦାତାଙ୍କ ମଧ୍ୟରୁ ୫୫ ପ୍ରତିଶତ ମଧ୍ୟ ଏହି ଇନ୍ଧନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଆହୁରି ପଢନ୍ତୁ: Kendu Leaf Wages କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କୁ ଭେଟି: କେରି ପିଛା ୧୦, ଫାଳ ପିଛା ୨୦ ପଇସା ବଢ଼ିଲା ମୋଟାମୋଟି ଭାବରେ ୫୫.୧ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ, ସେମାନେ ଇ-୨୦ ପେଟ୍ରୋଲ ବ୍ୟବହାର କରିବାକୁ ପସନ୍ଦ କରିବେ ନାହିଁ।

ମାତ୍ର ୧୭.୧ ପ୍ରତିଶତ ସମର୍ଥନ କରିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଇ୨୦ ପେଟ୍ରୋଲ ସମାଲୋଚକମାନଙ୍କୁ ଇଥାନଲ୍-ମିଶ୍ରିତ ଇନ୍ଧନ ଦ୍ୱାରା ପ୍ରତିକୂଳ ପ୍ରଭାବ ପଡ଼ିଥିବା କହୁଥିବା ଜଣେ ବି ବ୍ୟକ୍ତିଙ୍କୁ ହାଜର କରିବାକୁ ଚ୍ୟାଲେଞ୍ଜ କରିବା ପରେ ଏହି ସର୍ଭେ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।