Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ

Aug 11, 2026 - 23:47
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଛଅ ବର୍ଷ ଧରି ଫାଇଲ୍‌ ଘୁରୁଛି।

କିନ୍ତୁ ଆଦିବାସୀ ପିଲାଙ୍କ ଭବିଷ୍ୟତ କେତେଦିନ ଅପେକ୍ଷା କରିବ?

୨୦୨୦ ମସିହାରୁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସାରଙ୍ଗଡ଼ଠାରେ ପ୍ରସ୍ତାବିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଆଜି ବି ଜମି ଚିହ୍ନଟ ଓ ପ୍ରଶାସନିକ ପ୍ରକ୍ରିୟାରେ ଅଟକି ରହିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ ପାଇଛି।

Advertisment ପ୍ରଶ୍ନ ଉଠୁଛି ଛଅ ବର୍ଷରେ ଗୋଟିଏ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇପାରୁନାହିଁ କାହିଁକି?

ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଧିକାର କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବ?

ଏହି ପ୍ରଶ୍ନ ନେଇ ସାରଙ୍ଗଡ଼ ଅଞ୍ଚଳର ଲୋକେ କନ୍ଧମାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ପାଇଁ ଦୃଢ଼ ଦାବି ଜଣାଇ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଞ୍ଚଳବାସୀଙ୍କ ସ୍ପଷ୍ଟ ଦାବି ଯେ, ୨୦୨୦ରୁ ପ୍ରସ୍ତାବିତ ସ୍କୁଲକୁ ସାରଙ୍ଗଡ଼ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନାହିଁ।

ସାରଙ୍ଗଡ଼ ଅଞ୍ଚଳରେ ହିଁ ତୁରନ୍ତ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରି ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଉ।

ଏହି ଦାବିରେ ଗଣ୍ଡ ସମାଜ ସଭାପତି ଅରୁଣ ନାୟକ, ବିଜୟ ପ୍ରଧାନ, ନିରାକାର ପ୍ରଧାନ, ଯୁବରାଜ ମଲିକ, ଗଜେନ୍ଦ୍ର ପ୍ରଧାନ, କଳାକୁଞ୍ଜ ପ୍ରଧାନ, ପୂର୍ବତନ ସରପଞ୍ଚ ଲମ୍ବୁରା ପ୍ରଧାନ, ଅହଲ୍ୟା ପ୍ରଧାନ, ସନ୍ତୋଷ ପ୍ରଧାନ, ପରମାନନ୍ଦ ମଲ୍ଲିକଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

କନ୍ଧମାଳ ଏକ ଆଦିବାସୀ ବହୁଳ ଓ ଭୌଗୋଳିକ ଭାବେ ଦୁର୍ଗମ ଜିଲ୍ଲା।

ପାହାଡ଼ିଆ ଭୂପୃଷ୍ଠ, ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥା, ଆର୍ଥିକ ଅସୁବିଧା ଏବଂ ଉଚ୍ଚମାନର ଶିକ୍ଷାନୁଷ୍ଠାନର ସୀମିତ ସୁବିଧା ଯୋଗୁଁ ଅନେକ ଆଦିବାସୀ ଓ ଗରିବ ପରିବାରର ପିଲାମାନେ ଆଜି ବି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ବୋଲି କହିଥିଲେ।

Youth Meeting: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ "ଆଦର୍ଶ ଯୁବ ଗ୍ରାମସଭା" Eklavya Model Residential Schools (EMRS) କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ; ଏହା ଦୁର୍ଗମ ଅଞ୍ଚଳର ଶତାଧିକ ଆଦିବାସୀ ପିଲାଙ୍କ ସ୍ୱପ୍ନ, ଆଶା ଓ ଭବିଷ୍ୟତର ଏକ ବଡ଼ ଆଶ୍ରୟ।

ଗୋଟିଏ ପଟେ ସରକାର ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ଓ ସୁଯୋଗ ସୃଷ୍ଟି ପାଇଁ ବଡ଼ ବଡ଼ ଯୋଜନା ଘୋଷଣା କରୁଛନ୍ତି` ଅନ୍ୟପଟେ ୨୦୨୦ରୁ ପ୍ରସ୍ତାବିତ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରକଳ୍ପ ଛଅ ବର୍ଷ ଧରି ଆଗକୁ ବଢ଼ିପାରୁନଥିବା ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୫ ଦିନର ସମୟସୀମା ଦିଆଯାଇଛି।

ସାରଙ୍ଗଡ଼ରେ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରାଯାଉ।

ଜମି ସମ୍ପର୍କିତ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରାଯାଉ।

EMRS ପ୍ରସ୍ତାବର ବର୍ତ୍ତମାନ ସ୍ଥିତି ସାର୍ବଜନୀନ କରାଯାଉ ଏବଂ ପ୍ରକଳ୍ପକୁ ପରବର୍ତ୍ତୀ ଅନୁମୋଦନ ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଆଗେଇ ନିଆଯାଉ।

୧୫ ଦିନ ମଧ୍ୟରେ କୌଣସି ଠୋସ୍ ଓ ଦୃଶ୍ୟମାନ ପଦକ୍ଷେପ ନିଆନଗଲେ କିମ୍ବା ସାରଙ୍ଗଡ଼ରେ ପ୍ରସ୍ତାବିତ EMRSକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୌଣସି ପ୍ରୟାସ କରାଗଲେ, ଅଞ୍ଚଳବାସୀ ଚୁପ୍ ରହିବେ ନାହିଁ।

ଯଦି ସରକାର ଓ ଜିଲ୍ଲାପ୍ରଶାସନ  ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଅଭିଭାବକ, ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ଅଞ୍ଚଳବାସୀ ଓ ସାମାଜିକ ସଂଗଠନଗୁଡ଼ିକୁ ଏକତ୍ର କରି  ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media