Hormuz: ହର୍ମୁଜ୍‌ରେ ଭାରତୀୟ ଟ୍ୟାଙ୍କର୍‌କୁ ଅଟକାଇଲା ଇରାନୀ ଯୁଦ୍ଧଜାହାଜ: ଓମାନ କରିଡର ଦେଇ ପଛକୁ ଫେରାଇଲା

Aug 27, 2026 - 09:29
Hormuz: ହର୍ମୁଜ୍‌ରେ ଭାରତୀୟ ଟ୍ୟାଙ୍କର୍‌କୁ ଅଟକାଇଲା ଇରାନୀ ଯୁଦ୍ଧଜାହାଜ: ଓମାନ କରିଡର ଦେଇ ପଛକୁ ଫେରାଇଲା

"ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି।

ଏକ ଭାରତୀୟ ତୈଳ ଟ୍ୟାଙ୍କର୍‌କୁ ହର୍ମୁଜ୍ ପ୍ରଣାଳୀରେ ଇରାନୀ ଯୁଦ୍ଧଜାହାଜ ଅଟକାଇଥିବା ରିପୋର୍ଟ ସାମ୍ନାକୁ ଆସିଛି।

ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ଫାର୍ସ ଅନୁଯାୟୀ, ଭାରତୀୟ ତୈଳ ଟ୍ୟାଙ୍କର ହାନା ଦକ୍ଷିଣ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା ​​କିନ୍ତୁ ଏକ ବୃହତ ଇରାନୀ ଯୁଦ୍ଧଜାହାଜ ଦ୍ୱାରା ଚେତାବନୀ ଦିଆଯାଇ ପଛକୁ ଫେରିବାକୁ ବାଧ୍ୟ କରାଯାଇଥିଲା।

ଫାର୍ସ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛି ଯେ ହାନା ଦକ୍ଷିଣ ରୁଟ୍ ବା ଓମାନ କରିଡର ଦେଇ ଯିବାକୁ ଚେଷ୍ଟା କରୁଥିଲା।

ଇରାନୀ ଜାହାଜରୁ ଚେତାବନୀ ପାଇବା ପରେ ଟ୍ୟାଙ୍କର୍‌ଟି ନିଜ ଗତିପଥ ବଦଳାଇ ଦେଇଥିଲା।

ତେବେ ଏହି ଦାବିକୁ ଭାରତୀୟ କର୍ତ୍ତୃପକ୍ଷ, ଟ୍ୟାଙ୍କର୍ ଅପରେଟର୍ କିମ୍ବା କୌଣସି ସ୍ୱାଧୀନ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଦ୍ୱାରା ଏପର୍ଯ୍ୟନ୍ତ ନିଶ୍ଚିତ କରାଯାଇ ନାହିଁ।

ଫାର୍ସ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀର ଏହି ଦକ୍ଷିଣ ରାସ୍ତାରେ କୌଣସି ଜାହାଜ ଚଳାଚଳ କରିଥିବା ରେକର୍ଡ କରାଯାଇ ନାହିଁ, ଯାହା ସୂଚିତ କରୁଛି ଯେ, ମୁଖ୍ୟ ଜାହାଜ ପରିବହନ ରାସ୍ତାକୁ ଏଡାଇ ବ୍ୟବହୃତ ହେଉଥିବା ଏହି ବିକଳ୍ପ ସାମୁଦ୍ରିକ ରାସ୍ତାରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇବା ପରେ ଚଳାଚଳ ବନ୍ଦ ରହିଛି।Advertisment ବନ୍ଦ ରହିବ ଓମାନ ଉପକୂଳ ସହିତ ଦକ୍ଷିଣ ପଥ ଇରାନ-ଓମାନ ଜାହାଜ ଚଳାଚଳ କରିଡର ଉପରେ ଆଲୋଚନା କରିବା ସହ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ମଧ୍ୟ ମତାମତ ପ୍ରକାଶ କରିଛନ୍ତି।

