Nepal flood: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍‌ ସହାୟତା ପଠାଇଲା

Sep 10, 2026 - 16:30
Nepal flood: ବନ୍ୟା ବିଧ୍ବସ୍ତ ନେପାଳକୁ ଭାରତ ୮ ମ ଥର ରିଲିଫ୍‌ ସହାୟତା ପଠାଇଲା

"କାଠମାଣ୍ଡୁ: ଭାରତ ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ମାନବିକ ସହାୟତାକୁ ତୀବ୍ର କରିଛି, ୧୩୦ ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ ଯୋଗାଇଛି ଓ ସନ୍ଧାନ, ଉଦ୍ଧାର ଏବଂ ଫୋରେନସିକ୍ କାର୍ଯ୍ୟରେ ସହାୟତା ପାଇଁ ୫୪ ଜଣ ବିଶେଷଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରିଛି।Advertisment ନେପାଳରେ ଥିବା ଭାରତୀୟ ଦୂତାବାସ ବୁଧବାର କହିଛି ଯେ, ୩୫ ଟନ୍ ରିଲିଫ୍ ଓ ଉଦ୍ଧାର ସାମଗ୍ରୀ ନେଇ ଅଷ୍ଟମ ଥର ପାଇଁ ଭାରତୀୟ ବାୟୁସେନା ବିମାନ କାଠମାଣ୍ଡୁରେ ଅବତରଣ କରିଛି।

ସହାୟତା ସାମଗ୍ରୀରେ ତମ୍ବୁ, କମ୍ବଳ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଔଷଧ ଓ ଉଦ୍ଧାର ଉପକରଣ ଅନ୍ତର୍ଭୁକ୍ତ।

ଭାରତ ଅଗଷ୍ଟ ୨୬ ତାରିଖରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲା।

ନେପାଳ ପୁଲିସର ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧,୩୬୭ ମୃତଦେହ ଉଦ୍ଧାର କରାଯାଇଛି।

୧୦୨ ମୃତଦେହ ଚିହ୍ନଟ କରାଯାଇଛି।

ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ସଂଗ୍ରହ କରାଯାଉଛି ଓ ଭାରତ ସମେତ ଅନେକ ଦେଶର ଫୋରେନସିକ୍ ବିଶେଷଜ୍ଞମାନେ ସହାୟତା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)