N Bhaskar Rao Bail Rejected: ଜେଲରେ ଥିବା ଭାସ୍କର ରାଓଙ୍କୁ ପୁଣି ଝଟକା; ଜାମିନ ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ୍
ପୁଣି ନିରାଶ ହେଲେ ଏନ୍.
ଭାସ୍କର ରାଓ।
ଜାମିନ ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ୍।
ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଜେଲରେ ଥିବା ଭାସ୍କର ରାଓଙ୍କୁ ପୁଣି ଝଟକା ଲାଗିଛି।
ଗତ ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ।
Advertisment ଏହାପରେ ଜାମିନ ପାଇଁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ।
ହେଲେ ଆଜି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି।
୨୦୧୦ ଡିସେମ୍ବର ୨୩ ରେ ରାୟଗଡ଼ା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ।
ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ଦେଇଥିଲେ ନିର୍ଦ୍ଦେଶ।
ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆତ୍ମସମର୍ପଣ କରିଥିଲେ।
ତେବେ ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ ପରେ ତାଙ୍କ ପାଇଁ ଅଡୁଆ ଆହୁରି ବଢ଼ିଛି।
Advertisment ଜେଲରେ ଥିବା ଭାସ୍କର ରାଓଙ୍କୁ ପୁଣି ଝଟକା ଏନ୍ ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
