Integrity: ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତିକୁ ବଜାୟ ରଖିବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ୱାନ

Oct 31, 2026 - 12:46
Integrity: ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତିକୁ ବଜାୟ ରଖିବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୟନ୍ତୀ ଅବସର ରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି।

କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment ଆହୁରି ପଢନ୍ତୁ : Crisis: ପୋଲାଣ୍ଡ ଗମ୍ଭୀର ସାମ୍ବିଧାନିକ ସଙ୍କଟର ସମ୍ମୁଖୀନ: ମଝି ଆକାଶରୁ ସ୍ବଦେଶ ମୁହାଁ ହେଲେ ରାଷ୍ଟ୍ରପତି ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଓ ଏକତା ପଦଯାତ୍ରାର ଆୟୋଜନ କରାଯାଉଛି।

ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହେବା ସହ ଦେଶର ଏକତା ଓ ସଂହତିକୁ ବଜାୟ ରଖିବା।

ଦେଶର ବିକାଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମୃଦ୍ଧ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଗଠନର ଲକ୍ଷ୍ୟ ପୂରଣ ସହ 'ଏକ ଭାରତ ଶ୍ରେଷ୍ଠ ଭାରତ' ଗଠନ ଦିଗରେ ନିଜର ଯୋଗଦାନ ଦେବା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହ୍ୱାନ ଦେଇଛନ୍ତି।

ଆହୁରି ପଢନ୍ତୁ : Box office: ବକ୍ସ ଅଫିସ୍‌ରେ ଫ୍ଲପ୍ ସତ୍ତ୍ୱେ ରେକର୍ଡ!

ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡାଙ୍କ 'ରଣବଳୀ' ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତଙ୍କୁ 'ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ' କରାଇଥିଲେ।

ଏଥିସହ 'ଏକତା ପଦଯାତ୍ରା' ଆୟୋଜିତ ହୋଇଥିଲା ଯେଉଁଥିରେ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ସମାଜସେବୀ, ସ୍ବେଚ୍ଛାସେବୀ ଓ ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ।

ଆହୁରି ପଢନ୍ତୁ : Factory Fire: ଦିଲ୍ଲୀର ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪ ଶ୍ରମିକ ଜୀବନ୍ତ ଦଗ୍ଧ, ୨ ଗୁରୁତର ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ପୂର୍ବତନ ବିଧାୟକ ତଥା ସମାଜସେବୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ରାଜନେତା ଶ୍ରୀ ଗୋଲକ ମହାପାତ୍ର, ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ସୁଦୀପ୍ତ ରାୟ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)