Nagercoil: ଖାଲି ରେଳ ବଗି ଭିତରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା
ନୂଆଦିଲ୍ଲୀ: ତାମିଲନାଡୁ ର କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ନାଗରକୋଇଲ୍ ରେଳ ୟାର୍ଡରେ ଏକ ଖାଲି ରେଳ ବଗି ଭିତରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା।
ଏକ ସୁନା ମୁଦି ସାହାଯ୍ୟରେ ତାଙ୍କର ପରିଚୟ ମିଳିପାରିଛି।
ନାଗରକୋଇଲ୍ ରେଳ ଷ୍ଟେସନରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସେଠାରେ ଛିଡ଼ା ହୋଇଥିବା ଏକ ଟ୍ରେନ୍ ବଗିରୁ ପ୍ରାୟ ୫୦ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣାରେ ପୁଲିସ ଜଣେ ୩୧ ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।
Advertisment ଟ୍ରେନର ଖାଲି ବଗି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ସୂଚନାଯୋଗ୍ୟ, ତାମିଲନାଡୁର ନାଗରକୋଇଲ୍ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ଟ୍ରେନର ଖାଲି ବଗି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତଦେହର ଅବସ୍ଥା ସନ୍ଦେହଜନକ ଥିବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ପୋଷ୍ଟମର୍ଟମରୁ ଜଣାପଡ଼ିଲା ଯେ ମହିଳାଙ୍କୁ ହତ୍ୟା କରାଯାଇଛି।
ଏହା ପରେ ରେଳ ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୁଲିସଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା।
ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।
୫୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ବେଳେ ପୁଲିସ ଏକ ସୁନା ମୁଦିକୁ ମୁଖ୍ୟ ପ୍ରମାଣ ଭାବେ ବ୍ୟବହାର କରି ମାମଲାର ପର୍ଦ୍ଦାଫାସ କରିଛି।
ତଦନ୍ତ ଆରମ୍ଭ ହେବାର ମାତ୍ର ଛଅ ଘଣ୍ଟା ମଧ୍ୟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରାଯାଇଥିଲା।
ପଚରାଉଚରା ବେଳେ ସେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା, ମାଡ଼ ମାରିବା ଏବଂ ଛାତିରେ ଗୋଇଠା ମାରି ହତ୍ୟା କରିବା କଥା ସ୍ୱୀକାର କରିଛି।
ନଭେମ୍ବର ୧୮ ତାରିଖ ସକାଳ ପ୍ରାୟ ୮ଟା ସମୟରେ ରେଳ ଷ୍ଟେସନର ୧୩ ନମ୍ବର ୟାର୍ଡରେ ଏକ ଟ୍ରେନ୍ ଛିଡ଼ା ହୋଇଥିଲା।
ଟ୍ରେନ୍ ନମ୍ବର ୧୬୩୬୬ର ପଛ ବଗିରେ ଥିବା ଏକ ସିଟ୍ ତଳୁ ପ୍ରାୟ ୫୦ ବର୍ଷୀୟା ଜଣେ ମହିଳାଙ୍କ ମୃତଦେହ ମିଳିଥିଲା।
ମୃତଦେହଟି ପଚିଯାଇଥିଲା।
ଚର୍ଚ୍ଚାରେ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
