Nederland: ଏହି ଦେଶର ଜେଲ୍ରେ ନାହାନ୍ତି ଜଣେ ବି କଏଦୀ
"ନୂଆଦିଲ୍ଲୀ: ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠାରେ ଜେଲ୍ ଗୁଡ଼ିକ ସମ୍ପୂର୍ଣ୍ଣ ଖାଲି ପଡ଼ିଛି ଏବଂ ସେଠାରେ ଜଣେ ବି କଏଦୀ ନାହାନ୍ତି।
ଏହି ଦେଶଟି ହେଉଛି ନେଦରଲ୍ୟାଣ୍ଡ ।
ଗତ କିଛି ବର୍ଷ ମଧ୍ୟରେ ଏହି ଦେଶରେ ଅପରାଧ ଏବଂ କଏଦୀଙ୍କ ସଂଖ୍ୟା ଏତେ ମାତ୍ରାରେ ହ୍ରାସ ପାଇଛି ଯେ, ସରକାରଙ୍କୁ ଅନେକ ଜେଲ୍ ବନ୍ଦ କରିବାକୁ ପଡ଼ିଛି କିମ୍ବା ସେଗୁଡ଼ିକୁ ଅନ୍ୟ କାମରେ ବ୍ୟବହାର କରିବାକୁ ପଡ଼ିଛି।Advertisment ଆହୁରି ପଢନ୍ତୁ:Anganwadi Building ୩୪ବର୍ଷ ଧରି ପରପିଣ୍ଡାରେ ଚାଲିଛି ବଡ଼ରମ୍ପାସ ଅଙ୍ଗନବାଡ଼ି ୧.
ଜେଲ୍ ବଦଳରେ ଇଲେକ୍ଟ୍ରୋନିକ ମନିଟରିଂନେଦରଲ୍ୟାଣ୍ଡର ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି।
ସେଠାରେ ପ୍ରତ୍ୟେକ ଅପରାଧୀଙ୍କୁ ଜେଲ୍ ପଠାଇବା ବଦଳରେ କୋର୍ଟ ସେମାନଙ୍କ ଗୋଡ଼ରେ ଏକ ଇଲେକ୍ଟ୍ରୋନିକ ଆଙ୍କଲ୍ ଟ୍ରାକର୍ ଲଗାଇ ବାହାରେ ରହିବାକୁ ଅନୁମତି ଦେଇଥାନ୍ତି।
ଏହି ଉପକରଣ ସାହାଯ୍ୟରେ ଅଧିକାରୀମାନେ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖନ୍ତି।
ଏହାଦ୍ୱାରା ଜେଲ୍ରେ ଭିଡ଼ କମିବା ସହ ଅପରାଧୀମାନେ ନିଜ ପରିବାର ସହ ରହି କାମ ମଧ୍ୟ କରିପାରୁଛନ୍ତି।
ଆହୁରି ପଢନ୍ତୁ:Virtual Treatment ଆଭାସୀ ଚିକିତ୍ସା ହେଲା କାଳ, ଡାକ୍ତରଙ୍କ ସହ ୨ ଅଟକ ୨.
ଦଣ୍ଡ ନୁହେଁ, ସୁଧାର ଉପରେ ଗୁରୁତ୍ୱଡଚ୍ ନ୍ୟାୟ ବ୍ୟବସ୍ଥା କେବଳ ଦଣ୍ଡ ଦେବା ଅପେକ୍ଷା ଅପରାଧୀଙ୍କ ବ୍ୟବହାରରେ ସୁଧାର ଆଣିବା ଉପରେ ଅଧିକ ଧ୍ୟାନ ଦେଇଥାଏ।
ଅପରାଧୀମାନେ ଯେପରି ସଜା କାଟିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ, ସେଥିପାଇଁ ସେମାନଙ୍କୁ ଶିକ୍ଷା, କାଉନସେଲିଂ, କୌଶଳ ବିକାଶ ଏବଂ ମାନସିକ ସହାୟତା ଯୋଗାଇ ଦିଆଯାଏ।
୩.
କୋଟି କୋଟି ଟଙ୍କାର ସଞ୍ଚୟ ଏବଂ କୋହଳ ନିୟମଜେଲ୍ ବନ୍ଦ ହେବା ଦ୍ୱାରା ନେଦରଲ୍ୟାଣ୍ଡ ସରକାରଙ୍କର ବାର୍ଷିକ କୋଟି କୋଟି ଟଙ୍କା ସଞ୍ଚୟ ହେଉଛି।
କାରଣ ସେଠାରେ ଜଣେ କଏଦୀଙ୍କୁ ଜେଲ୍ରେ ରଖିବା ପାଇଁ ଦୈନିକ ପ୍ରାୟ ୨୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ।
ଏହା ସହିତ ସେଠାରେ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟକୁ ନେଇ ଆଇନ ବହୁତ କୋହଳ ଥିବାରୁ ଏହା ସମ୍ବନ୍ଧୀୟ ଛୋଟମୋଟ ଅପରାଧ ଓ ଗିରଫଦାରୀ ପ୍ରାୟ ନାହିଁ କହିଲେ ଚଳେ।
ଆହୁରି ପଢନ୍ତୁ:IIT Madras: ଆଇଆଇଟି ମାଡ୍ରାସରୁ ଏକାସଙ୍ଗେ ସ୍ନାତକ ହାସଲ କଲେ ମା"-ପୁଅ ଖାଲି ଜେଲ୍ଗୁଡ଼ିକର କିପରି ବ୍ୟବହାର ହେଉଛି?ଜେଲ୍ ବିଲ୍ଡିଂ ଗୁଡ଼ିକୁ ଖାଲି ନଛାଡ଼ି ସରକାର ସେଗୁଡ଼ିକୁ ହୋଟେଲ,ହଷ୍ଟେଲ,ସ୍କୁଲ, ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଏବଂ ଶରଣାର୍ଥୀ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରୁଛନ୍ତି।
ଆହୁରି ପଢନ୍ତୁ:Mission Shakti Scam ହାଟଡିହି ବ୍ଲକ୍ରେ ମିସନଶକ୍ତି ଦୁର୍ନୀତି, ଭିଜିଲାନ୍ସର ଖୋଳତାଡ଼ ଜେଲ୍ଗୁଡ଼ିକ ଖାଲି ହେବା ଯୋଗୁଁ ସେଠାକାର କର୍ମଚାରୀମାନେ ଚାକିରି ହରାଇବାର ଆଶଙ୍କା ଦେଖାଦେଇଥିଲା।
ଏହି ସମସ୍ୟାର ସମାଧାନ ପାଇଁ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ଚାକିରିରେ ରଖିବା ପାଇଁ ନେଦରଲ୍ୟାଣ୍ଡ ସରକାର ନରୱେ (Norway) ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ଚୁକ୍ତି କରି ସେହି ଦେଶର କଏଦୀମାନଙ୍କୁ ନିଜ ଜେଲ୍ରେ ରଖୁଛନ୍ତି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।