Narsapur to Puri Under Watch: ନରସାପୁରରୁ ପୁରୀ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ଆଶଙ୍କା, ବଢ଼ିଲା ଭୟ

Nov 18, 2026 - 13:00
Narsapur to Puri Under Watch: ନରସାପୁରରୁ ପୁରୀ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ଆଶଙ୍କା, ବଢ଼ିଲା ଭୟ

ବଙ୍ଗୋପସାଗରରେ ପୁଣି ଘନେଇଲା ବାତ୍ୟା ଭୟ।

ସମୁଦ୍ର ଭିତରେ ଶକ୍ତି ବଢ଼ାଇ ଆଗକୁ ମାଡ଼ି ଆସୁଛି ବାତ୍ୟା ଅକ୍‌ୱାନ୍‌।

ଏହାର ଗତି ରହିଛି ଘଣ୍ଟାପ୍ରତି ୭ କିଲୋମିଟର।

ଧୀରେ ଧୀରେ ଉପକୂଳ ଆଡ଼କୁ ମୁହାଁଉଥିବାରୁ ଉତ୍ତର ଆନ୍ଧ୍ରପ୍ରଦେଶଠାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଚିନ୍ତା ବଢ଼ିଛି।

Advertisment ସବୁଠାରୁ ବଡ଼ କଥା ହେଉଛି, ବାତ୍ୟାର ସମ୍ଭାବ୍ୟ ଲ୍ୟାଣ୍ଡଫଲ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ନରସାପୁରଠାରୁ ପୁରୀ ମଧ୍ୟରେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଉଛି।

ଯଦି ଏପରି ହୁଏ, ତେବେ ଉତ୍ତର ଆନ୍ଧ୍ରପ୍ରଦେଶ, ୟେନମ୍‌ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏହାର ପ୍ରଭାବ ପଡ଼ିପାରେ।

ଘଣ୍ଟାକୁ ମାତ୍ର ୭ କିଲୋମିଟର ବେଗରେ ଗତି କରୁଥିବାରୁ ବାତ୍ୟାର ଦିଗ ଓ ଗତିବିଧି ଉପରେ ନଜର ରହିଛି।

କେଉଁ ଆଡ଼କୁ ମୁହାଁଇବ ଅକ୍‌ୱାନ୍‌?

କେଉଁ ଉପକୂଳରେ କରିବ ଲ୍ୟାଣ୍ଡଫଲ୍‌?

ଓଡ଼ିଶାକୁ କେତେ ପ୍ରଭାବିତ କରିବ ଏହି ସମ୍ଭାବ୍ୟ ବାତ୍ୟା?

Advertisment ତେବେ ବାତ୍ୟାର ଚୂଡ଼ାନ୍ତ ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍‌ ସ୍ଥାନ ସମ୍ପର୍କରେ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ହିଁ ସ୍ପଷ୍ଟ ଚିତ୍ର ଦେବ।

ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)