Chinese Rhenium powder: ସାବଧାନ! ସୁନାର ଓଜନ ବୃଦ୍ଧି ପାଇଁ 'ରେନିୟମ୍' ଧାତୁର କରାଯାଉଛି ମିଶ୍ରଣ
ନୂଆଦିଲ୍ଲୀ: କିଛିଦିନ ହେବ କ୍ରମାଗତ ଭାବେ ସୁନାର ଦର ହ୍ରାସ ପାଇବାରେ ଲାଗିଛି।
ଦର ହ୍ରାସ ଦେଖି ସୁନା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମୁଛି।
ଏପରି ସମୟରେ ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ସାବଧାନ ରୁହନ୍ତୁ।
ଚୀନ୍ ରୁ ଆମଦାନୀ ହେଉଥିବା 'ରେନିୟମ୍' ନାମକ ଏକ ଧାତୁ କିମ୍ବା ଏହାର ଗୁଣ୍ଡ ସୁନାରେ ମିଶ୍ରଣ କରାଯାଉଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।
ଗ୍ରାହକଙ୍କୁ ଠକିବା ଉଦ୍ଦେଶ୍ୟ ସହିତ ସୁନା ର ଓଜନ ବଢ଼ାଇବା ପାଇଁ ଏହି ଧାତୁ ମିଶାଯାଉଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ତେବେ ଗ୍ରାହକଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ଏଭଳି ମିଶ୍ରଣକୁ ଚିହ୍ନଟ କରିବା ଏବଂ ନିଜକୁ ସୁରକ୍ଷିତ ରଖିବାର ଉପାୟ ମଧ୍ୟ ରହିଛି।
Advertisment ସୁନା ବ୍ୟବସାୟୀ ସଂଘ ପକ୍ଷରୁ ଚେତାବନୀ 'ଅଲ୍ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍'ର ଜାତୀୟ ମୁଖପାତ୍ର ତଥା ମୁମ୍ବାଇ 'ଜାଭେରୀ ବଜାର ଜୁଏଲର୍ସ ଆସୋସିଏସନ୍'ର ଉପ-ସଭାପତି କୁମାର ଜୈନ ନିଶ୍ଚିତ କରିଛନ୍ତି ଯେ, ସୁନାରେ ରେନିୟମ୍ ମିଶାଯାଉଥିବା ନେଇ ଆସିଥିବା ଖବର ସତ୍ୟ ଅଟେ।
ତାଙ୍କ କହିବା ଅନୁଯାୟୀ, ଚୀନ୍ରୁ ଆମଦାନୀ ହେଉଥିବା ରେନିୟମ୍ ଗୁଣ୍ଡକୁ ସୁନା ତରଳାଇବା ସମୟରେ ମିଶାଇ ଦିଆଯାଏ, ଯାହା ଫଳରେ କୃତ୍ରିମ ଭାବେ ସୁନାର ଓଜନ ବୃଦ୍ଧି ପାଇଥାଏ।
ଏହି ଧାତୁକୁ ପ୍ରାୟତଃ ସୁନା ଅଳଙ୍କାର ବା ସାମଗ୍ରୀର ଏପରି କିଛି ଲୁକ୍କାୟିତ ସ୍ଥାନରେ ରଖାଯାଏ, ଯାହା ଫଳରେ ସାଧାରଣ ଯାଞ୍ଚ ସମୟରେ ଏହା ଧରାପଡ଼େ ନାହିଁ।
ସୁନାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ମୁମ୍ବାଇରେ ଅତ୍ୟାଧୁନିକ କମ୍ପ୍ୟୁଟରୀକୃତ ମେସିନ୍ ଉପଲବ୍ଧ ଅଛି।
ଏହି ମେସିନ୍ଗୁଡ଼ିକ ସୁନା ସାମଗ୍ରୀରେ ଥିବା ବିଭିନ୍ନ ଧାତୁ ଏବଂ ସେଗୁଡ଼ିକର ପରିମାଣକୁ ଠିକ୍ ଭାବେ ଚିହ୍ନଟ କରିପାରିବେ।
ଗ୍ରାହକମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ?
ସୁନାର ଶୁଦ୍ଧତା ପରୀ ସଂଘ ପକ୍ଷରୁ ସତର୍କ କରାଯାଇଛି ଯେ, ଯେଉଁ ଏଜେଣ୍ଟମାନେ କମ୍ ମୂଲ୍ୟରେ ସୁନା ବିକ୍ରି କରିବାର ପ୍ରସ୍ତାବ ଦିଅନ୍ତି କିମ୍ବା ସୁନାରେ ମିଶ୍ରଣ କରିବା ଭଳି କାର୍ଯ୍ୟରେ ଲିପ୍ତ ଥାଆନ୍ତି, ସେମାନଙ୍କ ପ୍ରଲୋଭନରେ ପଡ଼ନ୍ତୁ ନାହିଁ।
ଏଭଳି ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ପୁଲିସ କିମ୍ବା ସଂଘକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି, ଯାହାଫଳରେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ଗ୍ରାହକମାନେ ସତର୍କ ରହିବା ଉଚିତ୍, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
ଖୁବଶୀଘ୍ର ସାଟେଲାଇଟ୍ ଇଣ୍ଟରନେଟ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ରିଲାଏନ୍ସ ଜିଓ ଏବଂ ଷ୍ଟାରଲିଙ୍କ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
