Naxalism in Jharkhand: ଅନ୍ତିମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ନକ୍ସଲବାଦ: ଏବେ ଅଛନ୍ତି ୧୨ ଜଣ ପୁରସ୍କାର ଘୋଷିତ ମାଓବାଦୀ

Aug 10, 2026 - 04:44
Naxalism in Jharkhand: ଅନ୍ତିମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ନକ୍ସଲବାଦ: ଏବେ ଅଛନ୍ତି ୧୨ ଜଣ ପୁରସ୍କାର ଘୋଷିତ ମାଓବାଦୀ

"ବିଶ୍ରା: ଝାଡ଼ଖଣ୍ଡରେ ନକ୍ସଲବାଦ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଲଗାତାର ଏନ୍‌କାଉଣ୍ଟର, ଗିରଫଦାରୀ ଓ ଆତ୍ମସମର୍ପଣ ପରେ ରାଜ୍ୟରେ ଏବେ ମାତ୍ର ୧୨ ଜଣ ପୁରସ୍କାର ଘୋଷିତ ମାଓବାଦୀ ସକ୍ରିୟ ଥିବା ପୁଲିସ ତାଲିକାରୁ ଜଣାପଡ଼ିଛି।

ଏହି ୧୨ ଜଣ ମାଓବାଦୀ ସରଣ୍ଡା ଏବଂ କୋହ୍ଲାନ ଜଙ୍ଗଲରେ ଲୁଚିଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ମୋଟ ୧ କୋଟି ୭୯ ଲକ୍ଷ ଟଙ୍କାର ପୁରସ୍କାର ରହିଛି।

Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ ପୁଲିସର ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୪୯ ଜଣ ପୁରସ୍କାର ଘୋଷିତ ନକ୍ସଲ ନିହତ ହୋଇଛନ୍ତି ଏବଂ ଅନ୍ୟମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି।

ଫଳରେ ମାଓବାଦୀ ସଙ୍ଗଠନ ଉପରେ ଚାପ ବଢ଼ିଛି।

ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ପୁରସ୍କାର ଘୋଷିତ ୧୨ ଜଣ ମାଓବାଦୀଙ୍କ ତାଲିକା ପ୍ରକାଶ ପାଇଛି।

ଏହି ତାଲିକାରେ ସବୁଠାରୁ ପ୍ରଭାବଶାଳୀ ନାମ ହେଉଛି ଅସୀମ ମଣ୍ଡଳ।

ତା" ମୁଣ୍ଡ ଉପରେ ୧ କୋଟି ଟଙ୍କା ପୁରସ୍କାର ରହିଛି।

ସେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ବୋଲି ପୁଲିସ ତାଲିକାରେ ଉଲ୍ଲେଖ ରହିଛି।

ଅନ୍ୟମାନେ ହେଲେ ରାମପ୍ରସାଦ ମାଡ଼ି ଓରଫ୍‌ ସଚିନ, ନିରୋକୋ ଯାଦବ ଓରଫ୍‌ ଇନ୍ଦ୍ରଜିତ, ମନୋହର ଗଞ୍ଜୁ ଓରଫ୍‌ ସୋହନ ଗଞ୍ଜୁ, ଗୋଦରାୟ ଯାଦବ ଓରଫ୍‌ ସଞ୍ଜୟ ଯାଦବ, ମୀତା ଓରଫ୍‌ ନୟନତାରା, ସମୀର ମହତୋ ଓରଫ୍‌ ମଙ୍ଗଳ, ପଙ୍କଜ କୋରୱା, ରାଜୁ ଭୂୟାଁ, ମାଳତୀ ମୁର୍ମୁ , ବାସୁ ପୂର୍ତ୍ତି ଏବଂ ଚୋଗୋ ପୂର୍ତ୍ତି।

ଏମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରହିଛି।

Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା ଟାର୍ଗେଟରେ ଅସୀମ ମଣ୍ଡଳ କୋଟିଏ ଟଙ୍କାର ପୁରସ୍କାର ଘୋଷିତ କୁଖ୍ୟାତ ମାଓବାଦୀ ଅସୀମ ମଣ୍ଡଳକୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସରଣ୍ଡା ଜଙ୍ଗଲକୁ ଲାଗି ରହିଥିବା ଘାଟଶିଳା ଅଞ୍ଚଳର ପାହାଡ଼ ଶୃଙ୍ଖଳାରେ ଅସୀମ ସହ ଝାଡ଼ଖଣ୍ଡ ସାଂସଦ ସୁନୀଲ ମହାତୋ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମପ୍ରସାଦ ମାର୍ଡି, ଅତୁଲ, ମୀତାଙ୍କ ସମେତ ଅନ୍ୟ କିଛି ନକ୍ସଲ ରହିଥିବା ଜଣାପଡ଼ିଛି।

ଏହି ନକ୍ସଲଙ୍କୁ ପଳାଇବାର କୌଣସି ସୁଯୋଗ ନଦେବା ପାଇଁ ବହୁସଂଖ୍ୟକ ପୁଲିସ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ପ୍ରବେଶ କରି ଅଭିଯାନ ଚଳାଇଛନ୍ତି।

ଘାଟଶିଳା ପାହାଡ଼ିଆ ଅଞ୍ଚଳରେ ହଜାର ହଜାର ଅର୍ଦ୍ଧସାମରିକ ଯବାନ ମୁତୟନ ହୋଇଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗ ପୁଲିସ ମଧ୍ୟ ନିଜ ସୀମାକୁ ସିଲ୍‌ କରି ଦେଇଛି।

ତେବେ ଅସୀମ ଓ ତା"ର ଦଳ ବାରମ୍ବାର ଠିକଣା ବଦଳାଉଥିବା କୁହାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media