Ayodhya Ram Mandir: ରାମ ମନ୍ଦିର ଦାନ ଚୋରି ମାମଲା: ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନୋଟିସ ଜାରି କଲେ ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଦାନର କଥିତ ଆତ୍ମସାତ୍ ଘଟଣାର ସ୍ୱାଧୀନ ତଦନ୍ତ ଦାବିରେ ଆଗତ ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମ୍କୋର୍ଟ ସୋମବାର ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ ଭି ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି)କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏସ୍ଆଇଟି ଗଠନ ସହ ଜଡିତ ସମସ୍ତ ଦସ୍ତାବିଜ ମାଗିଥିଲେ।
କୋର୍ଟ ଜବାବ ଦାଖଲ କରିବାକୁ ସପ୍ତାହେ ସମୟ ଦେଇଛନ୍ତି।
ମାମଲାର ଶୁଣାଣିବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ ଯେ, ଏସ୍ଆଇଟି ଷ୍ଟାଟସ୍ ରିପୋର୍ଟ ଖଣ୍ଡପୀଠଙ୍କ ସମ୍ମୁଖରେ ବନ୍ଦ ଲଫାଫାରେ ପ୍ରଦାନ କରାଯିବ।
ମାମଲାର ଶୁଣାଣି କୋର୍ଟ ଆସନ୍ତା ସୋମବାରକୁ ରଖିଛନ୍ତି।
ଶ୍ରଦ୍ଧାଳୁଙ୍କ ଦ୍ବାରା ଦିଆଯାଇଥିବା ଦାନ ଚୋରି ସମ୍ପର୍କରେ ସିବିଆଇ ଦ୍ବାରା ତଦନ୍ତ, ଫୋରେନସିକ୍ ଅଡିଟ୍ ଓ କୋର୍ଟ-ତଦାରଖରେ ତଦନ୍ତ ପାଇଁ ସୁପ୍ରିମ୍କୋର୍ଟଙ୍କ ନିକଟରେ ଅନେକ ଆବେଦନ ଦାଖଲ ହୋଇଛି।Advertisment ଉତ୍ତରପ୍ରଦେଶରେ ଟ୍ରକ୍ ଉପରକୁ ମାଡ଼ିଗଲା କାର୍, ୪ ଇଞ୍ଜିନିୟରଙ୍କ ମୃତ୍ୟୁ ସୂଚନାଯୋଗ୍ୟ, ଏସ୍ଆଇଟି ତଦନ୍ତରେ ରାମମନ୍ଦିର ଦାନ ଅର୍ଥ ଗଣନାବେଳେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଇଛି।
ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି।
ଟ୍ରଷ୍ଟର ଅଧ୍ୟକ୍ଷ ଥିବା ଚମ୍ପତ ରାୟ ଇସ୍ତଫା ଦେଇଥିଲେ।
ହିନ୍ଦୁ ଧର୍ମପରିଷଦ ସୁପ୍ରିମ୍କୋର୍ଟରେ ଆବେଦନ ରୁଜୁ କରି କୋର୍ଟଙ୍କ ତଦାରଖରେ ଦାନ ଚୋରି ମାମଲାର ତଦନ୍ତ କରିବାକୁ ଦାବି କରିଥିଲା।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମୋଟ ଚାରିଟି ଆବେଦନ ଉପରେ ଶୁଣାଣି କରିଥିଲେ।
ଅନ୍ୟପକ୍ଷରେ ଅନ୍ୟ ଦୁଇଟି ଆବେଦନରେ ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ଦାବି ହୋଇଛି।
ଆଉ ଏକ ଆବେଦନରେ ସିବିଆଇର ଏକ ବିଶେଷ ଦଳ ଗଠନ କରି ତଦନ୍ତ କରାଯିବାକୁ ଦାବି ହୋଇଛି।
ଏହାବ୍ୟତୀତ ମନ୍ଦିର ଟ୍ରଷ୍ଟର ବିତ୍ତୀୟ କାରବାରର ଫରେନସିକ୍ ଅଡିଟ୍ କରିବାକୁ ଦାବି ହୋଇଛି।
ମାମଲାର ତଦନ୍ତ ସ୍ବଚ୍ଛ ଓ ନିରପେକ୍ଷ ଭାବେ କରାଯିବାକୁ ଦାବି ହୋଇଛି।
ଏହି ଆବେଦନରେ ଓକିଲ ନରେନ୍ଦ୍ର କୁମାର ଗୋସ୍ବାମୀଙ୍କ ରିଟ୍ ଆବେଦନ, ଆର୍ଜେଡି ସାଂସଦ ସୁଧାକର ସିଂହ ଓ ଅଜୟ କୁମାର ରାୟଙ୍କ ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିରୋଧରେ ଆବେଦନ ମଧ୍ୟ ସାମିଲ ଅଛି।
ତେବେ ସୁପ୍ରିମ୍କୋର୍ଟ ଏହି ଆବେଦନ ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଥିଲେ।
ଆବେଦନକାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଜଷ୍ଟିସ ସୁନ୍ଦରେଶଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଛୁଟି ପରେ ଏହାକୁ ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ।
ଓକିଲ ନରେନ୍ଦ୍ର ଗୋସ୍ବାମୀ ନିଜ ଆବେଦନରେ ରାମ ମନ୍ଦିର ଦାନ ସମ୍ପର୍କିତ ଦସ୍ତାବିଜ ଓ ପ୍ରମାଣ ସଂରକ୍ଷିତ ରଖିବା ଓ ତଦନ୍ତରେ ପାରଦର୍ଶିତା ଆଣିବାକୁ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।