Naveen-VK Pandian's Foreign Trips Under Investigation: ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତର ହେବ ତଦନ୍ତ, ଖୋଲିବ କି ଗୁମର?

Nov 22, 2026 - 21:07
Naveen-VK Pandian's Foreign Trips Under Investigation: ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତର ହେବ ତଦନ୍ତ, ଖୋଲିବ କି ଗୁମର?

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ IAS ଅଧିକାରୀ ଭି.କେ.

ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨-୨୩ ଓ ୨୦୨୩-୨୪ରେ ନବୀନ, ପାଣ୍ଡିଆନ୍ ଓ IPS ରବିକାନ୍ତଙ୍କ ବିଦେଶ ଗସ୍ତ ସଂପର୍କରେ ତଦନ୍ତ ହେବ।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏହାର ତଦନ୍ତ କରିବେ।

Advertisment ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତ ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସଂପୂର୍ଣ୍ଣ।

ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି।

ଏହାସହିତ ତଥ୍ୟଗୁଡ଼ିକର ତାଳମେଳ ରହୁନାହିଁ।

୨୦୨୨ ଜୁନ୍ ୨୦ରୁ ୬ ଦିନିଆ ଇଟାଲି ଗସ୍ତରେ ଯାଇଥିଲେ ନବୀନ, ପାଣ୍ଡିଆନ୍ ଓ ରବିକାନ୍ତ।

ଭିଆରଏସ୍ ନେବା ପୂର୍ବରୁ ନବୀନଙ୍କ ସହ ଇଟାଲୀ ଯାଇଥିଲେ ପାଣ୍ଡିଆନ୍।

ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବା ସହ ପୋପ୍ ଙ୍କୁ ଭେଟିଥିଲେ।

ରୋମ୍ ଗସ୍ତ ଅବସରରେ ସେମାନେ ବିଳାସପୂର୍ଣ୍ଣ କାଭାଲିରି ହୋଟେଲର ନେପୋଲିୟନ୍ ସୁଟରେ ରହିଥିଲେ।

ଯାହାର ରାତି ପିଛା ଭଡ଼ା ୫ହଜାର ଡଲାରରୁ ଅଧିକ ଅର୍ଥାତ ସାଢେ ୪ ଲକ୍ଷରୁ ଅଧିକ ଟଙ୍କା ହେବ।

ସେହିପରି ୨୦୨୩ ଏପ୍ରିଲରେ ଇନଭେଷ୍ଟର୍ସ ମିଟ୍ ରେ ଉଭୟେ ସିଙ୍ଗାପୁର ଓ ଜାପାନ ଗସ୍ତ କରିଥିଲେ।

ଏହିଗସ୍ତରେ ଖର୍ଚ୍ଚ କରିଥିଲେ ୧ କୋଟି ୬୩ଲକ୍ଷ ଟଙ୍କା।

ଚାର୍ଟର ଫ୍ଲାଇଟରେ ଭୁବନେଶ୍ବରରୁ ସିଙ୍ଗାପୁର, ବ୍ୟାଂକକରୁ ଭୁବନେଶ୍ବର ଫେରିଥିଲେ।

ତେବେ OTDC ବଦଳରେ ପ୍ରାଇଭେଟ୍ ଏଜେନ୍ସି ମାଧ୍ୟମରେ ସେମାନେ ବିଦେଶ ଯାଇଥିଲେ।

ଏସବୁ ଅଭିଯୋଗ ଦୃଷ୍ଟିରୁ, ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟ ରାଜନୀତିରେ ପଡ଼ିଛି ଚହଳ।

ଚିହିଁକି ଉଠିଛି ବିଜେଡି।

ଦଳ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ସ୍ବାଗତ କରିବା ସହିତ ଦାବି କରିଛି ମୁଖ୍ୟମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ ସମେତ ସରକାରୀ ଅଧିକାରୀଙ୍କ ନିକଟରେ ହୋଇଥିବା ବିଦେଶ ଗସ୍ତର ବି ତଦନ୍ତ ହେଉ।

ବନ୍ୟା ବିଫଳତା ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏ ତଦନ୍ତ ନିର୍ଦ୍ଦେଶ।

କଂଗ୍ରେସ ପ୍ରଶ୍ନ କରିଛି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସଂପର୍କିତ ତଦନ୍ତର ଆଜି ସମୟରେ ପ୍ରାସଙ୍ଗିକତା କଣ ?

ସେପଟେ ବିଜେପି ରାଜ୍ୟ ସଭାପତି ଜବାବ ଦେଇଛନ୍ତି, ଏତେ ଭୟ କଣ ପାଇଁ ?

ଅଭିଯୋଗ ଆସିଲା, ତଦନ୍ତ ହେବ।

ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ?

Advertisment ଏବେ ଦେଖିବାର କଥା ତଦନ୍ତ ରିପୋର୍ଟରୁ କି ସତ ପଦାକୁ ଆସୁଛି।

ଆଉ ନବୀନ-ପାଣ୍ଡିଆନ ଗସ୍ତ ଖର୍ଚ୍ଚକୁ କାହିଁକି ଗୁପ୍ତ ରଖା ଯାଇଥିଲା ସେଥିରୁ କେବେ ପରଦା ହଟୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)