ଇରାନର ରିଭଲ୍ୟୁସନରୀ ଗାର୍ଡର ମୁଖପାତ୍ରଙ୍କ ଅନୁଯାୟୀ, ଦୁଇ ଦେଶ ହର୍ମୁଜ୍ ପ୍ରଣାଳୀରେ ନିଜ ନିଜ ଅଂଶ ଏବଂ ଏଥିରୁ ହେଉଥିବା ରାଜସ୍ୱ ଉପରେ ଚୁକ୍ତିନାମାରେ ପହଞ୍ଚିଛନ୍ତି।

ଆମେରିକା ଆଲୋଚନାରେ ହସ୍ତକ୍ଷେପ କରୁଥିବା ଇରାନ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି।ଇରାନ ଏବଂ ଓମାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଦୁଇ ଦେଶ ଏକ ଅସ୍ଥାୟୀ ଜାହାଜ ଚଳାଚଳ କରିଡର ସୃଷ୍ଟି କରିବା ପାଇଁ ଏକ ପର୍ଯ୍ୟାୟବଦ୍ଧ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି, ଯେଉଁଥିରେ ସମୁଦ୍ର ପଥକୁ ସୁରକ୍ଷିତ କରିବା ଏବଂ ଲ୍ୟାଣ୍ଡମାଇନ୍ ଅପସାରଣ କରିବା ଯୋଜନା ଅନ୍ତର୍ଭୁକ୍ତ ରହିଛି।

ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାଦି ପରେ ଦାବି କରିଥିଲେ ଯେ ଚୁକ୍ତି ଅନୁଯାୟୀ ଓମାନ ଉପକୂଳ ସହିତ ଦକ୍ଷିଣ ପଥ ବନ୍ଦ ରହିବ।

ଇରାନ ଦୀର୍ଘ ଦିନ ଧରି ଏହି ଜାତିସଂଘ-ଅନୁମୋଦିତ ସମୁଦ୍ର ପଥକୁ ବିରୋଧ କରିଆସୁଛି।

ଅନ୍ୟପକ୍ଷରେ, ଓମାନର ପ୍ରାରମ୍ଭିକ ବିବୃତିରେ ଏହି ପଥ ବନ୍ଦ କରିବା ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନଥିଲା।

ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ମଧ୍ୟରୁ ଗୋଟିଏ।

ଇରାନ ଏହାକୁ ବନ୍ଦ କରିବା ଯୋଗୁଁ ଏହି ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ବିକଳ୍ପ ରାସ୍ତା ଖୋଜିବା ଆରମ୍ଭ ହୋଇଛି।

ଦକ୍ଷିଣ ରୁଟ୍ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିବା ଜାହାଜଗୁଡ଼ିକୁ ନେଇ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଇରାନ୍ ଦକ୍ଷିଣ ରୁଟ୍ ଦେଇ ପରିବହନ କରିବାକୁ ଚେଷ୍ଟା କରୁଥିବା ଅନେକ ଜାହାଜକୁ ଟାର୍ଗେଟ କରିଛି।

ତେବେ ଗତ କିଛି ଦିନ ମଧ୍ୟରେ, କିଛି ଜାହାଜ ଇରାନର ଚେତାବନୀକୁ ଅଣଦେଖା କରି ହର୍ମୁଜ୍ ପ୍ରଣାଳୀ ପାର କରିବାକୁ ଚେଷ୍ଟା କରିଥିବା ଆମେରିକା ପକ୍ଷରୁ କୁହାଯାଇଛି।

Flood in Nepal: ନେପାଳରେ ପ୍ରଳୟ: ୧୫୭ ମୃତ, ୧୩୩ ଭାରତୀୟ ନିଖୋଜ, ୪୦୦ ପର୍ଯ୍ୟଟକଙ୍କ ପତ୍ତା ମିଳୁନି, ଭାସିଗଲା ଅନେକ ଗାଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)