Nandankanan: ନନ୍ଦନକାନନରେ ନୂଆ ଉତ୍ସାହ: ଛାଡ଼ୁନାହାନ୍ତି କେୟାର୍‌ଟେକର୍‌ଙ୍କ କୋଳ, କଣ୍ଢେଇ ଧରି ଖେଳୁଛନ୍ତି ଓରାଂଉଟାନ

Sep 10, 2026 - 08:46
Nandankanan: ନନ୍ଦନକାନନରେ ନୂଆ ଉତ୍ସାହ: ଛାଡ଼ୁନାହାନ୍ତି କେୟାର୍‌ଟେକର୍‌ଙ୍କ କୋଳ, କଣ୍ଢେଇ ଧରି ଖେଳୁଛନ୍ତି ଓରାଂଉଟାନ

"ଭୁବନେଶ୍ବର/ବାରଙ୍ଗ: ବିରଳ ପ୍ରଜାତିର ବିଦେଶୀ ନୂଆ ଅତିଥି ୫ ଶାବକ ଓରାଂଉଟାନଙ୍କୁ ନେଇ ନନ୍ଦନକାନନରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଛି।

ଇଣ୍ଡୋନେସିଆ ଓ ମାଲେସିଆରେ ଦେଖିବାକୁ ମିଳୁଥିବା ଏହି ବଣମଣିଷ ସଦୃଶ ବାନର ପ୍ରାୟ ବନ୍ୟପ୍ରାଣୀଙ୍କ ପାଇଁ ନନ୍ଦନକାନନର କର୍ମଚାରୀମାନଙ୍କ ଭିତରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି।

ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟର କ୍ୱାରେଣ୍ଟାଇନ୍‌ ରୁମ୍‌ରେ ରଖାଯାଇଥିବା ଏହି ୫ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଖାଦ୍ୟପେୟ ଉପରେ କର୍ତ୍ତୃପକ୍ଷ ଅଧିକ ଗୁରୁତ୍ବ ଦେଉଛନ୍ତି।

ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ବିଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ଚିକିତ୍ସା ଦ୍ବାରା ସମ‌ସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

ମାତ୍ର କେଇ ଘଣ୍ଟା ଭିତରେ ୫ଟିଯାକ ଛୁଆ ଓରାଂଉଟାନ କେୟାର୍‌ଟେକର୍‌ମାନଙ୍କୁ ନିଜର କରି ନେଇଛନ୍ତି ଏବଂ ସେମାନଙ୍କ କୋଳ ଛାଡ଼ୁନାହାନ୍ତି।

କେୟାର୍‌ଟେକର୍‌ଙ୍କ କୋଳରେ ସେମାନେ ବେଶ୍‌ ଖୁସିରେ ବୋତଲ ଧରି ତରଳ ଖାଦ୍ୟ ପିଉଛନ୍ତି।

ସେହିଭଳି ସେମାନଙ୍କୁ ଦିଆଯାଇଥିବା କଣ୍ଢେଇ ଧରି ସେମାନେ ମଣିଷ ଶିଶୁ ଭଳି ଖେଳୁଛନ୍ତି।

Advertisment Air strike: ସକ୍ରିୟ ହେବ "ମକ୍କା ଚୁକ୍ତି" ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ ଭୟ ଛାଡ଼ି ଖେଳକୁଦରେ ମାତିଲେଣି୫ଶାବକଙ୍କ ମଧ୍ୟରୁ ୨ଟି ମାଈଙ୍କ ଓଜନ ମାତ୍ର ୨.୫ କିଲୋଗ୍ରାମ୍‌ରୁ ଅଧିକ ଥିବା ଜଣାପଡ଼ିଛି।

