Nayagarh: ନୟାଗଡ଼: ସବୁ ଦଳର ସ୍ଥିତି ଗୋଳମାଳିଆ; ବିଜେପିରେ ବଢ଼ୁଛି କନ୍ଦଳ, ଛିଡ଼ୁଛି ବିଜେଡି, କଂଗ୍ରେସ ସ୍ଥିର
"ନୟାଗଡ଼: ନୟାଗଡ଼ରେ ପ୍ରମୁଖ ତିନି ରାଜନୈତିକ ଦଳର ସ୍ଥିତି ଏବେ ଗୋଳମାଳିଆ।
ରାଜ୍ୟରେକ୍ଷମତାରେ ଥିବା ବିଜେପି ନେତାଙ୍କ ମଧ୍ୟରେ କନ୍ଦଳ ତୀବ୍ର ହେବାରେ ଲାଗିଛି।
ସମସ୍ତ ଆସନରେ ସେମାନେ ସମାନ୍ତରାଳ ସଂଗଠନ ଚଳାଉଥିବା ଦେଖିବାକୁ ମିଳିଛି।
ସେହପରି କ୍ଷମତା ଯାଉ ଯାଉ ତୃଣମୂଳ ସ୍ତରରେ ବିଜେଡିର ଛାମୁଆ ନେତାମାନଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ହେଉଛି।
କିଛି ସିଧାସଳଖ ବିଜେପି ସମ୍ପର୍କରେ ଥିବା ବେଳେ ଆଉ କିଛି ଭିତରେ ଭିତରେ ଯୋଗାଯୋଗରେ ଅଛନ୍ତି।
ହେଲେ ଏହି ଦୁଇ ଦଳରେ ଥିବା ବିବାଦର ଫାଇଦା ଉଠାଇ ପାରୁନି କଂଗ୍ରେସ।
ଏବେ ମଧ୍ୟ ଦଳର ନେତାମାନେ ସଂଗଠିତ ହେବା ଦୂରେ ଥାଉ ଓଲଟା ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ହେଉଥିବା ଦେଖିବାକୁ ମିଳୁଛି।
Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ଗତ ସାଧାରଣ ନିର୍ବାଚନ ପରେ ବିଜେପି ବେଶ୍ ସଂଗଠିତ ହେବ ବୋଲି ଅନୁମାନ କରାଯାଉଥିଲା।
ମାତ୍ର ନେତାମାନଙ୍କ ମଧ୍ୟରେ କନ୍ଦଳ ବଢ଼ି ବଢ଼ି ଉଗ୍ରରୂପ ନେଲାଣି।
ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କୁ ରୀତିମତ ଭାବେ ପୁରୁଖା ନେତା ସନ୍ତୋଷ ପ୍ରଧାନଙ୍କ ସଂଗଠନ ବିରୋଧ କରି ଚାଲିଛି।
ସନ୍ତୋଷ ବିଭିନ୍ନ ସଭାସମିତିରେ ପ୍ରତ୍ୟୁଷାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି।
ସେହିପରି ଦଶପଲ୍ଲାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ କାହାକୁ ଅଛପା ନାହିଁ।
ଖଣ୍ଡପଡ଼ାରେ ବିଧାୟକ ଦୁଷ୍ମନ୍ତ ସ୍ବାଇଁଙ୍କ ଠାରୁ ଦୂରରେ ରହି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା ନିଜର ସମାନ୍ତରାଳ ସଂଗଠନ ଚଳାଇଛନ୍ତି।
ରଣପୁରରେ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଓ ଜିଲ୍ଲା ସଭାପତି ତାପସ ମାର୍ଥାଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।
ତାପସଙ୍କ ପତ୍ନୀ ନିର୍ମଳା ବେହେରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଛନ୍ତି।
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା ସେହିପରି ବିଜେଡିରେ ଅସମ୍ଭବ ପ୍ରକାର ସ୍ଥିତି।
ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଅତି ନିକଟତର କିଛି ନେତା, ଠିକାଦାର ଓ ଛାମୁଆ କର୍ମୀମାନେ ବିଜେପିର ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି।
ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେପିରେ ଯୋଗ ଦେଇଥିବା ବେଳେ ଆଉ କିଛି ନେତା ଦଳ ଛାଡ଼ିବାକୁ ସଜବାଜ ହେଉଛନ୍ତି।
ଜିଲ୍ଲା ସଭାପତି ଦଶପଲ୍ଲା ବିଧାୟକ ରମେଶ ବେହେରା ଗତ ସାଧାରଣ ନିର୍ବାଚନ ପରେ କୌଣସି ପ୍ରକାର ସମୀକ୍ଷା କରି ନାହାନ୍ତି।
ରଣପୁରରେ ଦଳର ପରାଜିତ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ନୟାଗଡ଼ରୁ ରାଜନୀତି କରିବାକୁ ଆଗ୍ରହ ପ୍ରକାଶ କରି ଏଠାରେ ଡେରା ପକାଇଛନ୍ତି।
ଖଣ୍ଡପଡ଼ାରେ ଦଳର ମଙ୍ଗ ସମ୍ଭାଳୁଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଓ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାର୍ଯ୍ୟକ୍ରମ ଠାରୁ ଦୂରରେ।
ଏହି ଦୁଇ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ଚାଲିଥିବା କନ୍ଦଳରୁ କଂଗ୍ରେସ କିନ୍ତୁ ଫାଇଦା ଉଠାଇ ପାରୁ ନାହିଁ।
ଦଳ ପୁଣି ଥରେ ବରିଷ୍ଠ ନେତା ରଣଜିତ ଦାଶଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଛି।
ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଦଳ ପକ୍ଷରୁ କରାଯାଉଥିବା ଏକାଧିକ କାର୍ଯ୍ୟକ୍ରମ କେବଳ ନୟାଗଡ଼ରେ ସୀମିତ ରହୁଛି।
ବାକି ତିନି ନିର୍ବାଚନମଣ୍ଡଳୀରେ ଦଳର ନେତା ଓ କର୍ମୀମାନେ ସମ୍ପୂର୍ଣ୍ଣ ଚୁପ୍ ଅଛନ୍ତି।
କର୍ମୀଙ୍କ ନିରବତା ଦେଖି ସବୁ ଦଳର ନେତାଙ୍କ ଅକଲ ଏବେ ଠାରୁ ଗୁଡୁମ୍।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
