Protest: ଲିଜ କ୍ୱାର୍ଟସ ସମ୍ପ୍ରସାରଣ ଭଙ୍ଗାକୁ ନେଇ ତେଜୁଛି ଅସନ୍ତୋଷ: ସହରସେବା ଅଫିସ ଆଗରେ ଆରଏସଏସର ଧାରଣା
ରାଉରକେଲା : ଆରଏସପି କର୍ତ୍ତୃପକ୍ଷଙ୍କ ଲାଇସେନ୍ସ କ୍ୱାଟର୍ସ ଭାଙ୍ଗି ପୂର୍ବ ସ୍ଥିତିକୁ ଆଣିବା ନୋଟିସ ଓ ଅବସର ପରେ ଦିଆଯାଉଥିବା କ୍ୱାର୍ଟସ ଅବଧିକୁ କମ୍ କରାଯିବା ଆଦେଶକୁ କଡା ବିରୋଧ କରିଛି ରାଉରକେଲା ଶ୍ରମିକ ସଂଘ l
ଏହାର ପ୍ରତିବାଦରେ ଆଜି ଆରଏସଏସର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ଆରଏସପି ସହରସେବା ଅଫିସ ଆଗରେ ଧାରଣା ଦେଇଛନ୍ତି l ସଂଗଠନ ପକ୍ଷରୁ କୁହାଯାଇଛି ଯେ ହଠାତ୍ ଏମିତି ଏକ ନୋଟିସ ଦେବା ଦୁର୍ଭାଗ୍ୟଜନକ l
ଆହୁରି ପଢନ୍ତୁ: Ganja: ଓଡ଼ିଶାରୁ ଖସିଗଲେ, ଛତିଶଗଡରେ ଧରାପଡ଼ିଲେ: ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଓଡ଼ିଆ ଯୁବକଙ୍କୁ ଧରିଲା ପଡୋଶୀ ରାଜ୍ୟ ପୁଲିସ
ଏଥି ସହିତ ଅବସର ପରେ ପରେ ଅବଧି ଦେଢ଼ ବର୍ଷ ପର୍ଯ୍ୟନ୍ତ ଥିଲା ଯାହାକୁ ଆରଏସପି କର୍ତ୍ତୃପକ୍ଷ ନ ବଢାଇବାକୁ ମୌଖିକ ଆଦେଶ ଦେବା ଆଶ୍ଚର୍ଯ୍ୟଜନକ ଏବଂ ପରିତାପର ବିଷୟ । ଏହାଦ୍ବାରା ଅବସରର ଦୁଇ ମାସ ମଧ୍ୟରେ ଘର ଛାଡ଼ିବାକୁ ପଡ଼ିବ l ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ l ଏହି ନିଷ୍ପତ୍ତିରୁ ଆରଏସପି କର୍ତ୍ତୃପକ୍ଷ ନ ଓହରିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ l ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ସହରସେବା କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲା l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।