Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ

Sep 10, 2026 - 00:46
Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ

"କାଳିଆପାଣି (ରବି ନାରାୟଣ କର): ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ମୌଜାରେ ପୁଣି ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି।

ମୃତକ ତଳଡ଼ିହ ବସ୍ତିର ମନିତା ଓ ଶିବ ପ୍ରଧାନଙ୍କ ଷଷ୍ଠ ସନ୍ତାନ କଇଁଚି(୪ ମାସ)।

ସୋମବାର ବିଳମ୍ବିତ ରାତି ନିଜ ଘରର ଅସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା ବିନା ଏହି ଶିଶୁକନ୍ୟାର ମୃତ୍ୟୁ ହୋଇଥିବା କୁହାଯାଇଛି।

Advertisment ଗତ ମେ ମାସ ୧୭ ତାରିଖରେ ନିଜ କୁଡ଼ିଆରେ ଜନ୍ମ ହୋଇଥିବା ଏହି ରୋଗଣା ଶିଶୁକନ୍ୟା ମେଡିକାଲ ମାଟି ମାଡ଼ିନଥିବା ଜଣାପଡ଼ିଛି।

ଗୁରୁବାର କଇଁଚି ପିଠିରେ ଏକ ଫୋଟକା ହୋଇଥିଲା।

ପାଖରେ ଏକାଧିକ ନାଲିନାଲି ଘାଆ ଦେଖାଯାଇଥିଲା।

ପେଟ ଫୁଲି ଯାଇଥିଲା।

ଦେହରେ ଜର ଥିଲା ବୋଲି ମନିତା କହନ୍ତି।

ମା" କୋଳ ଛାଡ଼ିନଥିବା ୨ ଶିଶୁକନ୍ୟାଙ୍କୁ ସାଥୀରେ ଧରି ପାହାଡ଼ୀ ଗୁଳାବାଟରେ ରୋଗଣା ଛୁଆ କାଖେଇ ମେଡିକାଲ୍ ବାଟ ଧରିବା କଷ୍ଟକର ବୋଲି ସେ କହିଥିଲେ।

ଶିଶୁ ମୃତଦେହକୁ ଘର ପାଖ ଜଙ୍ଗଲରେ ପୋତି ଦିଆଯାଇଥିଲା ଦର୍ଶାଇଥିଲେ।

ଗତ ମେ ମାସ ୩୦ ତାରିଖ ଏହି ମୌଜାର ଝିଅ ଗୁହିଆଶାଳ ସରକାରୀ ଉପ୍ରା ସ୍କୁଲର ୨ ଛାତ୍ରୀ ବାସନ୍ତୀ ଓ ଅଷିଣ ପ୍ରଧାନଙ୍କ ଝିଅ ତୁଳସୀ(୬) ଓ ୧୨ ତାରିଖରେ ଚନ୍ଦୁରୀ ଓ ବାସୁ ଦେହୁରୀଙ୍କ ଝିଅ କାବେରୀ(୧୨)ଙ୍କର ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିଲା।

ଅଜଣା ଜରରେ କମ୍ପୁଥିବା ଏହି ୨ ଶିଶୁକନ୍ୟାକୁ ପରିବାର ଓ ସଂପର୍କୀୟମାନେ ମେଡିକାଲ ଆଣିବା ପାଇଁ ଭାର କରି କାନ୍ଧରେ ବୋହି ଚାଲିଚାଲି ନାଲିଆଡାବ ପର୍ଯ୍ୟନ୍ତ ଆଣିଥିଲେ।

ସେଠାରେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ ହେଁ ସରକାରୀ ଆମ୍ବୁଲାନ୍ସ ମିଳିନଥିଲା।

୩୦ ତାରିଖରେ ଟାଟାଷ୍ଟିଲ ଓ ୧୨ ତାରିଖରେ ଓଏମ୍‌ସି ଆମ୍ବୁଲାନ୍ସ ନାଲିଆଡାବରୁ ସେମାନଙ୍କୁ ଉଦ୍ଧାରକରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲା।

ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

୪ ମାସ ମଧ୍ୟରେ ୩ ଜୁଆଙ୍ଗ ଶିଶୁ ମେଡିକାଲ ପହଞ୍ଚିବା ପୂର୍ବରୁ ଚିକିତ୍ସା ବିନା ମୃତ୍ୟୁ ମୁଖ‌ରେ ପଡ଼ିବାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

Waterfall: ନଗଡ଼ାର ୫ ଜଳପ୍ରପାତ: ମୌସୁମୀରେ ପର୍ଯ୍ୟଟକଙ୍କୁ ମନମୋହୁଛି ନୋଟିଆପାଣି ଝରଣା ବଖୁରିକିଆ ପଲାମରା କୁଡ଼ିଆରେ ରହୁଥିବା ମନିତା ଓ ଶିବ ପ୍ରଧାନଙ୍କ ଝିଅ ବବିତା(୯), ପୁଅ ବସନ୍ତ(୮), ହେମନ୍ତ(୬), ନମିତା(୪), ରେବତୀ(୨) ଓ କଇଁଚି(୪ମାସ)ଙ୍କୁ ନେଇ ଏହି ୮ ଜଣିଆ ପରିବାର ନିୟମିତ ରାସନ ଚାଉଳ ପାଉନଥିବା ଅଭିଯୋଗ ହୁଏ।

ନାଲିଆଡାବରୁ ୪ କିଲୋମିଟର ଦୂର ପାହାଡ଼ି ଗୁଳାବାଟରେ ସେମାନଙ୍କୁ ଭାରରେ କିମ୍ବା ମୁଣ୍ଡରେ ରାସନ ଚାଉଳ ବୋହିବାକୁ ହୋଇଥାଏ।

ସେହିପରି ତଳଡିହ ବସ୍ତିରେ ଥିବା ମିନି ଅଙ୍ଗନବାଡ଼ି କେନ୍ଦ୍ର ଅଧିକାଂଶ ଦିନ ଖୋଲୁନଥିବା କିମ୍ବା ଏଠାରେ ରନ୍ଧାଖାଦ୍ୟ, ଜଳଖିଆ କିମ୍ବା ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯାଉନଥିବା ବସ୍ତିବାସିନ୍ଦା ଅଭିଯୋଗ କରନ୍ତି।

ଶିଶୁକନ୍ୟାର ଶୁଦ୍ଧିକ୍ରିୟା ଲାଗି ସଉଦା କିଣିବା ପାଇଁ ଗତକାଲି ଏହି ଦମ୍ପତି, ପୁଅ ବସନ୍ତ ଓ ଗାଁ ମୁଖିଆ କାନ୍ଦୁରୁ ପ୍ରଧାନ ଗତକ‌ାଲି ଦେଓଗାଁ ଆସିଥିଲେ।

ଗାଁକୁ ଏଯାବତ୍ ରାସ୍ତା ନଥିବା କିମ୍ବା ସରକାରୀ ଘର ମିଳୁନଥିବା କହି ଦୁଃଖ ପ୍ରକାଶ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନଗେନ ମହାପାତ୍ରଙ୍କୁ ଆଜି କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଟି କାରଣ ପଚାରିବାରେ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳକୁ ତଳଡିହ ପଠାଯାଇ ଶିଶୁମୃତ୍ୟୁର ତଦନ୍ତ କରାଯାଉଥିବା କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)