NEET UG: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା: ଦିଲ୍ଲୀ କୋର୍ଟ ୧୪ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ

Nov 21, 2026 - 17:43
NEET UG: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲା: ଦିଲ୍ଲୀ କୋର୍ଟ ୧୪ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଶନିବାର ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବରେ ଚାର୍ଜ ଫ୍ରେମ୍ କରିଛି।

ଅଭିଯୁକ୍ତମାନେ ରାଉଜ୍ ଆଭେନ୍ୟୁ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତାଙ୍କ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସ୍ୱୀକାର କରିଥିଲେ ଓ ମେ ମାସରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ହୋଇଥିବା କଥିତ ଷଡ଼ଯନ୍ତ୍ର ର ବିଚାରର ସମ୍ମୁଖୀନ ହେବାକୁ ବାଛିଥିଲେ।

Advertisment ପରୀକ୍ଷା ବାତିଲ ଓ ପୁନଃ ପରୀକ୍ଷା ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ମେ ମାସ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ କରାଯାଇଥିଲା।

ପାଖାପାଖି ୨୨ ଲକ୍ଷ ଡାକ୍ତରୀ ଶିକ୍ଷା ଆଶାୟୀ ଏହି ପରୀକ୍ଷା ଦେଇଥିଲେ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ମେ ୧୨ ତାରିଖରେ ପରୀକ୍ଷା ବାତିଲ କରିଦେଇଥିଲେ ଓ ଜୁନ୍‌ ୨୧ରେ ନିଟ୍‌ ପୁନଃ ପରୀକ୍ଷା ହୋଇଥିଲା।

ନଭେମ୍ବର ୧୮ ତାରିଖରେ ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସ ଭଙ୍ଗ, ପ୍ରମାଣ ନଷ୍ଟ ଓ ଦୁର୍ନୀତି ନିବାରଣ ଆଇନ ଓ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନ, ୨୦୨୪ ଅନୁଯାୟୀ ଅପରାଧ ପାଇଁ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହାଜତରୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇ ନଭେମ୍ବର ୨୧ ତାରିଖକୁ ଆନୁଷ୍ଠାନିକ ଭାବରେ ଅଭିଯୋଗ ଫ୍ରେମ୍ କରିବାକୁ ଦିନ ଧାର୍ଯ୍ୟ କରିଥିଲେ।

୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ପୃଥକ ଚାର୍ଜସିଟରେ ୧୪ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଥିଲା।

୨୮ ଜୁଲାଇରେ ଦାଖଲ ହୋଇଥିବା ପ୍ରଥମ ଚାର୍ଜସିଟରେ ୧୩ ଜଣଙ୍କ ନାମ ଉଲ୍ଲେଖ ଥିଲା, ଯେଉଁଥିରେ ଏନ୍‌ଟିଏ ସହିତ ଜଡ଼ିତ ତିନି ଜଣ ବିଷୟ ବିଶେଷଜ୍ଞ, କୋଚିଂ ପ୍ରତିଷ୍ଠାନ ସହିତ ଜଡିତ ଦୁଇ ଜଣ ବ୍ୟକ୍ତି ଓ ଅନେକ ଅଭିଯୁକ୍ତ ମଧ୍ୟସ୍ଥି ଥିଲେ।

ଚାର୍ଜସିଟରେ ନାମିତ ତିନି ଜଣ ବିଷୟ ବିଶେଷଜ୍ଞ ମନୀଷା ଗୁରୁନାଥ ମନ୍ଧାରେ (ଜୀବବିଜ୍ଞାନ), ପ୍ରହଲ୍ଲାଦ ବିଠଲରାଓ କୁଲକର୍ଣ୍ଣୀ (ରସାୟନ ବିଜ୍ଞାନ) ଓ ମନୀଷା ସଞ୍ଜୟ ହାବଲଦାର (ପଦାର୍ଥ ବିଜ୍ଞାନ) ରହିଥିଲେ।

ପରେ ଏଜେନ୍ସି ଅକ୍ଟୋବର ୧୪ ତାରିଖରେ ମହାରାଷ୍ଟ୍ରର ଜଣେ ଚା ବିକ୍ରେତା ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀ ଓରଫ୍‌ ରାଜ ସୂର୍ଯ୍ୟବଂଶୀଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।

ଏହାର ମାମଲାକୁ ପ୍ରମାଣିତ କରିବା ପାଇଁ, ସଂଘୀୟ ଏଜେନ୍ସି ୩୬୦ ଜଣ ସାକ୍ଷୀ, ୪୨୨ ଟି ଡକ୍ୟୁମେଣ୍ଟ ଓ ୪୩ ଟି ସାମଗ୍ରୀ ଉପରେ ନିର୍ଭର କରିଛି।

ଏପର୍ଯ୍ୟନ୍ତ ସିବିଆଇ କୌଣସି ସରକାରୀ ଅଧିକାରୀ କିମ୍ବା ଏନ୍‌ଟିଏ ପଦାଧିକାରୀଙ୍କ ନାମ ଅଭିଯୁକ୍ତଙ୍କ ତାଲିକାରେ ରଖିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)