National Press Day Celebrated ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ:  ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ

Nov 16, 2026 - 19:27
National Press Day Celebrated ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ:  ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି।

ଚଳିତ ବର୍ଷର ବିଷୟବସ୍ତୁ 'ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ' ଉପରେ ଆଲୋଚନା ହୋଇଥିଲା।

ଏଥିରେ ଅତିଥି ଓ ବକ୍ତାମାନେ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଉତ୍ତମ ନାଗରିକ ସଂସ୍କୃତି ନିର୍ମାଣରେ ଲେଖନୀ ଚାଳନା କରିବାକୁ ଆହ୍ବାନ ଦେଇଥିଲେ।

Advertisment State-level National Press Day: ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ: 'ଭ୍ରମାତ୍ମକ ଖବର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ' ଆଜି (ସୋମବାର) ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆଲୋଚନାଚକ୍ରରେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଦେଶ ଓ ଜାତି ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି କହିଛନ୍ତି, ସାମ୍ବାଦିକ ଦାୟିତ୍ୱବାନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବାର ଆବଶ୍ୟକତା ରହିଛି ।

ସବୁ ସମୟରେ ନିଜକୁ ନିୟନ୍ତ୍ରିତ ଓ କଠୋର ଅନୁଶାସନ ମଧ୍ୟରେ ଜଣେ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ କଲେ ଏହାର ପ୍ରଭାବ ଚିରସ୍ଥାୟୀ ରହିଥାଏ।

କାମଳ ସାମ୍ବାଦିକତାରୁ ଊଦ୍ଧ୍ୱର୍କୁ ଯାଇ ସାମ୍ବାଦିକମାନେ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଛନ୍ତି, ଖବର ପ୍ରସାରଣ ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଏବଂ ସମ୍ବେଦନଶୀଳ ଖବର ପ୍ରସାରଣ ବେଳେ ଅଧିକ ଦାୟିତ୍ୱବାନ ହେବା ପ୍ରତ୍ୟେକ ସାମ୍ବାଦିକର ଆଭିମୁଖ୍ୟ ହେବା ଉଚିତ ।

Sambad Sahitya Pakhya: 'ସମ୍ବାଦ ସାହିତ୍ୟ ପକ୍ଷ' ଏକାଦଶ ସନ୍ଧ୍ୟା: 'ଗଣମାଧ୍ୟମର ଭାଷା ଭଦ୍ର ହେବା ଦରକାର, ବର୍ତ୍ତମାନ ସାମ୍ବାଦିକତାର ସଂଜ୍ଞା ବଦଳିଯାଇଛି...' କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସଂଜୟ କୁମାର ବିଶ୍ୱାଳ ପୌରୋହିତ୍ୟ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶଶାଙ୍କ ଶେଖର ଦାଶ, 'ପେପରମ୍ୟାନ୍‌ ଇଣ୍ଡିଆ'ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ଏହି ପ୍ରଦର୍ଶନୀରେ ବହୁ ପୁରାତନ ଦେଶ ଓ ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି ।

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି ନିର୍ଦ୍ଦେଶକ (ବୈଷୟିକ) ସ୍ମିତା କର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନା ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଅଜାମ୍ବର ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ, ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)