06 JUNE 2026

Welcome!

Unlock your personalized experience.
Sign Up

NEET: ପୁନଃ ପରୀକ୍ଷା ଆଗରୁ ନାଗପୁରରେ ଜୀବନ ହାରିଲେ ନିଟ୍‌ ଆଶାୟୀ

Jun 04, 2026 - 12:52
NEET: ପୁନଃ ପରୀକ୍ଷା ଆଗରୁ ନାଗପୁରରେ ଜୀବନ ହାରିଲେ ନିଟ୍‌ ଆଶାୟୀ

ନାଗପୁର: ନାଗପୁରରେ ୧୪ ଦିନ ପୂର୍ବେ ଜୀବନ ହାରିଥିବା ଜଣେ ୨୦ ବର୍ଷୀୟା ନିଟ୍‌ ପ୍ରାର୍ଥୀଙ୍କ ପରିବାର ଏବେ ଦାବି କରିଛନ୍ତି ଯେ, ସମ୍ପ୍ରତି ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ ହେବା ଯୋଗୁଁ ତାଙ୍କ ଝିଅକୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ସେମାନେ ତାଙ୍କ ବହିରୁ ସୁଇସାଇଡ ନୋଟ୍‌ ପାଇବା ପରେ ଏହି ଦାବି କରିଛନ୍ତି।

ଆତ୍ମହତ୍ୟା କରିଥିବା ଝିଅଟିର ଘର ମଧ୍ୟପ୍ରଦେଶର ମୌଗଞ୍ଜ ଜିଲ୍ଲାରେ, କିନ୍ତୁ ତାଙ୍କ ବାପା ନାଗପୁରରେ ରୋଷେୟା ଭାବେ କାମ କରୁଥିବାରୁ ସେମାନେ ନାଗପୁରରେ ରହୁଥିଲେ। ପରିବାର ଶେଷକୃତ୍ୟ ପାଇଁ ମୌଗଞ୍ଜ ଜିଲ୍ଲାର ନିଜ ଗାଁକୁ ଯାଇଥିଲେ ଓ ସେଠାରୁ ଫେରିବା ପରେ ଝିଅର ବହି ଭିତରୁ ଚିଠିଟି ପାଇଥିଲେ। ସୁଇସାଇଡ ନୋଟରେ ଝିଅଟି ଲେଖିଛି ଯେ, ନିଟ୍‌ ପରୀକ୍ଷାରେ ଭଲ ନମ୍ବର ରଖିବି ବୋଲି ମୋର ଆଶା ଥିଲା। କିନ୍ତୁ ପୁଣି ଥରେ ପରୀକ୍ଷା ହେଲେ ମୁଁ ଭଲ କରିବି ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ମୋର ସବୁକିଛି ନଷ୍ଟ ହୋଇଗଲା ‌ବୋଲି ସେ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: NEET: ନିଟ୍‌-ୟୁଜି ୨୦୨୬ ମାମଲା: ଏନ୍‌ଟିଏକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ପରୀକ୍ଷା ବାତିଲ ହେବା ପରେ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ଯଦିଓ ସେମାନେ ପ୍ରଥମେ ଜାଣି ନଥିଲେ ଯେ ଏହା ତାଙ୍କ ମୃତ୍ୟୁର କାରଣ। ଝିଅଟିର ବାପା କହିଛନ୍ତି, ମୋ ଝିଅ ଖୁବ୍‌ ଭଲ ପଢ଼ୁଥିଲା ଓ ଡାକ୍ତର ହେବାକୁ ଇଚ୍ଛା ରଖିଥିଲା। ଆମର ସୀମିତ ସାଧନ ସତ୍ତ୍ୱେ, ଆମେ ତାଙ୍କ ଶିକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇଥିଲୁ। ପରୀକ୍ଷା ପରେ ସେ ମନୋନୀତ ହେବା ପାଇଁ ଖୁସି ଓ ଆତ୍ମବିଶ୍ୱାସୀ ଥିଲେ। କିନ୍ତୁ ପ୍ରଶ୍ନପତ୍ର ଲିକ୍ ଓ ବାତିଲ ହେବା ଖବର ଆସିବା ମାତ୍ରେ ସେ ଭାଙ୍ଗି ପଡ଼ିଥିଲେ।

ମୋର ୨୦ ବର୍ଷର କଠିନ ପରିଶ୍ରମ ବ୍ୟର୍ଥ ଗଲା କାରଣ ସରକାର ପରୀକ୍ଷାକୁ ସଠିକ୍ ଭାବରେ ପରିଚାଳନା କରିବାରେ ବିଫଳ ହୋଇଥିଲେ। ସେ ଆହୁରି କହିଛନ୍ତି ଯେ, ତାଙ୍କ ସାନ ପୁଅ ୯ମ ଶ୍ରେଣୀରେ ପଢ଼ୁଥିବା‌ବେଳେ ତା’ର ପାଠପଢ଼ା ବନ୍ଦ କରିଦେବୁ। ବ୍ୟବସ୍ଥାର ବିଫଳତାରେ ତାକୁ ଆଘାତ ଦେବା ଅପେକ୍ଷା ତାକୁ ଚାଷ କାମରେ ଲଗାଇବା ଭଲ। ଯୁବ କଂଗ୍ରେସ ସଭାପତି ୟାହ ଘନଘୋରିଆ ଶୋକସନ୍ତପ୍ତ ପରିବାରକୁ ଭେଟି ସେମାନଙ୍କ ଶିକ୍ଷା ଋଣ ପରିଶୋଧରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।