ସବୁଠୁ ଛୋଟ ଛୁଆଟି ସୁସ୍ଥ ଥିଲେ ହେଁ ଅନ୍ୟମାନଙ୍କ ଭଳି ସ୍ବାଭାବିକ ହୋଇପାରିନି।

ଗତକାଲି ରାତିରେ ସେମାନେ ସାମାନ୍ୟ ଭୟଭୀତ ଥିବା ଜଣାପଡ଼ୁଥିଲା।

କିନ୍ତୁ ଆଜି ସେମାନେ ପରିବେଶ ସହ ମିଶିଯିବା ଦେଖିବାକୁ ମଳିଛି।

କେୟାର୍‌ଟେକର୍‌ଙ୍କ ଗହଣରେ ସୁରକ୍ଷିତ ମଣୁଥିବା ନେଇ ସେମାନଙ୍କ ଚଳଣିରୁ ଜଣାପଡ଼ିଛି।

ସେମାନଙ୍କୁ ଦିଆଯାଉଥିବା କଦଳୀ, ସେଓ, ଡାଳିମ୍ବ ଓ ବିଭିନ୍ନ ଡ୍ରାଏ ଫ୍ରୁଟ୍‌ସ ଖାଇ ଖୁସି ହେଉଛନ୍ତି।

ମଝିରେ ମଝିରେ ସେମାନଙ୍କୁ ବୋତଲରେ ଦୁଧ ପିଇବାକୁ ଦିଆଯାଉଛି।

ଛୋଟ ଛୁଆଟି ଭଲ ଭାବେ ଖାଇପାରୁ ନଥିବାରୁ ତାକୁ ପତଳା ତରଳ ଖାଦ୍ୟ ଦିଆଯାଉଛି।

ତାକୁ ପ୍ରତି ଦୁଇ ଘଣ୍ଟାରେ ସେରେଲାକ୍‌ ପିଇବାକୁ ଦିଆଯାଉଛି।

ଏବେ ସେମାନେ ଭୟ ଛାଡ଼ି ଖେଳକୁଦରେ ମାତିବା ଦେଖାଯାଇଛି।

ଭୋକ ହେଲେ ସେମାନେ କେୟାର୍‌ଟେକରଙ୍କୁ ଖାଇବାକୁ ଠାରୁଥିବା ଦେଖାଯାଉଛି।

Kharagpur-Jharsuguda: ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍‌ ମଞ୍ଜୁର: ୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ ୩ ସିଫ୍‌ଟରେ ଡାକ୍ତର ଓ କେୟାରଟେକର୍‌ସୁରକ୍ଷା ଓ ସଂକ୍ରମଣ ନିୟନ୍ତ୍ରଣ ଦୃଷ୍ଟିରୁ ପ୍ରାୟ ମାସେ ପର୍ଯ୍ୟନ୍ତ ସେମାନଙ୍କୁ ସଂଗରୋଧ ଗୃହରେ ରଖାଯିବ।

ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟାବସ୍ଥା ଓ ଆଚରଣ ଉପରେ ଉଭୟ ବନ ବିଭାଗ ଓ ନନ୍ଦନକାନନର ବିଶେଷଜ୍ଞମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି।

୩ଟି ସିଫ୍‌ଟରେ ଡାକ୍ତର ଓ କେୟାରଟେକର୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

୪ଜଣ ସ୍ବତନ୍ତ୍ର କେୟାର୍‌ଟେକର୍‌ଙ୍କୁ ଦାୟିତ୍ବ ଦିଆଯାଇଛି।

ରାତିରେ ମଧ୍ୟ ଜଣେ ସ୍ୱତନ୍ତ୍ର ଡାକ୍ତର ନଜର ରଖିବେ।

ଏହି ସ୍ୱତନ୍ତ୍ର ଟିମ୍‌ ଅନ୍ୟ ଜୀବଜନ୍ତୁଙ୍କ ଚିକିତ୍ସା କରିବେ ନାହିଁ।

ଏମିତିକି ସେମାନେ ଅନ୍ୟ ପ୍ରାଣୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିବେ ନାହିଁ।

