Neglect: ଉପାନ୍ତରେ ଅବହେଳା ଅଭିଯୋଗ; ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ତାତିଲେ ଲୋକେ

Nov 04, 2026 - 17:59
Neglect: ଉପାନ୍ତରେ ଅବହେଳା ଅଭିଯୋଗ; ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ତାତିଲେ ଲୋକେ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଗୋଟିଏ ପ‌ଟେ ପଡୋଶୀ କୋରାପୁଟ ଜିଲ୍ଲାରେ ସୀମାନ୍ତ ବିବାଦ ଚରମ ସ୍ଥିତିରେ ପହଁଚିଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ।

ଗାଁକୁ ରାସ୍ତା, ପିଇବା ପାଣି ଭଳି ମୌଳିକ ସମସ୍ୟା ଗୁଡିକରେ ସୁଧାର ନଆସିବାରୁ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଛନ୍ତି ସୀମାନ୍ତବାସୀ।

Advertisment ରାୟଗଡ଼ା ଜିଲ୍ଲାର ସଦର ବ୍ଲକ କେରେଡା ସୀମାନ୍ତ ଆମ୍ପୁଲ ୱାଲସା ଗ୍ରାମରର ବାସ୍ତବ ଚିତ୍ର।

ଏଠାରେ ରାୟଗଡ଼ା ପ୍ରଶାସନିକ ଅବହେଳା ର ନଗ୍ନ ରୂପକୁ ପଦାରେ ପକାଇଛି।

ଦୀର୍ଘ ବର୍ଷ ଧରି ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଶେଷରେ ପ୍ରଶାସନର ପ୍ରତିଶ୍ରୁତି ଓ ଆଶ୍ୱାସନାରେ ଅତିଷ୍ଠ ହୋଇ ଗ୍ରାମବାସୀ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି କାଦୁଅ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 'ଆମକୁ ରାସ୍ତା ଦିଅ, ନହେଲେ ଆନ୍ଧ୍ରରେ ମିଶାଅ' ବୋଲି ସ୍ଲୋଗାନ ଦେଇଛନ୍ତି।

ଏହି ଆନ୍ଦୋଳନ କେବଳ ରାସ୍ତା ଦାବିରେ ସୀମିତ ନାହିଁ, ବରଂ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଓ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି।

ପୂରଣ ହେଉନି ପ୍ରତିଶ୍ରୁତି ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର କୋମରଡା ମଣ୍ଡଳ ଅନ୍ତର୍ଗତ ଫୁଡୁଗୁ ୱାଲସାରୁ ଓଡ଼ିଶାର ଆମ୍ପୁଲ ୱାଲସା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦୁଇ ବର୍ଷ ପୂର୍ବେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା।

ମାତ୍ର ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ ହେଉଥିବା ଜାଣିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଉକ୍ତ କାମକୁ ବନ୍ଦ କରାଇଥିଲା।

ସେତେବେଳେ ଓଡ଼ିଶା ପ୍ରଶାସନ ଗ୍ରାମବାସୀଙ୍କୁ ନିଜସ୍ୱ ଅର୍ଥରେ ପକ୍କା ରାସ୍ତା ନିର୍ମାଣ କରିଦେବାର ପ୍ରତିଶ୍ରୁତି ଦେଇଥିଲା।

କିନ୍ତୁ ଦୁଇରୁ ଅଢ଼େଇ ବର୍ଷ ବିତିଯିବା ପରେ ମଧ୍ୟ ରାସ୍ତା ନିର୍ମାଣ ଦିଗରେ ଅଗ୍ରଗତି ହୋଇନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଏବେ ଆନ୍ଦୋଳନର ରୂପ ନେଇଛି।

Pravati Parida: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ଥିତି ସମୀକ୍ଷା କଲେ କ'ଣ କୁହନ୍ତି ଗ୍ରାମବାସୀ?

ଅନ୍ୟପକ୍ଷରେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ଏନେଇ ୩ରୁ ୪ ଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଛନ୍ତି।

ପ୍ରତିଥର ତିନି ମାସ ମଧ୍ୟରେ ରାସ୍ତା ନିର୍ମାଣ ହେବ ବୋଲି ଆଶ୍ୱାସନା ମିଳୁଥିଲେ ମଧ୍ୟ ଏଯାଏଁ କାମ ଆରମ୍ଭ ହୋଇନାହିଁ।

ଗାଁକୁ ପକ୍କା ରାସ୍ତା ନଥିବାରୁ ବର୍ଷାହେଲେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହେଉଛି।

କାଦୁଅ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହେଉଥିବା ବେଳେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ପହଞ୍ଚିପାରୁନାହିଁ।

ପିଇବା ପାଣି, ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବାରେ ମଧ୍ୟ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।

ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଲୋକଙ୍କୁ ବିଭିନ୍ନ ସୁବିଧା ମିଳୁଥିବା ବେଳେ ନିଜ ରାଜ୍ୟରେ ମୌଳିକ ରାସ୍ତାଟିଏ ନିର୍ମାଣ ହୋଇପାରୁନଥିବା ଘଟଣା ଗ୍ରାମବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି।

ଏହି ପରିସ୍ଥିତିରେ ଆନ୍ଧ୍ରରେ ମିଶିବା ପାଇଁ ଦିଆଯାଇଥିବା ସ୍ଲୋଗାନ ସୀମାନ୍ତ ଅଞ୍ଚଳରେ ପ୍ରଶାସନିକ ଅବହେଳାର ଗମ୍ଭୀରତାକୁ ସୂଚାଇ ଦେଉଛି।

ଅତିରିକ୍ତ ଜିଲ୍ଲାପାଳଙ୍କ ମୁହଁରୁ...

ଏନେଇ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କଁହର କହିଛନ୍ତି ଯେ, ଅନିଜା ଆଡ଼କୁ ଯାଇଥିବା ୨.୮ କିଲୋମିଟର ରାସ୍ତାର ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି।

ଖୁବ୍‌ଶୀଘ୍ର ଏହା ଚୂଡ଼ାନ୍ତ ହେବା ପରେ ଏଗ୍ରିମେଣ୍ଟ କରାଯାଇ ନିର୍ମାଣ କାମ ଆରମ୍ଭ ହେବ।

ସେହିପରି ଅନ୍ୟ ଏକ ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହା ବର୍ତ୍ତମାନ ଡିପିଆର ପର୍ଯ୍ୟାୟରେ ରହିଛି।

ଅନୁମୋଦନ ମିଳିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଗାମି ଦିନରେ କୋରାପୁଟ ସୀମାନ୍ତ କୋଟିଆରେ ସୀମା ବିବାଦ ପରିସ୍ଥିତି ଭଳି ରାୟଗଡା ଜିଲ୍ଲାରେ ମଧ୍ୟ ଏଭଳି ସ୍ଥିତିକୁ ଏଡାଇ ଦିଆଯାଇନପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)