Nepal Flood Victims: ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସ୍କୁଲ ପିଲା

Sep 03, 2026 - 16:27
Nepal Flood Victims: ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସ୍କୁଲ ପିଲା

"କାଠମାଣ୍ଡୁ: ନେପାଳର ରସୁୱା ଅଞ୍ଚଳରେ ଭୋଟକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀବନ୍ୟା ସାରା ଦେଶରେ ବିପୁଳ ଧନଜୀବନ ହାନି କରିଛି।

ଏହି ବିପତ୍ତି ସମୟରେ ବିପନ୍ନଙ୍କ ପାଇଁ ଦେଶ ଓ ବିଦେଶରୁ ସାହାଯ୍ୟ ମିଳୁଥିବା ବେଳେ, ନେପାଳର ସ୍କୁଲ ପିଲାମାନେ ନିଜ ଜଳଖିଆ ଓ ପକେଟ୍ ମନି ସଞ୍ଚୟ କରି ସାହାଯ୍ୟର ହାତ ବଢ଼ାଇଛନ୍ତି।

ଟେଲିଭିଜନ ପରଦାରେ ଘରଦ୍ୱାର ଭାସିଯିବା, ପରିବାର ବିଚ୍ଛେଦ ଏବଂ ବିଦ୍ୟାଳୟଗୁଡ଼ିକ ଧ୍ୱଂସ ହେବାର କରୁଣ ଦୃଶ୍ୟ ଦେଖି ଦୂରଦୂରାନ୍ତର କୋମଳମତି ଶିଶୁମାନେ ସ୍ୱେଚ୍ଛାକୃତ ଭାବେ ଏହି ବଦାନ୍ୟତା ଦେଖାଇଛନ୍ତି।Advertisment ଅଛାମ, କପିଲବସ୍ତୁ, ରୌତହଟ ଏବଂ କାଠମାଣ୍ଡୁ ଭଳି ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ନିଜ ଜଳଖିଆ ନଖାଇ ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି।

ଅଛାମ ଜିଲ୍ଲାର ଶୋଡ଼ଶା ମାଧ୍ୟମିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ୟୁନିକ୍ କେସିଙ୍କ ପ୍ରେରଣାରେ ବିଦ୍ୟାଳୟର ''ଚାଇଲ୍ଡ କ୍ଲବ'' ପକ୍ଷରୁ ଦୁଇ ଦିନ ମଧ୍ୟରେ ୧୪,୨୫୫ ଟଙ୍କା ସଂଗ୍ରହ କରାଯାଇ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପଠାଯାଇଛି।

ସେହିପରି କପିଲବସ୍ତୁର ରାଷ୍ଟ୍ରୀୟ ଜନହିତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜେ ଦାନ ବାକ୍ସ ତିଆରି କରି ୧୦,୦୫୦ ଟଙ୍କା ଏକତ୍ରିତ କରିଛନ୍ତି।

ଏପରିକି ନିଜ ବାପାମା''ଙ୍କୁ ହରାଇଥିବା କିଛି ପିଲା ମଧ୍ୟ ଏହି ସହାୟତା ପାଣ୍ଠିକୁ ଅର୍ଥ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ରୌତହଟର ପ୍ରେମପୁର ଗୋନାହି ମାଧ୍ୟମିକ ବିଦ୍ୟାଳୟର ୨୬ ଜଣ ଛାତ୍ରଛାତ୍ରୀ ୪୭୦ ଟଙ୍କା ଏବଂ କାଠମାଣ୍ଡୁର ମନମୈଜୁ ମାଧ୍ୟମିକ ବିଦ୍ୟାଳୟର ପିଲାମାନେ ୩୭,୧୧୦ ଟଙ୍କା ସଂଗ୍ରହ କରି ସରକାରୀ ପାଣ୍ଠିକୁ ଜମା କରିଛନ୍ତି। "ଭୌଗୋଳିକ ଦୂରତା ଲୋକଙ୍କୁ ଅଲଗା କରିପାରେ, କିନ୍ତୁ ଦୁଃଖ ସମସ୍ତଙ୍କର ସମାନ" ବୋଲି ଶିକ୍ଷକମାନେ ପ୍ରକାଶ କରିଛନ୍ତି।

ତିବ୍ଦତରେ ଭୂମିକମ୍ପ; ତୀବ୍ରତା ରିକ୍ଟର ସ୍କେଲରେ ୫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)