Illegal Moram Mining in Odisha: ମୋରମ ମାଫିଆଙ୍କ ଦାଦାଗିରି! ଚୋରା ଚାଲାଣ ରୋକିବାରୁ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ
ଚୋରା ମୋରମ ଚାଲାଣ ରୋକିବାକୁ ଯାଇଥିବା ତହସିଲଦାରଙ୍କୁ ହତ୍ୟା ଉଦ୍ୟମ!
ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ଦେବଶୋଳ ପଞ୍ଚାୟତର ବାଛୁରିପାଳ ଛକ ନିକଟରେ ଘଟିଛି ଏଭଳି ଘଟଣା।
Advertisment ରାସଗୋବିନ୍ଦପୁର ତହସିଲଦାର ଉପେନ୍ଦ୍ର କୁମାର ଦାସ କାର୍ଯ୍ୟାଳୟ କାମ ସାରି ବାରିପଦା ଫେରୁଥିବା ବେଳେ ଏକ ମୋରମ ବୋଝେଇ ଟ୍ରାକ୍ଟରକୁ ଦେଖିଥିଲେ।
ଟ୍ରାକ୍ଟରକୁ ଅଟକାଇବାକୁ ଉଦ୍ୟମ କରିବାରୁ ଚାଳକ ତାଙ୍କ ଗାଡ଼ିକୁ ଧକ୍କା ମାରିବା ସହ ୨ରୁ ୩ ଥର ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବା ତହସିଲଦାର ଅଭିଯୋଗ କରିଛନ୍ତି।
ଏନେଇ ତହସିଲଦାର ରାସଗୋବିନ୍ଦପୁର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି।
ଏଥିସହ ଟ୍ରାକ୍ଟର ଚାଳକ ଚାନ୍ଧୁ ବାସ୍କେଙ୍କୁ ଅଟକ ରଖିଛି।
ଡ୍ରାଇଭର ଜଣକ ନିଶାଗ୍ରସ୍ତ ଥିବା ମଧ୍ୟ ସୂଚନା ମିଳିଛି।
ଅନ୍ୟପଟେ ରାସଗୋବିନ୍ଦପୁର ଅଞ୍ଚଳରୁ ବିପୁଳ ପରିମାଣର ମୋରମ ଓ ବାଲି ବାଲେଶ୍ୱର ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
