Nepal flood: ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

Sep 02, 2026 - 21:50
Nepal flood: ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

"କାଠମାଣ୍ଡୁ: ନେପାଳ ବନ୍ୟାର ସପ୍ତାହେ ପରେ ମଧ୍ୟ ଉଦ୍ଧାରକାରୀ ଦଳ ବିଭିନ୍ନ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥଳରେ ଥିବା ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି।

ଅନ୍ୟପ‌କ୍ଷେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଉଦ୍ଧାର ଅପରେସନ୍‌ ମନ୍ଥର ହୋଇଯାଇଛି।

ଏଥିପାଇଁ ଲୋକମାନେ ସରକାର ଓ ପ୍ରୋଜେକ୍ଟ ଅପରେଟରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।Advertisment ନାରାୟଣୀ ଯୋଶୀ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଖବର ଜାଣିବା ପାଇଁ ଗତ ସପ୍ତାହରୁ ଅପେକ୍ଷା କରି ରହିଛନ୍ତି।

ସେହିପରି ୬୦ -ମେଗାୱାଟ୍‌ ଅପର୍‌ ତ୍ରିଶୁଳୀ-୩ଏ ଜଳବିଦ୍ୟୁତ୍ ପ୍ରକଳ୍ପରେ ଥିବା ଭୂତଳ ପାୱାର୍ ହାଉସ୍‌ରେ ପ୍ରାୟ ୪୦ ଜଣ ଫସି ରହିଥିବା ଜଣାପଡ଼ିଛି।

ଯୋଶୀ କହିଛନ୍ତି, ମୋ ସ୍ବାମୀଙ୍କ ସମେତ ଅନେକ ଲୋକ ହାଇଡ୍ରୋପାୱାର ପ୍ଲାଣ୍ଟ୍‌ ଭିତରେ ଫସି ରହିଛନ୍ତି।

ସେମାନଙ୍କ ଅବସ୍ଥା ଏବେ କ"ଣ ତାହା ଜଣାପଡ଼ିନି।

ଉଦ୍ଧାର କାର୍ଯ୍ୟ ମଧ୍ୟ ମନ୍ଥର ହୋଇଯାଇଛି।

ଆମକୁ କୁହାଯାଇଛି ଯେ ପାୱାର୍‌ହାଉସ୍‌ ଅକ୍ଷତ ରହିଛି।

ତେଣୁ ଆମେ ସେମାନଙ୍କୁ ଜୀବିତ ଦେଖିବା ପାଇଁ ଆଶା ବାନ୍ଧି ରହିଛୁ।

କିନ୍ତୁ ସରକାର ଏଭଳି ସାଂଘାତିକ ପ୍ରସଙ୍ଗରେ ଏତେ ଧୀର କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଉଦ୍ଧାର ଅପରେସନ୍‌ରେ ଅତ୍ୟାଧୁନିକ ଉପକରଣର କାହିଁକି ବ୍ୟବହାର କରାଯାଉନି ବୋଲି‌ ସେ ପ୍ରଶ୍ନ କରିଛନ୍ତି।

Foreign rescue team: ବିଦେଶୀ ଉଦ୍ଧାରକାରୀ ଦଳ ପ୍ରତ୍ୟାଖ୍ୟାନକୁ ନେଇ ଅଡ଼ୁଆ: ଏନ୍‌ଡିଆର୍‌ଏଫ୍ ପଠାଇବାକୁ ଭାରତର ସ୍ୱତନ୍ତ୍ର ପ୍ରସ୍ତାବ ମଙ୍ଗଳବାର ଆଇପିପିଏଏନ୍‌ (ଇଣ୍ଡିପେଣ୍ଡେଣ୍ଟ୍‌ ପାୱାର ପ୍ରଡ୍ୟୁସର୍ସ ଏସୋସିଏସନ୍‌, ନେପାଳ) ପକ୍ଷରୁ ଜାରି ତଥ୍ୟରେ ଦର୍ଶାଯାଇଛି ଯେ ବିଭିନ୍ନ ହାଇଡ୍ରୋପାୱାର ପ୍ରକଳ୍ପ ପାଇଁ କାମ କରୁଥିବା ପ୍ରାୟ ୯୪୭ ଲୋକଙ୍କର ପତ୍ତା ମିଳୁନି।

ଅନ୍ୟପକ୍ଷେ ଆଇପିପିଏଏନ୍‌ କହିଛି, ପ୍ରକୃତରେ ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ କେତେଜଣ ଫସି ରହିଛନ୍ତି ଓ ବନ୍ୟାରେ କେତେଜଣ ଭାସିଯାଇଛନ୍ତି ‌ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଗୃହମନ୍ତ୍ରୀ ସୁଦାମ ଗୁୁରୁଙ୍ଗ କହିଛନ୍ତି, ଯେଉଁମା‌ନେ ଜୀବିତ ଥାଇପାରନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉପଲବ୍ଧ ସମ୍ବଳର ବ୍ୟବହାର କରାଯାଉଛି।

୧୧୧-ମେଗାୱାଟ୍ ରସୁୱାଗାଧି ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଏକ ସେନା ଦଳ ସୁଡ଼ଙ୍ଗ ଭିତରେ ପଶିବାରେ ସଫଳ ହୋଇଛି କିନ୍ତୁ ଏହା ଭୂତଳ ପାୱାର୍‌ହାଉସ୍‌ ନିକଟରେ ପହଞ୍ଚି ପାରିନି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)