Bill Gates: ୩ ଦିନରେ ୩  କୋଟି ସ୍ୱାହା,  ଝିଅର ଏଭଳି ଖର୍ଚ୍ଚ ଦେଖି ରାଗିଗଲେ ବିଲ୍ ଗେଟ୍ସ

Nov 04, 2026 - 17:59
Bill Gates: ୩ ଦିନରେ ୩  କୋଟି ସ୍ୱାହା,  ଝିଅର ଏଭଳି ଖର୍ଚ୍ଚ ଦେଖି ରାଗିଗଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ବାପାଙ୍କ ବ୍ୟାଙ୍କ ବାଲାନ୍ସ କମ୍ ନୁହେଁ, ହେଲେ ଝିଅଙ୍କ ଖର୍ଚ୍ଚରେ ଲାଗୁନି ବ୍ରେକ୍!

ମାତ୍ର ୩ ଦିନରେ ଉଡ଼ାଇଦେଲେ କୋଟି କୋଟି ଟଙ୍କା।

ଟଙ୍କା ସରିବା ମାତ୍ରେ ପୁଣି ବାପାଙ୍କ ପାଖରେ ହାଜର!

ଆଉ ଏଥର ଝିଅଙ୍କ ଏଭଳି ଅଯଥା ଖର୍ଚ୍ଚ ଦେଖି ରାଗିଗଲେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ବିଲ୍ ଗେଟ୍ସ ।

ଦେଇଦେଲେ ଏମିତି ଚେତାବନୀ, ଯାହା ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

କହିଦେଲେ, ଆଉ ଏମିତି ଟଙ୍କା ଉଡ଼ାଇଲେ ବନ୍ଦ କରିଦେବି ତୋର ଖର୍ଚ୍ଚ!

ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣା ହୁଅନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ।

ତାଙ୍କ ସମ୍ପତ୍ତି ହଜାର ହଜାର କୋଟି ଟଙ୍କା।

ହେଲେ ଧନୀ ହେଲେ ବି ଟଙ୍କା ଖର୍ଚ୍ଚ କରିବା ବେଳେ ବେଶ୍ ହିସାବୀ ବିଲ୍ ଗେଟ୍ସ।

କିନ୍ତୁ ତାଙ୍କ ସାନ ଝିଅ ଫୋଏବି ଗେଟ୍ସଙ୍କ କ୍ଷେତ୍ରରେ ଚିତ୍ର କିଛି ଅଲଗା।

Advertisment Buyout Programme: ମାଇକ୍ରୋସଫ୍ଟ ପରେ ଏବେ ଗୁଗୁଲ୍‌ର ବଡ଼ ନିଷ୍ପତ୍ତି ବାପାଙ୍କ ଟଙ୍କା ଖର୍ଚ୍ଚ କରିବାରେ ତାଙ୍କର ହାତ ଖୁବ୍ ଖୋଲା।

ଏକ ପଡକାଷ୍ଟରେ ନିଜେ ବିଲ୍ ଗେଟ୍ସ ଝିଅଙ୍କ ଏହି ଖର୍ଚ୍ଚ ଅଭ୍ୟାସ ବିଷୟରେ କହିଛନ୍ତି।

ତାଙ୍କ କହିବା ଅନୁସାରେ, ଫୋଏବିଙ୍କୁ ପ୍ରତି ସପ୍ତାହରେ ୩ ଲକ୍ଷ ୫୦ ହଜାର ଡଲାର ଦିଅନ୍ତି।

ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୩ କୋଟି ଟଙ୍କା।

କିନ୍ତୁ ଆଶ୍ଚର୍ଯ୍ୟର କଥା, ଏତେ ଟଙ୍କା ମିଳିବାର ମାତ୍ର ତିନି ଦିନ ପରେ ପୁଣି ସମାନ ପରିମାଣର ଟଙ୍କା ମାଗିଥାନ୍ତି ଝିଅ।

ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା କୁଆଡ଼େ ଯାଉଛି, ତାହା ଜାଣିବାକୁ ଚାହିଁଥିଲେ ବିଲ୍ ଗେଟ୍ସ।

ହେଲେ ଝିଅଙ୍କ ଖର୍ଚ୍ଚର ସଠିକ୍ ହିସାବ ମିଳୁନଥିବାରୁ ବଢ଼ିଥିଲା ତାଙ୍କ ଚିନ୍ତା।

ଏପରିକି ଟଙ୍କା କେଉଁଠି ଖର୍ଚ୍ଚ ହେଉଛି, ସେନେଇ ଫୋଏବି ସବୁବେଳେ ସତ କହୁନଥିବା କଥା ମଧ୍ୟ ସେ ପ୍ରକାଶ କରିଛନ୍ତି।

ଝିଅଙ୍କ ଏଭଳି ଅଭ୍ୟାସ ଦେଖି ଶେଷରେ କଡ଼ା ଚେତାବନୀ ଦେଇଛନ୍ତି ବିଲ୍ ଗେଟ୍ସ।

ଯଦି ଦାୟିତ୍ୱର ସହ ଟଙ୍କା ଖର୍ଚ୍ଚ କରିବା ଶିଖିବ ନାହିଁ, ତେବେ ଆଉ ଟଙ୍କା ଦେବେ ନାହିଁ ବୋଲି ସଫା ସଫା ଶୁଣାଇଦେଇଛନ୍ତି।

ବିଲ୍ ଗେଟ୍ସଙ୍କ ମତରେ, ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାକୁ ସଠିକ୍ ଭାବେ ଖର୍ଚ୍ଚ କରିବା ମଧ୍ୟ ସେତିକି ଜରୁରୀ।

କାରଣ ଅର୍ଥର ମୂଲ୍ୟ ନବୁଝିଲେ ଯେତେ ଧନ ଥିଲେ ବି ତାହା ଦିନେ ଶେଷ ହୋଇପାରେ।

ତେବେ ବିଶ୍ୱର ଜଣେ ଧନୀ ବାପାଙ୍କ ଏହି ଚେତାବନୀ ପରେ ଝିଅଙ୍କ ଖର୍ଚ୍ଚରେ କେତେ ବ୍ରେକ୍ ଲାଗୁଛି, ତାହା ଦେଖିବାକୁ ବାକି ରହିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)