Mystery Deepens: ରାୟଗଡ଼ାରେ ପୋଲିସ SIଙ୍କ ମୃତ୍ୟୁ, କ୍ୱାର୍ଟର୍ସରୁ ଉଦ୍ଧାର ହେଲା ମୃତଦେହ

Nov 24, 2026 - 17:13
Mystery Deepens: ରାୟଗଡ଼ାରେ ପୋଲିସ SIଙ୍କ ମୃତ୍ୟୁ, କ୍ୱାର୍ଟର୍ସରୁ ଉଦ୍ଧାର ହେଲା ମୃତଦେହ

ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ।

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାର SI ବାପୁଜୀ ମଲ୍ଲିକଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି।

ଅଚେତ୍ ଅବସ୍ଥାରେ ତାଙ୍କୁ କ୍ୱାର୍ଟର୍ସରୁ ଉଦ୍ଧାର କରାଯିବା ପରେ ହସ୍ପିଟାଲ ନିଆଯାଇଥିଲା।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment ମୃତ SI ବାପୁଜୀ ମଲ୍ଲିକଙ୍କ ବୟସ ୫୮ ବର୍ଷ।

ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସିଦ୍ଧପୁର ଗାଁରେ ବୋଲି ଜଣାପଡ଼ିଛି।

ସେ ପୁଟାସିଂ ଥାନାରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।

ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହେବ।

ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଏଭଳି ମୃତ୍ୟୁକୁ ନେଇ ପୋଲିସ ମହଲରେ ଶୋକ ପ୍ରକାଶ ପାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)