NEET: ଜନ୍ତର-ମନ୍ତର ପ୍ରତିବାଦକାରୀଙ୍କୁ ‘ଗଟର ଜେନେରେସନ’ କହିବା ମହଙ୍ଗା ପଡ଼ିଲା
"ଆଗ୍ରା: ଚଳଚ୍ଚିତ୍ର ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ ଆଗ୍ରାରେ ଏକ ମାମଲା ରୁଜୁ ହୋଇଥିବା ସମ୍ପର୍କରେ ରାଜୀବ ଗାନ୍ଧୀ ବାର ଆସୋସିଏସନର ସଭାପତି ଆଡଭୋକେଟ୍ ରାମଶଙ୍କର ଶର୍ମା ବୁଧବାର ସୂଚନା ପ୍ରଦାନ କରିଛନ୍ତି।
ଏନଇଇଟି ପେପର ଲିକ୍ ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କଙ୍ଗନା "ଗଟର ଜେନେରେସନ" ବୋଲି କହିଥିଲେ।Advertisment କର୍ଣ୍ଣାଟକରେ ଗୁଟଖା ଓ ପାନ ମସଲା ବ୍ୟାନ୍: ବର୍ଷକ ପାଇଁ ନିଷେଧାଦେଶ ଜାରି କୋର୍ଟ ଆସନ୍ତା ଅଗଷ୍ଟ ୨୧ ତାରିଖରେ ମାମଲାର ଶୁଣାଣି କରିବେ।ରମାଶଙ୍କର କହିଛନ୍ତି, ମୁଁ ସାଂସଦ/ବିଧାୟକଙ୍କ ପାଇଁ ଥିବା ସ୍ୱତନ୍ତ୍ର କୋର୍ଟରେ ମାମଲା ଦାୟର କରିଛି।
କଙ୍ଗନାଙ୍କର ପୂର୍ବରୁ ଏଭଳି ମନ୍ତବ୍ୟ ଦେବାର ଅଭ୍ୟାସ ଅଛି।
ସେ ଦେଶର ଛାତ୍ରଛାତ୍ରୀମାନଙ୍କୁ ଅପମାନିତ କରିଛନ୍ତି ଏବଂ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି।
ଏହା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଜଡିତ ବିଷୟ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
