Bharatmala Road Waterlogging ଭାରତମାଳା ସଡ଼କପଥରେ ‘ୱାଟର ଲଗିଙ୍ଗ୍‌’, ତଦନ୍ତ କରିବେ ହାଇଡ୍ରୋ‌ଲୋଜିଷ୍ଟ

Sep 02, 2026 - 21:50
Bharatmala Road Waterlogging ଭାରତମାଳା ସଡ଼କପଥରେ ‘ୱାଟର ଲଗିଙ୍ଗ୍‌’, ତଦନ୍ତ କରିବେ ହାଇଡ୍ରୋ‌ଲୋଜିଷ୍ଟ

"ନବରଙ୍ଗପୁର (ସୁରେଶ ନାଇଡ଼ୁ):  ନବରଙ୍ଗପୁର ଜିଲ୍ଲାରେ ନିର୍ମାଣ ହୋଇଥିବା ଭାରତମାଳା ସଡ଼କପଥକୁ ନେଇ ଅଡ଼ୁଆ ତୁଟୁନାହିଁ।

ସଡ଼କପଥ ଏଯାଏଁ ଲୋକାର୍ପିତ ହୋଇନାହିଁ, କିନ୍ତୁ ନିର୍ମିତ ସଡ଼କରେ ବର୍ଷା ହେଲେ ୩ଫୁଟର ପାଣି ଜମି ରହୁଛି, ନିଷ୍କାସନ ହୋଇପାରୁନାହିଁ।

ଏଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଛି।

ପ୍ରଶାସନ ପକ୍ଷରୁ ସମୀକ୍ଷା ପରେ ପାଣି ଜମିରହିବା ପଛର କାରଣ ଖୋଜିବାକୁ ବିଶେଷଜ୍ଞଙ୍କୁ ନି‌ୟୋଜନ କରାଯିବ ବୋଲି ଜଣାଯାଇଛି।

Advertisment "ଭାରତମାଳା" ରାସ୍ତା ଉପରେ ମକାଚାଷୀଙ୍କ ଅବୈଧ କବ୍‌ଜା, ଥାନାରେ ଏତଲା ଆଜି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କରାଯାଇଛି।

ଏଥିରେ ସାଂସଦ ଇଂ.

ବଳଭଦ୍ର ମାଝୀ,  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ଗୌରୀଶଙ୍କର ମାଝି,  ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା , ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ  ମୋତିରାମ ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜାତୀୟରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ କୁମାର ଯୋଗ ଦେଇଥିଲେ।

Bharatmala project: ଆଶଙ୍କାରେ ବହୁ ପ୍ରତୀକ୍ଷିତ ଭାରତମାଳା ପ୍ରକଳ୍ପ ବୈଠକରୁ ମିଳିଥିବା ସୂଚନାନୁସାରେ, ଗତ ୨୨ ଓ ୨୩ତାରିଖରେ ୨୦୦ମିମି ବର୍ଷା ହୋଇଥିଲା।

ଉପରମୁଣ୍ଡରେ ତୁରୀ-ଗୁନଥାଟ୍ ବ୍ୟାରେଜ ଆଡରୁ ଆସିଥିବା ପାଣି ଯୋଗୁଁ ଭାରତମାଳା ସଡ଼କର ୨୩୨କିମି ଠାରେ ଏଭଳି ସ୍ଥିତି ଉପୁଜିଥିବା କହିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ।

ସେଠାରେ ୯୦ମିଟରର ବ୍ରିଜ୍ ରହିଥିଲେ ହେଁ ଅଧିକା ପାଣି ଆସିବାରୁ ଏହି ସମସ୍ୟା ଉପୁଜିଛି।

ପ୍ରାରମ୍ଭିକ ଯାଂଚରୁ ରାସ୍ତାର ଉଚ୍ଚତା ଆଉ ୨ମିଟର କରିବା ସହ ଅଧିକା ବ୍ରିଜ୍ ନିର୍ମାଣ କରିବାର ରହିଛି ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ।

ଏଥିପାଇଁ ହାଇ‌ଡ୍ରୋଲୋଜିଷ୍ଟ (ଜଳବିଜ୍ଞାନୀ)ଙ୍କୁ ସର୍ଭେ ଓ ଯାଂଚ ପାଇଁ ନିୟୋଜିତ କରାଯିବ।

ସେ ସର୍ଭେ କରି କେତେ ମିଟର ରାସ୍ତାର ଉଚ୍ଚତା ବଢ଼ାଇବା ସହ ଅଧିକା ଜଳନିଷ୍କାସନ ପାଇଁ ଆଉ ଅଧିକା ବ୍ରିଜ୍ ନିର୍ମାଣ କରାଯିବ ତାହାର ରିପୋର୍ଟ ଦେବେ।

ସେହି ରିପୋର୍ଟ ଅନୁଯାୟୀ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Bharatmala Road ଭାରତମାଳା ଉଦ୍‌ଘାଟନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ୧୨୪କିଲୋମିଟର ରାସ୍ତା ବନ୍ଦ ଏହାସହ ବିଓପି ଓ ଅଣ୍ଡରପାସରେ ପାଣି ଜମା ହେଉଥିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ସେ ସମସ୍ୟାର ତ୍ବରିତ ସମାଧାନ କରାଯିବାକୁ ସମସ୍ତେ ମତ ଦେଇଥିଲେ।

ସାଂସଦ ଓ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅନ୍ୟ ବିଧାୟକ, ଜିଲ୍ଲାପାଳ ଆଦିଙ୍କୁ ନେଇ ନବରଙ୍ଗପୁର ଅଂଚଳରେ ତଦାରଖ କରିବେ ।

ଏହା ପରେ ରାସ୍ତାର ଅନ୍ୟ ସମସ୍ୟାର ସମାଧାନ ଏନ୍‌ଏଚ୍‌ଏଆଇ ପକ୍ଷରୁ କରାଯାଉ ବୋଲି ସାଂସଦ କହିଥିଲେ।

ଭାରତମାଳା ଯୋଗୁଁ ଦେଉଳା ଗାଁ ସମେତ ଅଂଚଳରେ ପାଣି ଜମା ହୋଇଥିବାରୁ ଆଗାମୀ ଦିନକୁ ଲକ୍ଷ୍ୟରେ ରଖି ପଦ‌କ୍ଷେପ ନେବାକୁ ପଡିବ ବୋଲି ବିଧାୟକ ମାନେ ଦାବି କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)