Nayagarh Group Clash Death: ନୟାଗଡ଼ରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ, ୧୫ରୁ ଊର୍ଦ୍ଧ୍ୱ ଆହତ ଓ ଜଣଙ୍କ ମୃତ୍ୟୁ
ନୟାଗଡ଼ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ।
କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଆକ୍ରମଣ ଓ ପ୍ରତିଆକ୍ରମଣ।
ଗତକାଲି ବିଳମ୍ବିତ ରାତିରେ ନୂଆଗାଁ ଥାନା ଅନ୍ତର୍ଗତ ଆଡିପଡ଼ା ଗାଁରେ ଘଟିଛି ଏହି ଘଟଣା।
Advertisment ସଂଘର୍ଷରେ ଉଭୟ ଗୋଷ୍ଠୀର ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆହତମାନଙ୍କୁ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସଂଘର୍ଷରେ ମରଣାସ୍ତ୍ର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।
ପୂର୍ବରୁ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିବା ଜଣାପଡ଼ିଛି।
ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।
ଖବର ପାଇ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
