NDA meeting: ‘ବନ୍ଦେ ମାତରମ୍‌’ ଓ ‘ଭାରତ ମାତା କୀ ଜୟ’ ନାରା ଦେଲେ ଏନ୍‌ଡିଏ ସାଂସଦ

Aug 11, 2026 - 22:43
NDA meeting: ‘ବନ୍ଦେ ମାତରମ୍‌’ ଓ ‘ଭାରତ ମାତା କୀ ଜୟ’ ନାରା ଦେଲେ ଏନ୍‌ଡିଏ ସାଂସଦ

"ନୂଆଦିଲ୍ଲୀ: ସଂସଦ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏନ୍‌ଡିଏର ସାପ୍ତାହିକ ସଂସଦୀୟ ଦଳ ବୈଠକ "ମଙ୍ଗଳ ମିଳନ"ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିରଙ୍ଗା ଧରି ସ୍ବାଗତ କରିଛନ୍ତି ଏନ୍‌ଡିଏ ସାଂସଦମାନେ।

ମୋଦୀ ବୈଠକସ୍ଥଳରେ ପହଞ୍ଚିବା ସମୟରେ ସାଂସଦମାନେ "ବନ୍ଦେ ମାତରମ୍‌" ଓ "ଭାରତ ମାତା କୀ ଜୟ" ନାରା ଦେଇଥିଲେ।Advertisment ସଂସଦ ଲାଇବ୍ରେରିର ଜିଏମ୍‌ସି ବାଲାଯୋଗୀ ଅଡିଟୋରିୟମ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ କେନ୍ଦ୍ରମନ୍ତ୍ରୀ, ଏନ୍‌ଡିଏର ବିଭିନ୍ନ ଦଳର ନେତା ଓ ସାଂସଦମାନେ ଯୋଗ ଦେଇଥିଲେ।

ବିଜେପି ସଭାପତି ନିତିନ ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ, ନୀତିନ ଗଡକରୀ, ଶିବରାଜ ସିଂହ ଚୌହାନ ଓ ଏସ୍‌ ଜୟଶଙ୍କର ଉପସ୍ଥିତ ଥିଲେ।

ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ଅନେକ କେନ୍ଦ୍ରମନ୍ତ୍ରୀ ବୈଠକରେ ସାମିଲ ହୋଇଥିଲେ।

ଏଥିରେ ଜେଡିଏସ୍‌ର ଏଚ୍‌ଡି କୁମାରସ୍ବାମୀ, ଟିଡିପିର କିଞ୍ଜରାପୁ ରାମମୋହନ ନାଇଡୁ, ଆର୍‌ଏସ୍‌ପି-ଏର ରାମଦାସ ବନ୍ଧୁ ଆଠାୱାଲେ, ଏନ୍‌ସିପିର ପ୍ରଫୁଲ୍ଲ ପଟେଲ, ଆର୍‌ଏଲ୍‌ଏମ୍‌ର ଉପେନ୍ଦ୍ର କୁଶୱାହା ଓ ଏନ୍‌ସିପିଆଇର ଶତାବ୍ଦୀ ରାୟ ପ୍ରମୁଖ ଥିଲେ।

Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ସଂସଦ ଅଧିବେଶନ ଚାଲିଥିବା ସମୟରେ ପ୍ରତି ମଙ୍ଗଳବାର ଏନ୍‌ଡିଏର ସଂସଦୀୟ ଦଳ ବୈଠକ ହୋଇଥାଏ।

ଚଳିତ ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୧୩ରେ ଶେଷ ହେବାକୁ ରହିଛି।

ତେବେ ଏହି ଅଧିବେଶନରେ ବିରୋଧୀ ଦଳର ପ୍ରତିବାଦ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ହୋଇଛି ଏବଂ ଅଳ୍ପ ସଂସଦୀୟ କାର୍ଯ୍ୟ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media