Cricket: ‘ବିରାଟ ଭାଇ ଯେତେବେଳେ ପଡ଼ିଆରେ ଥାଆନ୍ତି…’ ମନର କଥା କହିଲେ ଯୁବ ଅଧିନାୟକ
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆକଲାଣ୍ଡର ଇଡେନ୍ ପାର୍କରେ ବୁଧବାର ଦିନ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ପ୍ରଶଂସନୀୟ ପ୍ରଦର୍ଶନ କରି ଆୟୋଜକ ନ୍ୟୁଜିଲାଣ୍ଡ ଟିମ୍କୁ ୫ ୱିକେଟ୍ରେ ପରାସ୍ତ କରିଛି।
ଡକୱର୍ଥ ଲୁଇସ୍ ନିୟମ (ଡିଏଲ୍ଏସ୍) ଅନୁଯାୟୀ ୧୪୩ ରନ୍ର ବିଜୟ ଲକ୍ଷ୍ୟକୁ ଭାରତୀୟ ଟିମ୍ ସହଜରେ ହାସଲ କରି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି।
Advertisment ଏହି ମୁକାବିଲାରେ ବିସ୍ଫୋରକ ବ୍ୟାଟର ବିରାଟ କୋହଲି ୭୪ ରନ୍ ସଂଗ୍ରହ କରି ଭାରତକୁ ବିଜୟ ଦେବାରେ ବଡ଼ ଭୂମିକା ତୁଲାଇଥିଲେ।
ମ୍ୟାଚ୍ ଶେଷ ହେଲା ପରେ କୋହଲିଙ୍କୁ ଯୁବ ଅଧିନାୟକ ଶୁଭମନ ଗିଲ୍ ପ୍ରଶଂସା କରିଛନ୍ତି ଏବଂ ହୃଦୟର କଥା କହିଛନ୍ତି।
ଶୁଭମନ ଗିଲ୍ କହିଛନ୍ତି, ଟିମ୍ର ପ୍ରଦର୍ଶନରେ ଖୁସି ଅନୁଭବ କରୁଛି।
ବିରାଟ ଯେତେବେଳେ କ୍ରିଜ୍ରେ ଥାଆନ୍ତି ଏବଂ ଏହାରି ମଧ୍ୟରେ ବର୍ଷା ଯୋଗୁଁ ମ୍ୟାଚ୍ ଅଟକି ଯାଏ, ସାମାନ୍ୟ ଅସହଜ ହୋଇଥାଏ।
କିନ୍ତୁ ଆଜି ବିରାଟ କୋହଲି ଯେଉଁ ଭଳି ଭାବେ ବ୍ୟାଟିଂ କରିଥିଲେ, ଆମ ପାଇଁ ବିଜୟ ଅତି ସହଜ ହୋଇଯାଇଥିଲା।
Virat Kohli: ଆଉ ଏକ ମୁଇଲ୍ଖୁଣ୍ଟ ଛୁଇଁଲେ ବିରାଟ କୋହଲି ବୋଲର-ଫିଲ୍ଡରଙ୍କୁ ପ୍ରଶଂସା ବିରାଟ କୋହଲିଙ୍କ ବ୍ୟତୀତ ଗିଲ୍ ଭାରତୀୟ ବୋଲର ଏବଂ ଫିଲ୍ଡିଂକୁ ମଧ୍ୟ ପ୍ରଶଂସା କରିଛନ୍ତି।
ରୋହିତ ଶର୍ମାଙ୍କ ଦ୍ବାରା ରନ୍ ଆଉଟ୍କୁ ଗିଲ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ରୋହିତଙ୍କ ଉଦ୍ୟମ ମ୍ୟାଚ୍ର ଧାରା ବଦଳାଇ ଦେଇଥିଲଶ।
ଅଂଶୁଲ କମ୍ବୋଜ ମଧ୍ୟ ଆଜି ଭଲ ପ୍ରଦର୍ଶନ କରିଛନ୍ତି।
ସେହିପରି ଗୁରନୁର୍ ବ୍ରାର୍ ମଧ୍ୟ ଆଜି କମାଲ କରିଛନ୍ତି।
ଯଦି ଟିମ୍ ଏହିଭଳି ଭାବରେ ପ୍ରଦର୍ଶନ ଜାରି ରଖିବ, ଭାରତ ଭଲ ସ୍ଥିତିରେ ପହଞ୍ଚିବ।
ରେକର୍ଡ ଭାଙ୍ଗିଲେ କୋହଲି ଏହି ମୁକାବିଲାରେ ପଡ଼ିଆରେ ଓହ୍ଲାଇବା କ୍ଷଣି ବରାଟ କୋହଲି ବଡ଼ ରେକର୍ଡ ହାସଲ କରିଛନ୍ତି।
ସେ ଆଜି ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।
ବିରାଟ କୋହଲିଙ୍କୁ ଦିନିକିଆ କ୍ରିକେଟର ଦ୍ବିତୀୟ ଇନିଂସରେ ମହାନ କ୍ରିକେଟ୍ର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ୫୪ ରନ୍ ଦରକାର ଥିଲା।
ଆକଲାଣ୍ଡର ଇଡେନ୍ ପାର୍କରେ ନିଜର ଇନିଂସର ୩୯ତମ ବଲ୍ରେ ବିରାଟ କୋହଲି ଚୌକା ମାରି ଏହା ହାସଲ କରିଥିଲେ।
ଏଥି ସହିତ ସେ ଦିନିକିଆ କ୍ରିକେଟର ରନ୍ ଲକ୍ଷ୍ୟ ମାମଲାରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବା ମାମଲାରେ ବିଶ୍ବର ୧ ନମ୍ବର ବ୍ୟାଟର ହୋଇଯାଇଛନ୍ତି।
ଏହି ମାମଲାରେ ସଚିନ ତେନ୍ଦୁଲକର (୮,୭୨୦ ରନ୍)କୁ ପଛରେ ପକାଇଛନ୍ତି।
କୋହଲିଙ୍କ ରନ୍ ୧୬୯ ଇନିଂସରେ ୮୭୨୨* ରନ୍ ହୋଇଛି।
ଏହି ତାଲିକାରେ ରୋହିତ ଶର୍ମା (୬,୮୦୧ ରନ୍) ତୃତୀୟ ସ୍ଥାନରେ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