କେୟାରଟେକର୍‌ମାନେ ମାସ୍କ, ଗ୍ଲୋଭ୍‌ସ ଓ ସାନିଟାଇଜର ବ୍ୟବହାର କରୁଛନ୍ତି।

ନିୟମିତ ଗରମ ପାଣିରେ ହାତ ଧୋଉଛନ୍ତି।ଜଣକୁ ସାମାନ୍ୟ ଜ୍ବର ଓ ୨ଜଣଙ୍କୁ ଥଣ୍ଡା ଧରିଥିଲାଗତକାଲି ରାତିରେ ନନ୍ଦନକାନନ‌ରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଗୋଟିଏ ଶାବକ ଦେହରେ ସାମାନ୍ୟ ଜ୍ୱର ଥିଲା ଏବଂ ଅନ୍ୟ ଦୁଇଜଣଙ୍କୁ ଥଣ୍ଡା ଧରିଥିବା ଲକ୍ଷଣ ଦେଖାଦେଇଥିଲା।

ସେହି ଦୁଇଟି ମଝିରେ ମଝିରେ ଛିଙ୍କୁଥିଲେ।

ତେଣୁ ତୁରନ୍ତ ଆବଶ୍ୟକ ଔଷଧ ଦିଆଯାଇଥିଲା।

ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ସେହିଭଳି କିଛି ଶାବକ କୃମି ଆକ୍ରାନ୍ତ ଥିବାରୁ ସେମାନଙ୍କୁ ଲିଭର୍‌ ଟନିକ୍‌ ଦିଆଯାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହୀଶୂର ଚିଡ଼ିଆଖାନାରେ ଓରାଂଉଟାନ ରହୁଥିବାରୁ ସେଠିକାର ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି ଏବଂ ସେହି ଆଧାରରେ ସମସ୍ତ ଯତ୍ନ ବ୍ୟବସ୍ଥା କରାଯାଇଛି।

Kharagpur-Jharsuguda: ଖଡ଼ଗପୁର-ଝାରସୁଗୁଡ଼ା ଚତୁର୍ଥ ରେଳଲାଇନ୍‌ ମଞ୍ଜୁର: ୩୬୭ କିମି ଲମ୍ବ, ୬୫୨୮ କୋଟି ଅଟକଳ ତଦାରଖ କଲେ ଜଙ୍ଗଲ ମନ୍ତ୍ରୀଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନନ୍ଦନକାନନ ଗସ୍ତ କରି ଓରାଂଉଟାନ ଶାବକମାନଙ୍କ ଯତ୍ନ ବ୍ୟବସ୍ଥା ତଦାରଖ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ସୁରକ୍ଷା ବାବଦରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ପିସିସିଏଫ୍‌ ପ୍ରେମ କୁମାର ଝା, ଅତିରିକ୍ତ ପିସିସିଏଫ୍ ମନୋଜ ଭି ନାୟର, ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ ଓ ଉପନିର୍ଦେଶକ ଶ୍ରୀ ପ୍ରଦୀପ ମିରାସେ ଦେବୀଦାସ ଓ ପ୍ରାଣୀ ଚିକିତ୍ସକ ଡା.

ଶରତ କୁମାର ସାହୁଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କ ଅନୁମତି ପରେ ଏହି ଛୁଆମାନଙ୍କୁ ଖୁଆଡ଼ରେ ଛଡ଼ାଯିବ କି ନାହିଁ, ପର୍ଯ୍ୟଟକମାନଙ୍କୁ ଦେଖିବାକୁ ଦିଆଯିବ କି ନାହିଁ, ସ୍ଥିର କରାଯିବ।

ଏବେ ଏହି ଶାବକମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

ସେହିଭଳି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଶ୍ରୀ ଦେବୀଦାସ କହିଛନ୍ତି ଯେ ୨୪ ଘଣ୍ଟା ସେମାନଙ୍କ ଉପରେ ନଜର ରଖାଯାଇଛି।

ମହୀଶୂର ପ୍ରାଣୀ ଉଦ୍ୟାନ ଓ ୱାଇଲ୍ଡ ଲାଇଫ୍ ଜୁ" ଅଫ୍ ଇଣ୍ଡିଆର ବିଶେଷଜ୍ଞମାନଙ୍କ ସହ ଆଲୋଚନା ଚାଲିଛି।

ଛୋଟ ଛୁଆ ହୋଇଥିବାରୁ ସେମାନଙ୍କ ଉପଯୋଗୀ ତଥା ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କର ଯତ୍ନ ନିଆଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)