Pond: ଏମିତି ହେଲା ପୋଖରୀ ଖୋଳା: ପାଣି ଖାଲି କରିବାରେ ବିତିଲା ବର୍ଷେ
ପୁରୀ: ବର୍ଷା ପୂର୍ବରୁ ପଥର ପୋଖରୀ ଖୋଳିଦେଲେ। ମୋଟର ପମ୍ପ ଲଗାଇ ପାଣି ଖାଲି କଲେ। ସ୍ଥିତି ପରଖି କହିଲେ, ଏତିକି ବଜେଟ୍ରେ ଏ ପୋଖରୀ କାମ ହୋଇପାରିବନାହିଁ। ତେଣୁ ସରକାର ବଜେଟ୍ ବଢ଼ାଇଲେ। ପୁନର୍ବାର ଖୋଳାଗଲା, ପାଣି ଖାଲି କରାଗଲା। କିନ୍ତୁ କାମ ଆଗେଇ ପାରିଲାନାହିଁ। କେବଳ ପୋଖରୀ ଖୋଳା ଓ ପାଣି ଖାଲି କରିବାରେ ବର୍ଷେ ବିତିଗଲାଣି। ଅଥଚ ଐତିହ୍ୟ ପୋଖରୀର ଭାଗ୍ୟ ଉଦୟ ହେଉନାହିଁ। ବର୍ଷେ ହେଲା ପଥର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ନାଁ’ରେ କେବଳ ଚରମ ଅବହେଳା ହିଁ କରାଯାଇଛି। ୪ କୋଟି ବଜେଟ୍ର ଏହି କାମ ବର୍ଷେ ହେଲା ଆଗେଇ ପାରୁନାହିଁ। ପାଚେରି ଧସି ଯାଇଥିବାରୁ ପୋଖରୀ ସଂଲଗ୍ନ କୁମ୍ଭାରପଡ଼ା ଗଳି ରାସ୍ତାରେ କେତେବେଳେ ଗଳି ପଡ଼ିବ ସେହି ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା। ଗଳି ରାସ୍ତା ବାଟରେ ଯା-ଆସ କରିବାକୁ ଡରିଲେଣି। ଅଥଚ ବାବୁମାନେ ଛୋଟ ବଜେଟ୍ର କାମ ବୋଲି ଏହାକୁ ଏଯାଏଁ ଗୁରୁତ୍ବର ସହ ନେଉନାହାନ୍ତି।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ପଥର ପୋଖରୀକୁ ଚରମ ଅବହେଳା
ବିପଦରେ ପୋଖରୀ ସଂଲଗ୍ନ ରାସ୍ତା
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଣି ସହ ଏହା ମଧ୍ୟରୁ ପଙ୍କ ଓ ବର୍ଜ୍ୟ ଖାଲି କରାଯାଇଥିଲା। ପୁନର୍ବାର ବର୍ଷା ହେବା ପରେ ପୁଷ୍କରିଣୀରେ ଏବେ ପାଣି ଭର୍ତ୍ତି। ଦଳ ଚରିଗଲାଣି। ପୋଖରୀ ପୁଣି ବର୍ଜ୍ୟରେ ଭରିଗଲାଣି। ପୁଷ୍କରିଣୀର ପ୍ରଦୂଷଣ ବଢ଼ିବା ସହ ପାଚେରି ଦୁର୍ବଳ ହୋଇଗଲାଣି। ପାଚେରିର କିଛି ଅଂଶ ଭୁଶୁଡ଼ି ଯାଇଥିବାରୁ ଏହା ରାସ୍ତା ଖାଇ ଚାଲିଛି। ଗତବର୍ଷ ମାର୍ଚ୍ଚ ମାସରେ ପଥର ପୋଖରୀର ଉନ୍ନତୀକରଣ ଅନୁଦାନ ରାଶି ୪ କୋଟି ୧୩ ଲକ୍ଷକୁ ବୃଦ୍ଧି ପାଇଥିଲା। ୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର