Naxal-Affected Village: ନକ୍ସଲ ପ୍ରଭାବିତ ଗାଁରୁ ଜାତୀୟ ପଦକ ବିଜେତା: ଜାତୀୟ ବରିଷ୍ଠ ତୀରନ୍ଦାଜିରେ ଇତିହାସ ରଚିଲେ ଅର୍ଜୁନ
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଏକ ଦୁର୍ଗମ ତଥା ମାଓବାଦୀ ଅଧ୍ୟୁଷିତ ଆଦିବାସୀ ଗାଁ 'ଜନ୍ତ୍ରୀ'ର ଅର୍ଜୁନ ଖରାଙ୍କ ପାଇଁ ଓଡ଼ିଶା କ୍ରୀଡା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ।
ମେଘାଳୟର ଶିଲଂଠାରେ ଆୟୋଜିତ ୪୬ତମ ଏନଟିପିସି ବରିଷ୍ଠ ତୀରନ୍ଦାଜି ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ଭାବେ ପଦକ ଜିତିଛନ୍ତି ଅର୍ଜୁନ।
ଓଡ଼ିଶା ଟାଟା ଆର୍ଚେରୀ ହାଇ-ପରଫର୍ମାନ୍ସ ସେଣ୍ଟରର କ୍ୟାଡେଟ ଅର୍ଜୁନ ଖରା କାଂସ୍ୟ ହାସଲ କରିଛନ୍ତି।
ପ୍ରତିଯୋଗିତାର ରିକର୍ଭ ଇଭେଣ୍ଟରେ ଅର୍ଜୁନ ମୋଟ ୬୭୪ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହି ବିଭାଗରେ ସର୍ଭିସେସ୍ର ଧୀରଜ ବୋମ୍ମାଦେଓରା ୬୮୦ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ଏବଂ ମହାରାଷ୍ଟ୍ରର ପାର୍ଥ ସୁଶାନ୍ତ ସାଉଙ୍ଖେ ୬୭୯ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି।
୨୦୦୩ ମସିହାରେ ଜନ୍ମଗ୍ରହଣ କରିଥିବା ଅର୍ଜୁନଙ୍କ ବାପା ଭଗବାନ ଖରା ଜଣେ ଚାଷୀ ଏବଂ ମାଆ ମୁକ୍ତା ଖରା ଜଣେ ଗୃହିଣୀ।
ଜନ୍ତ୍ରୀ ଭଳି ଏକ ମାଓବାଦୀ ପ୍ରବଣ ଗାଁରେ ଅର୍ଜୁନଙ୍କ ଜନ୍ମ।
ଅନେକ ଆର୍ଥିକ ଅନଟନ ଭିତରେ ବଢ଼ିଥିବା ଅର୍ଜୁନଙ୍କୁ ପିଲାବେଳୁ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ଧନୁତୀର ଚାଳନା ବେଶ୍ ଆକର୍ଷିତ କରିଥିଲା।
ହେଲେ ଶିକାର ପରିବର୍ତ୍ତେ ନିଜର ଓ ନିଜ ଅଞ୍ଚଳର ନୂତନ ପରିଚୟ ସୃଷ୍ଟି କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।
Advertisment Chief Minister: 'ନିଶାମୁକ୍ତ ଓଡ଼ିଶା' ପାଇଁ ବଜ୍ର ଶପଥ: ମୁଖ୍ୟମନ୍ତ୍ରୀ ଐତିହାସିକ ସଫଳତା ସମ୍ପର୍କରେ ଅର୍ଜୁନ କହିଛନ୍ତି, “ମୁଁ ଧନୁତୀରକୁ ଶିକାର ପାଇଁ ବ୍ୟବହାର କରିବାକୁ ଚାହୁଁନଥିଲି।
ସ୍ପୋର୍ଟସ୍ ହଷ୍ଟେଲରେ ତୀରନ୍ଦାଜି ଶିକ୍ଷା ଦିଆଯାଉଥିବା ଜାଣିବା ପରେ ମୁଁ ଏଥିରେ କ୍ୟାରିୟର ଗଢ଼ିବାକୁ ସ୍ଥିର କଲି।
କ୍ରୀଡ଼ା ମାଧ୍ୟମରେ ଆମ ସମାଜ ଓ ଅଞ୍ଚଳ ପାଇଁ କିଛି କରିବାକୁ ସବୁବେଳେ ଇଚ୍ଛା ଥିଲା।'' ୨୦୧୨ରେ ମାଲକାନଗିରି ସ୍ପୋର୍ଟସ୍ ନର୍ସରୀରୁ ଅର୍ଜୁନ ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ।
ଏହାପରେ ୨୦୧୪ରେ କେନ୍ଦୁଝର ଏବଂ ୨୦୨୨ରେ କୋରାପୁଟ କ୍ରୀଡ଼ା ଛାତ୍ରାବାସରେ ରହି ଅଭ୍ୟାସ ଜାରି ରଖିଥିଲେ।
ଉନ୍ନତ ଉପକରଣ ଓ ବୈଷୟିକ ପ୍ରଶିକ୍ଷଣ ଅଭାବରୁ ତାଙ୍କୁ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଥିଲା।
୨୦୨୪ ମସିହାରେ ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲ୍ର ମିଳିତ ଉଦ୍ୟମରେ କେନ୍ଦୁଝର ଠାରେ ପ୍ରତିଷ୍ଠିତ 'ଓଡ଼ିଶା ଟାଟା ଆର୍ଚେରୀ ହାଇ-ପରଫର୍ମାନ୍ସ ସେଣ୍ଟର' (ଓଟିଏଏଚପିସି)ରେ ଯୋଗଦେବା ପରେ ତାଙ୍କ ପ୍ରଶିକ୍ଷଣରେ ବଡ଼ ପରିବର୍ତ୍ତନ ଆସିଥିଲା।
Annual examination pattern: ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଢାଞ୍ଚା: ବିଷୟରେ ୩୦ ନମ୍ବର ରଖିଲେ ପାସ୍ ସେଠାରେ ମିଳିଥିବା ଅନ୍ତର୍ଜାତୀୟମାନର ଉପକରଣ, ବିଶେଷଜ୍ଞଙ୍କ ଦ୍ବାରା କୋଚିଂ, ଫିଟନେସ୍ ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ତାଙ୍କୁ ଜାତୀୟସ୍ତରରେ ପଦକ ଜିତିବା ପାଇଁ ପ୍ରସ୍ତୁତ କରିଥିଲା।
ଏହି ସଫଳତା ପାଇଁ ବାପା-ମାଆ, ଗ୍ରାମବାସୀ ଓ କୋଚ୍ମାନଙ୍କୁ ଶ୍ରେୟ ଦେଇଛନ୍ତି ଅର୍ଜୁନ।
ଉନ୍ନତମାନର ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପାଇଁ ସେ ଓଡ଼ିଶା ଟାଟା ଆର୍ଚେରୀ ହାଇ-ପରଫର୍ମାନ୍ସ ସେଣ୍ଟର ଓ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଆଗାମୀ ଦିନରେ ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