କାମ ଆରମ୍ଭ ହେବା ବେଳକୁ ୬ ମାସ ଅତିକ୍ରମ କରିଯାଇଥିଲା। ଏଣେ ବର୍ଷେ ତଳୁ କଣ୍ଟ ପୂରିଗଲାଣି, ଅଥଚ କାମ କେବଳ ପୋଖରୀ ଖୋଳାରେ ସୀମିତ ରହିଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମା’ ଅଲାମ ଚଣ୍ଡୀଙ୍କ ସମ୍ମୁଖ ଭାଗରେ ଶୋଭା ପାଉଥିବା ପଥର ପୋଖରୀ ମହାପ୍ରଭୁଙ୍କ ନବକଳେବର ବିଧି ସହ ପରୋକ୍ଷ ଭାବେ ଜଡ଼ିତ। ନବକଳେବର ସମୟରେ ଦଇତାପତିମାନେ ବନଯାଗ ଯାତ୍ରାରେ ଦାରୁ ନେଇ ଫେରିବା ବେଳେ ଏହି ସ୍ଥାନରେ ବିଶ୍ରାମ ନେଇ ପୁଷ୍କରିଣୀରେ ସ୍ନାନ କରନ୍ତି। ସେଠାରେ ଅଟକି ଥିବା ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରେ। ମାତ୍ର ଐତିହ୍ୟ ଗୁରୁତ୍ବ ବହନ କରୁଥିବା ଏହି ପୁଷ୍କରିଣୀର ଆଜି ଯାଏଁ ଆବର୍ଜନାମୁକ୍ତ ହୋଇ ପାରୁନାହିଁ କି ଉନ୍ନତୀକରଣ ଯୋଜନାରେ ସାମିଲ ହୋଇ ପାରୁନାହିଁ।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି
ମାସେ କି ବର୍ଷେ ନୁହେଁ, ସାଢ଼େ ୩ ବର୍ଷ ତଳୁ ପଥର ପୋଖରୀ ସୌନ୍ଦର୍ଯ୍ୟୀକରଣର ନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅବଢ଼ା ଯୋଜନାରେ ୨କୋଟି ୧୬ଲକ୍ଷ ୫୨ ହଜାର ୨୮୮ କୋଟି ଟଙ୍କା ମଞ୍ଜୁର ହେଲା। ତେବେ କାମ ଆରମ୍ଭ ହେଉ ହେଉ ପାଣି ଓ ଚତୁଃପାର୍ଶ୍ବ ସ୍ଥିତି ଦେଖିବା ପରେ ଓବିସିସି ଯନ୍ତ୍ରୀ କହିଲେ, ଏତିକି ଅର୍ଥ ଅଣ୍ଟିବ ନାହିଁ। ଅର୍ଥ ନିଅଣ୍ଟ କାରଣରୁ ଆହୁରି ଦେଢ଼ ବର୍ଷ ପ୍ରକଳ୍ପ କାର୍ଯ୍ୟ ପଡ଼ିରହିଲା। ପୁନର୍ବାର ଡିପିଆର୍ ପ୍ରସ୍ତୁତ ହୋଇ ପାଖାପାଖି ୪କୋଟିର ବଜେଟ୍ ହେଲା। ଅର୍ଥାତ ଯନ୍ତ୍ରୀଙ୍କ ଅନୁସାରେ ବଜେଟ୍ ମଧ୍ୟ ବୃଦ୍ଧି ହେଲା। ତଥାପି କାମ ଆରମ୍ଭ ହେଲାନାହିଁ। କୁହାଗଲା ବର୍ଷା ଦିନ ଗଲେ କାମ ଆରମ୍ଭ ହେବ। ଇତିମଧ୍ୟରେ ଗୋଟିଏ ବର୍ଷା ଋତୁ ଯାଇ ଆଉ ଗୋଟିଏ ସରିବାକୁ ବସିଲାଣି। ତଥାପି ବାବୁମାନେ ଏହାକୁ ଅଣଦେଖା କରିଚାଲିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
